fbpx
BSKY
BJD MC SKY
BJD MS SKY

ଓମିକ୍ରନ ସଂକ୍ରମିତଙ୍କଠାରେ ଦେଖାଯାଉଛି ଏହି ଦୁଇଟି ମୁଖ୍ୟ ଲକ୍ଷଣ: ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି

ନୂଆଦିଲ୍ଲୀ: ବତ୍ତର୍ମାନ ସମୟରେ ଚାରିଆଡ଼େ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ଦିନକୁ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି । ସରକାର ମଧ୍ୟ ଏନେଇ କୋଭିଡ୍ ନିୟମାବଳୀକୁ ଫଲୋ କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ତେବେ ଓମିକ୍ରନ ଭାରିଆଣ୍ଟର ମୁଖ୍ୟତଃ ଦୁଇଟି ଲକ୍ଷଣ ଦେଖାଯାଉଛି । ଏହି ଲକ୍ଷଣଗୁଡ଼ିକ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଦ୍ୱାରା ଏହାର ସଂକ୍ରମଣକୁ ହ୍ରାସ କରାଯାଇପାରିବ ବୋଲି କୁହାଯାଇଛି ।

ଦେଶରେ ବର୍ତ୍ତମାନ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୪୦୦ ଟପିଥିବା ବେଳେ ଓଡ଼ିଶାରେ ୮ରେ ପହଞ୍ଚିଛି । ଏହି ଭାରିଆଣ୍ଟକୁ ନେଇ ଭିନ୍ନ ଭିନ୍ନ ମତ ସାମନାକୁ ଆସୁଥିବା ବେଳେ ଏହାର ଲକ୍ଷଣକୁ ଚିହ୍ନିବା ବହୁତ ଜରୁରୀ ଅଟେ । କରୋନା ଭାଇରସ ଦେଶରେ ପ୍ରଥମେ ସଂକ୍ରମଣ ବୃଦ୍ଧି କରିବା ସମୟରେ ସର୍ଦ୍ଦିକୁ ଏହାର ସାଧାରଣ ଲକ୍ଷଣ ଭାବେ ଗ୍ରହଣ କରାଯାଉଥିଲା । ମାତ୍ର ଓମିକ୍ରମ କ୍ଷେତ୍ରରେ ସେପରି ଦେଖିବାକୁ ମିଳିନାହିଁ । ତେବେ ଓମିକ୍ରନ ସଂକ୍ରମିତଙ୍କ ଠାରେ ଦୁଇ ତିନି ପର୍ଯ୍ୟନ୍ତ ସର୍ଦ୍ଦି ରହିଥାଏ । ଏହି ଭାରିଆଣ୍ଟର ପ୍ରଥମ ଲକ୍ଷଣ ହେଉଛି ମୁଣ୍ଡ ବ୍ୟଥା ଓ ଦ୍ୱିତୀୟଟି ହେଉଛି ଥକ୍କାପଣ । ତେଣୁ ଏହି ଦୁଇଟି ଲକ୍ଷଣ ପ୍ରତି ସଜାଗ ରହିବା ସହ ଯାଞ୍ଚ କରାଇବା ଆବଶ୍ୟକ । ଏହାବାଦ୍ ବୁଖାର, ଗଳା ଯନ୍ତ୍ରଣା, ଶରୀରରେ ଅଧିକ ଯନ୍ତ୍ରଣା ଆଦି ଓମିକ୍ରନର ଅନ୍ୟ ଲକ୍ଷଣ ଅଟେ । ତେବେ କରୋନା ଭାଇରସ୍ ପରି ଏହି ଭାରିଆଣ୍ଟରେ ସ୍ୱାଦ ଓ ଘ୍ରାଣ ପରି ଲକ୍ଷଣ ସାମିଲ ନାହିଁ । ଓମିକ୍ରନଠାରୁ ବର୍ତ୍ତିବା ପାଇଁ ହେଲେ ପ୍ରଥମେ କୋଭିଡର ଦୁଇଟି ଡୋଜ୍ ଲଗାଇବା ଦରକାର । ଏହି ଭାରିଆଣ୍ଟର ପ୍ରଭାବକୁ ଦୂରେଇବାକୁ ହେଲେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ସାନିଟାଇଜରେ ହାତ ଧୋଇବା ସହ କୌଣସି ଅସୁବିଧା ହେଲେ ଡାକ୍ତରଙ୍କ ସହ ସମ୍ପର୍କ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.