fbpx

ରୋହିତ ଶର୍ମା ଅଧିନାୟକ ହେବା ପରେ ଏହି ୪ ଜଣ ଖେଳାଳିଙ୍କ କ୍ୟାରିୟର ହୋଇଯିବ ସମାପ୍ତ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ସେମିଫାଇନାଲ ପୂର୍ବରୁ ସୁପର-୧୨ ପର୍ଯ୍ୟାୟରୁ ବିଦାୟ ନେଇଛି । ତେବେ ଆଇପିଏଲଠାରୁ ଆରମ୍ଭ କରି ବିଶ୍ୱକପ୍ ପର୍ଯ୍ୟନ୍ତ ଭାରତର ଅଧିନାୟକ ଓ କୋଚ ବଦଳିବାକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା । ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ଟି-୨୦ ଫର୍ମାଟରେ ଦାୟିତ୍ୱ ସମ୍ଭାଳିବା ଏକପ୍ରକାର ସ୍ଥିର ହୋଇସାରିଛି । ପୁଣି ଦିନିକିଆ ଓ ଟେଷ୍ଟରୁ ମଧ୍ୟ କୋହଲି ଓହରି ପାରନ୍ତି ବୋଲି ଆଲୋଚନା ହେଉଛି । ବିଶ୍ୱକପ ପ୍ଲେଇଂ-୧୧ରେ କୋହଲିଙ୍କୁ ଅଣଦେଖା କରି ରୋହିତ ଓ ମେଣ୍ଟର ମହେନ୍ଦ୍ର ସିଂହ ଧୋନୀଙ୍କ ଲିଗାସିକୁ ବେଶି ପ୍ରାଧାନ୍ୟ ଦିଆଯାଇଥିବା କୁହାଯାଉଛି । ତେବେ ଅନେକ ସମୟରେ ଅଧିନାୟକମାନେ ସେମାନଙ୍କର ପସନ୍ଦଯୋଗ୍ୟ ଖେଳାଳିଙ୍କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । କିଛି ଖେଳାଳି ଉପରକୁ ଉଠିବା ସହ ଆଉ କେତେକ ସବୁଦିନ ପାଇଁ ଦଳରୁ ବାହାରେ ବସିଥାନ୍ତି । ତେବେ ରୋହିତ ପଦ ସମ୍ଭାଳିବା ପରେ ୪ ଜଣ ଖେଳାଳି ଦଳରୁ ବିଦା ହେବାର ଅଧିକ ସମ୍ଭାବନା ରହିଛି ।

୧- ନବଦୀପ ସୈନୀ: ଟିମ୍ ଇଣ୍ଡିଆର ବୋଲର ନବଦୀପ ସୈନୀ ତିନୋଟିଯାକ ଫର୍ମାଟରେ ଖେଳିସାରିଛନ୍ତି । ନିକଟରେ ସୈନୀଙ୍କୁ ଆଉ ସୁଯୋଗ ମିଳୁନାହିଁ । ରୋହିତ ଦାୟିତ୍ୱ ସମ୍ଭାଳିବା ପରେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି ବୋଲି କୁହାଯାଉଛି ।

୨- ୱାଶିଂଟନ ସୁନ୍ଦର: ଅଲରାଉଣ୍ଡର ସୁନ୍ଦର ହେଉଛନ୍ତି ବିରାଟଙ୍କର ଜଣେ ପସନ୍ଦଯୋଗ୍ୟ ଖେଳାଳି, ଯେ କି ଆରସିବିରେ ଖେଳି ସାରିଛନ୍ତି । ଟି-୨୦, ଦିନିକିଆ ଓ ଟେଷ୍ଟ ଫର୍ମାଟରେ ସୁନ୍ଦର ଖେଳିଥାନ୍ତି । ରୋହିତ ଅଧିନାୟକ ହେବା ପରେ ତାଙ୍କର କ୍ୟାରିୟର ସମାପ୍ତ ହେବାର ଆଶଙ୍କା କରାଯାଉଛି ।

୩- ୟୁଜବେନ୍ଦ୍ର ଚହଲ: ସ୍ପିନ ବୋଲର ଚହଲ ବିରାଟଙ୍କର ଜଣେ ଖାସ୍ ଖେଳାଳିଙ୍କ ମଧ୍ୟରୁ ଜଣେ । ତାଙ୍କୁ ଚଳିତ ବିଶ୍ୱକପରେ ବାଦ ଦେଇ ରାହୁଲ ଚହରଙ୍କୁ ନିଆଯାଇଥିଲା । ରୋହିତ ସମୟରେ ଚହଲ ଦଳରେ ସ୍ଥାନ ପାଇବା ସମ୍ଭାବନା କ୍ଷୀଣ ।

୪- ଋଷଭ ପନ୍ତ: ଟିମ୍ ଇଣ୍ଡିଆର ୱିକେଟ କିପର ପନ୍ତ ରୋହିତ ଅଧିନାୟକ ହେବା ପରେ ଦଳରୁ ବାଦ୍ ପଡ଼ିପାରନ୍ତି । ତାଙ୍କ ସ୍ଥାନରେ ଯୁବ ୱିକେଟ କିପରି ଈଶନ କିଶନଙ୍କୁ ସୁଯୋଗ ମିଳିପାରେ । କିଶନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତଙ୍କ ସହ ଖେଳୁଥିବାରୁ ଏପରି ଆଶା କରାଯାଉଛି ।

Get real time updates directly on you device, subscribe now.