ଆଧାର କାର୍ଡରେ ଜାଲିଆତି କରି ନେଉଛନ୍ତି ଭତ୍ତା, ଥାନାରେ ଅଭିଯୋଗ କଲେ ବିଡିଓ

ଆଳି: ଆଳି ଭତ୍ତା କାଳେଙ୍କାରୀ ଘଟଣାରେ ୬୫ ଜଣଙ୍କ ନାଁରେ ଏତଲା ଦାଏର କରାଯାଇଛି । ସ୍ଥାନୀୟ ବିଡିଓ  ଆଳି ଥାନାରେ ଠକିକରି ଭତ୍ତା ନେଇଥିବା  ଲୋକଙ୍କ  ବିରୋଧରେ ଏତଲା ଦାଏର କରିଛନ୍ତି । ଆଳି ବ୍ଲକ୍ ଅର୍ନ୍ତଗତ ଅର୍ଗଳ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା କାଳେଙ୍କାରୀ ନେଇ ପ୍ରଥମେ ଅଭିଯୋଗ କରାଯାଇଥିଲା । ଜାଲିଆତି କରି ଟଙ୍କା ନେଇଥିବା ହିତାଧିକାରୀ  ୭ ମାସର ଭତ୍ତା ଟଙ୍କା ଫେରାଇବା  ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା  ପାଇଁ ଏତଲାରେ ଉଲ୍ଲେଖ କରାଯାଇଛି । ଭୋଟର ଆଇଡି ଏବଂ  ଆଧାର କାର୍ଡରେ  ଜାଲିଆତି କରି  ଭତ୍ତା ଆବେଦନ କରିଥିବା ସୂଚନା ।