fbpx
BSKY SKY
BSKY SKY

ସେପ୍ଟେମ୍ବର ୨୯ରେ କର୍ଣ୍ଣାଟକ ବନ୍ଦ ରହିବ: ପ୍ରୋ-କନ୍ନଡ଼ କାର୍ଯ୍ୟକର୍ତ୍ତା ଭାଟଲ ନାଗରାଜଙ୍କ ଘୋଷଣା

BSKY

ନୂଆଦିଲ୍ଲୀ: ଆସନ୍ତା ୨୯ ତାରିଖରେ କର୍ଣ୍ଣାଟକ ବନ୍ଦ ରହିବ । ପ୍ରୋ-କନ୍ନଡ଼ କାର୍ଯ୍ୟକର୍ତ୍ତା ଭାଟଲ ନାଗରାଜ ଏନେଇ ଘୋଷଣା କରିଛନ୍ତି । କନ୍ନଡ଼ ସଂଘ ଦ୍ୱାରା ଏହି ବନ୍ଦ ଡାକରା ଦିଆଯାଇଛି । ସେଥିପାଇଁ ସାରା କର୍ଣ୍ଣାଟକ ବନ୍ଦ ରହିବ । ସେପ୍ଟେମ୍ବର ୨୯ ତାରିଖରେ ସାରା କର୍ଣ୍ଣାଟକ ବନ୍ଦ ନେଇ ପ୍ଲାନିଂ କରାଯାଉଥିବା ମିଡ଼ିଆକୁ ସୂଚନା ଦେଇଛନ୍ତି ନାଗରାଜ ।

ପ୍ରୋ-କନ୍ନଡ଼ କାର୍ଯ୍ୟକର୍ତ୍ତା ନାଗରାଜ କହିଛନ୍ତି, ସୋମବାର ବୈଠକରେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା । ସେପ୍ଟେମ୍ବର ୨୯ ତାରିଖରେ କନ୍ନଡ଼ ସଂଘର ତତ୍ତ୍ୱାବଧାନରେ ଏହି ବନ୍ଦ ପାଳନ କରାଯିବ । ଏହି ବନ୍ଦକୁ ସମସ୍ତ ପ୍ରୋ-କନ୍ନଡ଼ ସଂଗଠନ, କୃଷକ ସଂଗଠନ, ଲେଖକ, ବ୍ୟବସାୟୀମାନେ ସହଯୋଗ କରିବେ ।

ସେହିପରି ସେପ୍ଟେମ୍ବର ୨୬ ତାରିଖରେ ରାମ୍ନାଗଡ଼ ଓ ବେଙ୍ଗାଲୁରୁ ବନ୍ଦ ରହିବ । ରାମ୍ନାଗଡ଼ରେ କାବେରୀ ଜଳ ସଙ୍କଟ ସମସ୍ୟା ବଢ଼ିବାରେ ଲାଗିଛି । ଏହାକୁ ବିରୋଧ କରି ଆସନ୍ତାକାଲି ରାମ୍ନାଗଡ଼ ଓ ବେଙ୍ଗାଲୁରୁ ବନ୍ଦ ରହିବ । ରାମ୍ନାଗଡ଼ର କୃଷକ ଓ ପ୍ରୋ-କନ୍ନଡ଼ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏଥିପାଇଁ ଗତ ରବିବାର ଦିନ ରାମ୍ନାଗଡ଼ ରଇଥା ଭବନ ଠାରେ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅନେକ ସଂଗଠନ, ବ୍ୟବସାୟୀ ସଂଘ, ହୋଟେଲ ମାଲିକ ସଂଘ, ଓକିଲ ସଂଘ, ଅଟୋ ଡ୍ରାଇଭର ସଂଘ ଯୋଗଦେଇଥିବା ବେଳେ ରାମ୍ନାଗଡ଼, ଛନ୍ନାପାଟଣା, ବିଦାଦି ସହର ସମ୍ପୂର୍ଣ୍ଣ ବନ୍ଦ ନେଇ ସେମାନେ ସମର୍ଥନ ଜଣାଇଥିଲେ ।

ସେପ୍ଟେମ୍ବର ୨୬ରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଏହି ଅବସରରେ ମେଡିକାଲ, ହସ୍ପିଟାଲ, କ୍ଷୀର ଦୋକାନ, ସିଲକ ମାର୍କେଟକୁ ଛାଡ଼ି ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ସେହିଦିନ ସକାଳ ୧୦ଟାରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏପିଏମସି ସର୍କଲ ଠାରେ ନିରବ ଭାବେ ବିକ୍ଷୋଭ କରାଯିବା ସହ ପୁରୁଣା ବେଙ୍ଗାଲୁରୁ- ମହୀଶୁର ରାଜପଥକୁ ଅବରୋଧ କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.