fbpx
BJD
BJD SKY
BJD SKY

Lungs Detox ପାଇଁ ଆପଣାନ୍ତୁ ଏହି ଉପାୟ, ଫୁସଫୁସର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିଥାଏ

ଓଡ଼ିଶା ଭାସ୍କର: ଆଜିକାଲି ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବା କାରଣରୁ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଥାଏ । ଥଣ୍ଡା, ଜ୍ୱର, କାଶ, ଫ୍ଲୁ ଭଳି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ବିଶେଷ କରି ପ୍ରଦୂଷଣ ଫୁସଫୁସ୍ ଉପରେ ବେଶି ପ୍ରଭାବ ପକାଇଥାଏ । ଫୁସଫୁସ୍ ଦୁର୍ବଳ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଫୁସଫୁସର କାର୍ଯ୍ୟ କ୍ଷମତାକୁ ଦୀର୍ଘସ୍ଥାୟୀ କରିବା ପାଇଁ କେଉଁ ସବୁ ଉପାୟ ଲାଭକାରୀ ହୋଇପାରିବ ।

୧. ଷ୍ଟିମ୍: ଷ୍ଟିମ୍ ନେବା ଦ୍ୱାରା ଫୁସଫୁସରେ ପ୍ରଦୂଷଣ କାରଣରୁ ଜମିଥିବା ବାୟୁମାର୍ଗ ଖୋଲିଥାଏ । ଏହା ରକ୍ତ ପ୍ରବାହକୁ ସାମାନ୍ୟ କରିଥାଏ । ଆପଣ ଚାହିଁଲେ ଷ୍ଟିମ୍ ପାଣିରେ ନିଳଗିରୀ, ପୁଦିନା ବା ଟି ଟ୍ରି ତେଲର ପ୍ରୟୋଗ କରିପାରିବେ ।

୨. ବ୍ୟାୟାମ: ନିୟମିତ ଯୋଗାଭ୍ୟାସ ବା ବ୍ୟାୟାମ ଦ୍ୱାରା ଫୁସଫୁସର କାର୍ଯ୍ୟ କ୍ଷମତାକୁ ବୃଦ୍ଧି କରାଯାଇପାରିବ । ଏହା ଶ୍ୱାସ ପ୍ରକ୍ରିୟାକୁ ନିୟନ୍ତ୍ରିତ ରଖିଥାଏ । ସପ୍ତାହରେ ଅତି କମରେ ୫ ଦିନ ୩୦ ମିନିଟ୍ ପର୍ଯ୍ୟନ୍ତ ଏହି ଅଭ୍ୟାସ କରନ୍ତୁ ।

୩. ଧୂମପାନ: ଯେତେଦୂର ସମ୍ଭବ ଧୂମପାନ କିମ୍ବା ମାଦକ ଦ୍ରବ୍ୟ ସେବନ ଠାରୁ ଦୂରେଇ ରୁହନ୍ତୁ । ଏହା ଫୁସଫୁସ ପାଇଁ କ୍ଷତିକାରକ ଏବଂ ବ୍ୟକ୍ତ ଅଳ୍ପାୟୁ ହୋଇଥାଏ ।

୪. ଖାଦ୍ୟପେୟ: ଫୁସଫୁସର ଯତ୍ନ ନେବା ପାଇଁ ସନ୍ତୁଳିତ ଓ ପୁଷ୍ଟିକର ଆହାର ସେବନ କରନ୍ତୁ । ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍, ଫଳ, ସବୁଜ ପନିପରିବା, ଅଦା, ହଳଦୀ ଇତ୍ୟାଦି ସେବନ କରନ୍ତୁ ।

୫. ଟୀକାକରଣ: ଫ୍ଲୁ ଏବଂ ନିମୋନିଆ ଟୀକାକରଣ ଦ୍ୱାରା ଫୁସଫୁସର କାର୍ଯ୍ୟ କ୍ଷମତାକୁ ଦୀର୍ଘାୟୁ କରିହେବ । ଏହା ଶରୀରରେ ସଂକ୍ରମଣର ପ୍ରବେଶ ଉପରେ ରୋକ୍ ଲଗାଇଥାଏ ।

Get real time updates directly on you device, subscribe now.