fbpx

ଘରେ ପଶି ଚୋରି କଲେ ଏହି ସାମଗ୍ରୀ ବଦଳରେ ତକିଆ ତଳେ ରଖିଲେ ଏପରି ଜିନିଷ!

ନୂଆଦିଲ୍ଲୀ: ଆପଣ ଅନେକ ଚୋରଙ୍କୁ ଦେଖିଥିବେ । କେତେବେଳେ ଚୋର ନିଜର ଅଜବ ଉପାୟରେ ଚୋରିପାଇଁ ଚର୍ଚ୍ଚାରେ ଥାଏ ତ’ କେତେବେଳେ ଚୋରି କରି ଧରାପଡ଼ିଥାନ୍ତି । ଏହିଭଳି ଏକ ଅଜବ ଚୋରି ମାମଲା ଦେଖିବାକୁ ମିଳିଛି ୟୁକେର କର୍ଣ୍ଣୱାଲ ସହରରେ । ଯେଉଁଠାରେ ଚୋର ଘରୁ ଚୋରି କରିବା ପରେ ବଦଳରେ ଟଙ୍କା ରଖିଯାଇଛି । ଏହା ସହ ଏକ ଚିଠି ମଧ୍ୟ ଛାଡ଼ିଯାଇଛନ୍ତି ।

ଖବର ଅନୁଯାୟୀ, ଚାରି ଜଣ ଚୋର କର୍ଣ୍ଣୱାଲରେ ରହୁଥିବା ଜଣେ ୮୦ ବର୍ଷୀୟ ମହିଳାଙ୍କ ଘରୁ ପଶିଥିଲେ ଏବଂ ତାଙ୍କ ଲିଭିଙ୍ଗ ରମରୁ କେବଳ ଏକ ଫୁଲକୁଣ୍ଡ ଚୋରି କରିଥିଲେ । ଯେତେବେଳେ ମହିଳା ଜଣଙ୍କ ଘରେ ଟିଭି ଦେଖୁଥିଲେ ସେହି ସମୟରେ ସେମାନେ ଲୁଚି ଲୁଚି ତାଙ୍କଘରେ ପସିଥିଲେ ଏବଂ ରୁମ ବାହାରେ ଥିବା ଫୁଲକୁଣ୍ଡ ଚୋରି କରିନେଇଥିଲେ । ଚୋରମାନେ ଚୋରି କରିବା ପରେ ଏକ ଚିଠି ଏବଂ କୁଣ୍ଡର ଦାମ ତକିଆ ତଳେ ରଖିଦେଇଥିଲେ ।

ମହିଳା ଜଣକ ଏହାର ସୂଚନା ଦେଇ କହିଛନ୍ତି ଚୋରମାନେ ଚିଠିରେ ଲେଖିଥିଲେ ଯେ ସେମାନଙ୍କୁ ଏହି କୁଣ୍ଡ ଖୁବ୍ ପସନ୍ଦ ଆସିଥିଲା ଏବଂ ସେଥିପାଇଁ ସେମାନେ ଏହାକୁ ଚୋରି କରୁଛନ୍ତି । କିନ୍ତୁ ସେମାନେ ଚାହୁନଥିଲେ ମହିଳାଙ୍କର କୌଣସି କ୍ଷତି ହେଉ ସେଥିପାଇଁ ସେମାନେ ଏହାର ଦାମ ତକିଆ ତଳେ ରଖିଦେଇଥିଲେ । ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଚୋରମାନଙ୍କୁ ଦିଲଦାର ଚୋର ବୋଲି ମଧ୍ୟ କହୁଛନ୍ତି ।

Get real time updates directly on you device, subscribe now.