fbpx
BSKY
BJD SHG SKY
BJD MC SKY

ନିଦ୍ରାକୁ ବହୁ ମାତ୍ରାରେ ପ୍ରଭାବିତ କରି ଥାଏ ଏହି ସବୁ ଅସ୍ୱାସ୍ଥ୍ୟକର ଖାଦ୍ୟ

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଅସ୍ୱାସ୍ଥ୍ୟକର ଖାଦ୍ୟ ଆମ ନିଦକୁ ବହୁ ମାତ୍ରାରେ ପ୍ରଭାବିତ କରି ଥାଏ । ଆଧୁନିକ ଖାଦ୍ୟପେୟ ଏବଂ ପାଶ୍ଚାତ୍ୟ ଦେଶର ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେଲେଣି ଯୁବପିଢ଼ି । ଯାହା ସେମାନଙ୍କ ପାଇଁ ଘାତକ ସାଜି ପାରେ । ଏକ ଗବେଷଣାରେ ଏହା କୁହାଯାଇଛି । ଗଭୀର ନିଦ୍ରା ଅର୍ଥାତ୍ ନିଦର ତୃତୀୟ ପର୍ଯ୍ୟାୟ ନିଦ୍ରା ସ୍ମୃତିଶକ୍ତି, ମାଂସପେଶୀ ବୃଦ୍ଧି ଓ ରୋଗ ପ୍ରତିରୋଧକ ଶକ୍ତି ଭଳି ଅତ୍ୟାବଶ୍ୟକ ଜିନିଷକୁ ବଢାଇଥାଏ । ଜଙ୍କଫୁଡ୍ କିପରି ନିଦ୍ରାକୁ ପ୍ରଭାବିତ କରିଥାଏ ଏନେଇ ସ୍ୱିଡେନର ଉପ୍ସାଲା ବିଶ୍ୱବିଦ୍ୟାଳୟର ଗବେଷକମାନେ ବିଶ୍ଳେଷଣ କରିଥିଲେ । ଅଧ୍ୟୟନରେ ସୁସ୍ଥ ଲୋକମାନେ ଅନିୟମିତ କ୍ରମରେ ଅସ୍ୱାସ୍ଥ୍ୟକର ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିଥିଲେ । ନିକଟରେ ଏହି ଗବେଷଣା ‘ଓବେସିଟି’ ପତ୍ରିକାରେ ପ୍ରକାଶ ପାଇଛି ।

ଜଙ୍କଫୁଡ୍ ଖାଇବା ପରେ ଅଂଶଗ୍ରହଣକାରୀଙ୍କ ଗଭୀର ନିଦ୍ରା ଉପରେ ପ୍ରଭାବ ପକାଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କୁ ସୁସ୍ଥ ଖାଦ୍ୟ ଦିଆଯାଇଥିଲା, ଯାହା ପରେ ତାଙ୍କ ସ୍ୱଭାବିକ ନିଦ ହୋଇଥିଲା । ସେପଟେ ଉପ୍ସାଲା ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଜୋନାଥନ୍ ସେଡର୍ନାସ୍ କହିଛନ୍ତି, ଉଭୟ ଖରାପ ଖାଦ୍ୟ ପେୟ ଏବଂ ଖରାପ ନିଦ୍ରା ସ୍ୱାସ୍ଥ୍ୟ ପାଇଁ ବିପଦ ବଢ଼ାଇଥାଏ । ଏହି ଅଧ୍ୟୟନର ଦୁଇଟି ଅଧିବେଶନରେ ଗବେଷଣାମୂଳକ ପରୀକ୍ଷା ପାଇଁ ସମୁଦାୟ ୧୫ ଜଣ ସୁସ୍ଥ ସାଧାରଣ ଓଜନର ଯୁବକ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନଙ୍କୁ ସ୍ୱାସ୍ଥ୍ୟକର ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ନିୟୋଜିତ କରାଯାଇଥିଲା । ଉଭୟ ଖାଦ୍ୟରେ କ୍ୟାଲୋରୀର ମାତ୍ରା ସମାନ ରଖାଯାଇଥିଲା ।

Get real time updates directly on you device, subscribe now.