fbpx

ମନ୍ଦିର ଯିବାକୁ ରୋକିବାରୁ ଧାରଣାରେ ବସିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆସାମରେ ମନ୍ଦିର ଯିବାକୁ ରୋକିବାରୁ ଧାରଣାରେ ବସିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ରାହୁଲ ଗାନ୍ଧି ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କରୁଛନ୍ତି ଏବଂ ଏହି ଯାତ୍ରା ବର୍ତ୍ତମାନ ଆସାମରେ ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ବୈଷ୍ଣବ ସନ୍ଥ ଶ୍ରୀମନ୍ତ ଦେବଙ୍କ ସ୍ଥାନ ବଟଦ୍ରବ ଥାନ୍ ମନ୍ଦିରକୁ ଯାଉଥିବା ବେଳେ ବାଟରେ ପୁଲିସ ପ୍ରଶାସନ ରାହୁଲ ଗାନ୍ଧୀଙ୍କୁ ଅଟକାଇଥିଲା।

ରାହୁଲ ଗାନ୍ଧିଙ୍କ ପ୍ରଶ୍ନ

ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରାହୁଲ ଗାନ୍ଧି ତାଙ୍କ କାର୍ରୁ ଓହ୍ଲାଇ ପୁଲିସ କର୍ମୀଙ୍କୁ ପଚାରୁଛନ୍ତି ଯେ ତାଙ୍କୁ କାହିଁକି ଅଟକାଯାଉଛି। ଭିଡିଓରେ ଗାନ୍ଧି ଜୀ କହୁଛନ୍ତି, ଭାଇ କ’ଣ କଥା? ମୁଁ ଯାଇ ବ୍ୟାରିକେଡ୍ ଦେଖିପାରିବି କି? ମୁଁ କାହିଁକି ମନ୍ଦିର ଯାଇପାରିବି ନାହିଁ? ଆପଣଙ୍କୁ ମନ୍ଦିର ଯିବାକୁ ଅନୁମତି ନାହିଁ କି? ମୋର ଅନୁମତି ଅଛି । ମୋତେ ମନ୍ଦିର ପ୍ରଶାସନ ଡାକିଛି, ମୁଁ ହାତ ଯୋଡିବାକୁ ଚାହୁଁଛି, ଭଗବାନଙ୍କ ଦର୍ଶନ କରିବାକୁ ଚାହୁଁଛି।

ଏହି ଘଟଣା ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଆମେ ମନ୍ଦିର ଯିବାକୁ ଚେଷ୍ଟା କରୁଛୁ। ଆମକୁ ଡକାଯାଇଥିଲା ଏବଂ ବର୍ତ୍ତମାନ ଆମକୁ ଯିବାକୁ ଦିଆଯାଉନାହିଁ, ଲାଗୁଛି ଯେ ଆଜି କେବଳ ଜଣେ ବ୍ୟକ୍ତି (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ) ମନ୍ଦିର ଯାଇପାରିବେ। ଆଜି ଅଯୋଧ୍ୟାର ରାମ ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ସମସ୍ତ ସେଲିବ୍ରିଟି ଉପସ୍ଥିତ ଥିଲେ। ଏହି ଅବସରରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ।

Get real time updates directly on you device, subscribe now.