fbpx

ଏଣିକି ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ, ସାଇକେଲ ଟଙ୍କା ୩୫୦୦କୁ ବଢିଲା

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ । ଏନେଇ ଓଡ଼ିଶା ସରକାର ବଜେଟ୍‌ରେ ବ୍ୟୟ ବରାଦ କରିଛନ୍ତି । ସେହିପରି ସ୍କୁଲ୍ ୟୁନିଫର୍ମ ସାଙ୍ଗକୁ ଅନ୍ୟ ଅନୁସାଙ୍ଗିକ ସାମଗ୍ରୀ ପାଇଁ ସହାୟତା ରାଶି ପୁର୍ବରୁ ୬୦୦ ଟଙ୍କା ଥିବା ବେଳେ ଏବେ ଏହାକୁ ୧ ହଜାର ଟଙ୍କା କରି ଦିଆଯାଇଛି । ଚଳିତ ବର୍ଷ ବଜେଟ୍‌ରେ ଶିକ୍ଷା କ୍ଷେତ୍ର ପାଇଁ ରାଜ୍ୟ ସରକାର ୧୨.୩ ପ୍ରତିଶତ ବ୍ୟୟବରାଦ ବୃଦ୍ଧି କରିଛନ୍ତି । ଏଥିରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପାଇଁ ୨,୫୨୮ କୋଟି, ଉଚ୍ଚଶିକ୍ଷା ପାଇଁ ୩,୧୭୩ କୋଟି ଏବଂ ଦକ୍ଷତା ବିକାଶ ପାଇଁ ୯୮୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏହାବାଦ ଚଳିତ ବର୍ଷଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନାମରେ ଏକ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଜିଲ୍ଲା,ବ୍ଲକ, ବିଦ୍ୟାଳୟ, ଶିକ୍ଷକ ଆଦିଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ କରଯିବ । ସେହିପରି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୮୧୧ କୋଟି, ଗଙ୍ଗାଧର ମେହେର ଶିକ୍ଷା ମାନକ କୃଷି ଯୋଜନାରେ ୧୫୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ପୁର୍ବରୁ ସାଇକେଲ ପାଇଁ ୨୬୦୦ ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ରାଜ୍ୟରେ ବହୁ ପ୍ରତିକ୍ଷିତ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ୨୦୨୩ ସୁଦ୍ଧା କାଯ୍ୟକ୍ଷମ କରିବା ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ବୁର୍ଲାସ୍ଥିତ ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ଏବଂ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱ ବିଦ୍ୟାଳୟକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ ୫ ବର୍ଷ ମଧ୍ୟରେ ୨୦୦୦ କୋଟି ଓ ୧୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁସୂଚିତ ଜାତି ଏବଂ ଜନଜାତି ହେଷ୍ଟେଲ୍‌ରେ ରହୁଥିବା ଅନ୍ତେବାସୀଙ୍କୁ ଉପଯୁକ୍ତ ପୋଷଣ ଯେଅଗାଇଦେବାକୁ ସରକାର ନିଷ୍ପତି ନେଇଛନ୍ତି । ସେମାନଙ୍କୁ ଏଣିକି ସପ୍ତାହକୁ ୪ ଦିନ ଅଣ୍ଡା ଏବଂ ଗୋଟିଏ ଦିନମାଛ କିମ୍ବା ଚିକେନ୍ ପ୍ରଦାନ କରାଯିବ । ଏଥି ପାଇଁ ବାର୍ଷିକ ପିଲା ପିଛା ଅତିରିକ୍ତ ଏକ ହଜାର ଟଙ୍କା ଖର୍ଚ୍ଚ ହେବ ।

Get real time updates directly on you device, subscribe now.