fbpx
BJD SKY
BJD SKY

ଭବିଷ୍ୟତରେ ଧନୀ ହୋଇଥାନ୍ତି ହାତରେ ଏହି ରେଖା ଥିବା ବ୍ୟକ୍ତି: ବିବାହ ପରେ ବଦଳିଯାଏ ଭାଗ୍ୟ

BJD

ନୂଆଦିଲ୍ଲୀ: ହାତ ପାପୁଲିରେ ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ଲେଖା ହୋଇଥାଏ ବୋଲି କହୁଛି ଜ୍ୟୋତିଶ ଶାସ୍ତ୍ର । ଜୀବନର ବିଭିନ୍ନ ଘଟଣା ଦୁର୍ଘଟଣା ଆଦି ବିଷୟରେ ହାତରେଖା ସୂଚନା ଦେଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଥାଏ । ତେବେ ଆଜିକାଲି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରହୁଛି ଯେ, କେବେ ସେମାନେ ବଡଲୋକ ହେବେ ? ଅନେକ ଲୋକ ଜ୍ୟୋତିଶଙ୍କୁ ହାତ ଦେଖାଇ ପ୍ରଶ୍ନ କରିଥାନ୍ତି କେବେ ମୋ ଭାଗ୍ୟରେ ପରିବର୍ତ୍ତନ ହେବ ଏବଂ କେବେ ମୁଁ ଧନୀ ହେବି? ତେବେ ଜ୍ୟୋତିଶମାନେ ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ହାତର ଏକ ରେଖାକୁ ଅନୁକରଣ କରିଥାନ୍ତି । ଆସନ୍ତୁ ଜାଣିବା ଏହା କେଉଁ ରେଖା ।

ହାତ ପାପୁଲିରେ ଏହି ରେଖା ଥିବା ବ୍ୟକ୍ତି ଭବିଷ୍ୟତରେ ଧନୀ ହୋଇଥାନ୍ତି ବୋଲି କହୁଛି ଜ୍ୟୋତିଶ ଶାସ୍ତ୍ର । ହାତରେ ଥିବା କିଛି ରେଖା ମଣିଷକୁ ସୌଭାଗ୍ୟଶାଳୀ କରିଥାଏ । ହସ୍ତରେଖା ଶାସ୍ତ୍ରରେ ଏସବୁ ସମ୍ପର୍କରେ ବିସ୍ତାରଭାବେ ଆଲେଶଚନା କରାଯାଇଛି ।

ଭାଗ୍ୟରେଖା: ହସ୍ତରେଖା ଶାସ୍ତ୍ର ଅନୁସାରେ, ଭାଗ୍ୟରେଖା ପାପୁଲିରୁ ଆରମ୍ଭ ହୋଇ ମଝି ଅଙ୍ଗୁଳି ପର୍ଯ୍ୟନ୍ତ ଯାଇଥାଏ । ଏହି ରେଖା ହାତର ମଣଇବନ୍ଧ ରେଖାରୁ ଆରମ୍ଭ ହୋଇ ମଧ୍ୟମା ଆଙ୍ଗୁଳିକୁ ସ୍ପର୍ଶ କରିଥାଏ । ତେବେ ଏହି ସ୍ଥାନକୁ ଶନି ପର୍ବତ ବୋଲଇ ମଧ୍ୟ କୁହାଯାଏ ।

ବିବାହ: ଯେଉଁ ବ୍ୟକ୍ତିଙ୍କ ପାପୁଲିରେ ଏହି ରେଖା ମଣିବନ୍ଧରୁ ବାହାରି ଶନି ପର୍ବତ ପର୍ଯ୍ୟନ୍ତ ଯାଇଥାଏ, ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏହାକୁ ଖଉବ ଶୁଭ ବୋଲି ମଧ୍ୟ ବିବେଚନା କରାଯାଏ । ତେବେ ଏହି ଜାତକ ପ୍ରଥମରୁ ଯେଉଁଭଳି ସ୍ଥିତିରେ ରହିଲେ ମଧ୍ୟ ବିବାହ ପରେ ଏମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ । ବିବାହ ପରେ ଏହି ବ୍ୟକ୍ତିମାନେ ଅଧିକ ଟଙ୍କା ରୋଜଗାର କରିଥାନ୍ତି । ଏମାନଙ୍କ ପାଖରେ କୌଣସି ଜିନିଷର ଅଭାବ ରହିନଥାଏ । ଚୀବନରେ ଯାହା ବି ଇଚ୍ଛା କରନ୍ତି ତାହାକୁ ହାସଲ କରିଥାନ୍ତି ଏଭଳି ଜାତକ ପାଇଥିବା ବ୍ୟକ୍ତି ।

ପରୋପକାରୀ: ଅନେକ ଲୋକଙ୍କ ପାପୁଲିର ଏହି ରେଖା ବିଭାଜିତ ହୋଇ ଗୁରୁ ପର୍ବତ ଅର୍ଥାତ ଛୋଟ ଆଙ୍ଗୁଠି ତଳେ ପହଞ୍ଚିଯାଏ । ତେବେ ଏପରି ରେଖା ଥିବା ବ୍ୟକ୍ତି ଜୀବନରେ ଖୁବ ପରୋପକାରୀ ହୋଇଥାନ୍ତି । ଅନ୍ୟମାନଙ୍କୁ ସର୍ବଦା ସାହାଯ୍ୟ କରିବା ପାଇଁ ଏମାନେ ପ୍ରସ୍ତୁତ ରହିଥାନ୍ତି । ଏହାବ୍ୟତୀତ ଯଦି ଏହି ରେଖା ଶେଷରେ ଉପର ମୁହାଁ ହୋଇ ରହିଛଇ, ତେବେ ଏହି ବ୍ୟକ୍ତିମାନେ ସାରା ଜୀବନ ଖଉସିରେ କଟାଇଥାନ୍ତି ।

Get real time updates directly on you device, subscribe now.