fbpx

ଅକ୍ଟୋବର ୧ ତାରିଖରୁ ବଦଳିବ ଏହିସବୁ ନିୟମ: LPG ଗ୍ୟାସ୍- PPF ଆକାଉଣ୍ଟରେ ହେବ ପରିବର୍ତ୍ତନ!

ଓଡ଼ିଶା ଭାସ୍କର: ସେପ୍ଟେମ୍ବର ମାସ ଶେଷ ହେବାକୁ ଯାଉଛି । ଆଉ ୩ ଦିନ ପରେ ଆରମ୍ଭ ହେବ ବର୍ଷର ଦଶମ ମାସ ଅକ୍ଟୋବର । ତେବେ ନୂଆ ମାସ ସାଙ୍ଗକୁ ଅନେକ ନୂଆ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ । ବିଭିନ୍ନ ବିଭାଗରେ ପରିବର୍ତ୍ତନ ନେଇ ଆସିବ ଅକ୍ଟୋବର ମାସ । ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ ରୋଷେଇ ଘରୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ପ୍ରଭାବ ପକାଇପାରେ । ଏଥିରେ ଏଲପିଜି ସିଲିଣ୍ଡରର ମୂଲ୍ୟ, ପିପିଏଫ ଆକାଉଣ୍ଟ ନିୟମ ଇତ୍ୟାଦିରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ତେବେ ଅକ୍ଟୋବର ମାସରୁ କେଉଁ ସବୁ କ୍ଷେତ୍ରରେ ପରିବର୍ତ୍ତନ ହେବ?

  • LPG Gas ମୂଲ୍ୟ: ଅଏଲ ମାର୍କେଟିଙ୍ଗ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ଦିନ LPG ସିଲିଣ୍ଡର ମୂଲ୍ୟରେ ସଂଶୋଧନ କରିଥାଏ । ଅକ୍ଟୋବର ୧ ତାରିଖରେ ମଧ୍ୟ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଗତ କିଛି ମାସରେ ୧୯ କେ.ଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍ ପରିବର୍ତ୍ତନ କରାଯାଇଛି । କିନ୍ତୁ ୧୪ କେ.ଜି ଘରୋଇ ଗ୍ୟାସ ସିଲିଣ୍ଡର ଦୀର୍ଘ ସମୟ ପର୍ୟ୍ୟନ୍ତ ସ୍ଥିର ରହିଛି । ତେବେ ଅକ୍ଟୋବର ମାସରେ ଦେଶବାସୀଙ୍କ ଦୁର୍ଗାପୂଜା ଭେଟି ଭାବରେ ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ କରିପାରନ୍ତି ସରକାର ।
  • ATF  CNG-PNG ରେଟ୍: ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ATF ଏବଂ CNG-PNG ମୂଲ୍ୟରେ ମଧ୍ୟ ପରିବର୍ତ୍ତନ କରିଥାଏ । ତେଣୁ ଅକ୍ଟୋବର ପ୍ରଥମ ଦିନ ଏହାର ନୂଆ ମୂଲ୍ୟ ଘୋଷଣା କରିପାରନ୍ତି ଅଏଲ ମାର୍କେଟିଙ୍ଗ କମ୍ପାନୀ ।
  • PPF ଆକାଉଣ୍ଟର ୩ ନୂଆ ନିୟମ: ଯଦି NRI ଆକାଉଣ୍ଟଦାରୀ ନିଜ PPF ଆକାଉଣ୍ଟର ନିୟମ ଅନୁସାରେ ଅପଡେଟ ନ କରିବେ, ତେବେ ସେମାନଙ୍କୁ କୌଣସି ପ୍ରକାରର ସୁଧ ମିଳିପାରିବ ନାହିଁ । ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ପିଲା ୧୮ ବର୍ଷ ବୟସର ହେବା ପର୍ଯ୍ୟନ୍ତ ନାବାଳକଙ୍କ ନାମରେ ଖୋଲାଯାଇଥିବା PPF ଆକାଉଣ୍ଟରେ POSA ସୁଧ ଲାଗୁ ରହିବ । ଏହାବ୍ୟତୀତ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଏକାଧିକ PPF ଆକାଉଣ୍ଟ ରହିଛି, ତେବେ କେବଳ ପ୍ରମୁଖ ଆକାଉଣ୍ଟରେ ହିଁ ଯୋଜନାର ସୁଧ ଦର ଲାଗୁ ହେବ ।
  • ସୁକନ୍ୟା ସମୃଦ୍ଧି ଯୋଜନା: ଏହି ଯୋଜନାରେ ମଧ୍ୟ ନୂଆ ନିୟମ ଲାଗୁ କରାଯିବ । ଏହି ନିୟମ ଅନୁସାରେ, ଅକ୍ଟୋବର ୧ ତାରିଖରୁ କେବଳ ଆଇନଗତ ଅଭିଭାବକ ହିଁ ଝିଅଙ୍କ ଆକାଉଣ୍ଟ ପରିଚାଳିତ କରିପାରିବେ । ଏଣିକି ସମସ୍ତ ଆକାଉଣ୍ଟ ଆଇନଗତ ଅଭିଭାବକ ବା ପ୍ରାକୃତିକ ପିତା-ମାତାଙ୍କ ନାମକୁ ସ୍ଥାନାନ୍ତରିତ କରାଯିବ ।

Get real time updates directly on you device, subscribe now.