fbpx

ଜୀବନରେ ସୁଖ-ସମୃଦ୍ଧି ଚାହୁଁଛନ୍ତି କି ? ତେବେ ଚାଣକ୍ୟଙ୍କ ଏହି ୩ଟି ବାଣୀ ପାଳନ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଅନେକ କଥା କହିଛନ୍ତି ଯାହା ସାଧାରଣ ଜୀବନରେ ବେଶ୍ ସଫଳତା ଦେଇଥାଏ । ଜଞ୍ଜାଳ ପୂର୍ଣ୍ଣ ଜୀବନରେ ବଞ୍ଚିବାର ଉଚିତ ପାଥ ଦେଖାଏ ଚାଣକ୍ୟ ନୀତି । ଏଥିରେ ରହିଛି ଆମ ସମସ୍ତ ସମସ୍ୟାର ସମାଧାନର ଉପାୟ । କିନ୍ତୁ ସେଥିମଧ୍ୟରୁ ଆମେ ଆପଣଙ୍କୁ ଜଣାଇବୁ ଏହି ୪ଟି ଉପାୟ, ଯାହା ଜୀବନରେ ସୁଖ-ସମୃଦ୍ଧି ଆଣିଦେବ।

ଘର କଥା ଗୁପ୍ତ ରଖ:

ଚାଣକ୍ୟ ନୀତି ଅନୁଯାୟୀ, ନିଜ ଘରର କଥାକୁ ସର୍ବଦା ଗୁପ୍ତ ରଖିବା ଉଚିତ । ଯେଉଁମାନେ ନିଜ ଘରର ଛୋଟ ବଡ କଥା ବାହାରେ କୁହନ୍ତି, ସେମାନଙ୍କୁ ଜୀବନରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡେ ବୋଲି ଚାଣକ୍ୟ କହିଛନ୍ତି।

ଆର୍ଥିକ ସ୍ଥିତି:

ଚାଣକ୍ୟ ନୀତି କହେ, ନିଜର ଆର୍ଥିକ ସ୍ଥିତି କଦାପି କାହାକୁ କହିବା ଉଚିତ୍ ନୁହେଁ। ଅନ୍ୟମାନଙ୍କୁ ନିଜର ଅସୁବିଧା ସମ୍ପର୍କରେ ଜଣାଇଲେ ସମାଧାନର ରାସ୍ତା ବାହାରିବା ବଦଳରେ ଆପଣ ପରିହାସର ପାତ୍ର ହୋଇ ଯାଆନ୍ତି।

ଅପମାନକୁ ଗୁପ୍ତ ରଖନ୍ତୁ:

ନିଜ ଅପମାନକୁ କେବେବି ଅନ୍ୟ ଆଗରେ ପ୍ରକାଶ ନକରିବାକୁ ଚାଣକ୍ୟ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ନିଜର ଦୁର୍ବଳତା ବିଷୟରେ ଅନ୍ୟକୁ ଜଣାପଡିଥାଏ। ଆହୁରି ମଧ୍ୟ ଆପଣଙ୍କୁ କେବଳ ପରିହାସର ସାମ୍ନା କରିବାକୁ ପଡେ।

Get real time updates directly on you device, subscribe now.