Budget 2025: ଏମାନେ ଦେବନି ଆୟକର, ବଜେଟ୍‌ରେ ଇନ୍‌କମ୍‌ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍‌-୨୦୨୫-୨୬ ସଂସଦରେ ଉପସ୍ଥାପନ ହୋଇଛି । ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ବଜେଟ୍‌ରେ ଇନ୍‌କମ୍‌ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ମଧ୍ୟବିତ୍ତଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଏଣିକି ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଲାଗିବ ନାହିଁ । ୧୨ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏବେ ନୂଆ ଟିକସ ସ୍ଲାବ୍ ଲାଗୁ ହେବ।

କ୍ୟାପିଟାଲ ଗେନ୍‌ ଛଡ଼ା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । କ୍ୟାପିଟାଲ ଗେନ୍‌ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିବ ।

କହିବାକୁ ଗଲେ ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫% ଟିକସ । ୧୬ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୦ %, ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୫%, ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ % ଟିକସ ଦେବାକୁ ପଡ଼ିବ ।

  • ୪ ଲକ୍ଷ ପର୍ଯ୍ୟନ୍ତ ଟିକସ ନାହିଁ
  • ୪ରୁ ୮ ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ ଟିକସ
  • ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୦ ପ୍ରତିଶତ ଟିକସ
  • ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଟିକସ
  • ୧୬ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଟିକସ
  • ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଟିକସ
  • ୨୪ ଲକ୍ଷରୁ ଅଧିକ ୩୦ ପ୍ରତିଶତ ଟିକସ