fbpx

ବିଶ୍ୱର ସବୁଠାରୁ ବଡ଼ ସୁନା ଚୋରି! ଏୟାରପୋର୍ଟରୁ ସୁନା ଭର୍ତ୍ତି କଣ୍ଟେନରକୁ ଉଡ଼ାଇନେଲା ଚତୁର ଚୋର

ନୂଆଦିଲ୍ଲୀ: ସରକାରଙ୍କ ତରଫରୁ ଯେତେ କଠୋର ନିୟମ ଲାଗୁ କରାଗଲେ ମଧ୍ୟ ଚୋରମାନେ ଏ କ୍ଷେତ୍ରରେ ଦୁଇପାଦ ଆଗରେ ରହିଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାଖାପାଖି ୧୨୦ କୋଟି ଟଙ୍କାର ସୁନା ଚୋରି କରିନେଇଛି ଏକ ଚୋର । ଏହି ଘଟଣା ବିଶ୍ୱର ସର୍ବବୃହତ ସୁନାଚୋରି ମାମଲା ହୋଇଥାଇପାରେ ବୋଲି ଆକଳନ କରାଯାଉଛି ।

ସୂଚନା ମୁତାବକ, କାନାଡ଼ାର ଟରଣ୍ଟୋରେ ଗୋଟିଏ ବୁଦ୍ଧିମାନ ଚୋର ଏଭଳି କାଣ୍ଡ ରଚିଛି । ଟରଣ୍ଟୋର ପିଅରସନ ଏୟାରପୋର୍ଟରୁ ବିପୁଳ ମାତ୍ରାରେ ସୁନା ସହ ଅନ୍ୟ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଗାଏବ୍ ହୋଇ ଯାଇଛି । ମୋଟ ୧୪.୮ ମିଲିଅନ ଡଲାରରୁ ଅଧିକ ମୂଲ୍ୟର ସୁନାକୁ ଚୋର ଲୁଟି ନେଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ସାଧାରଣ ଭାବେ ଏଭଳି ଘଟଣା ଫିଲ୍ମରେ ଦେଖିବାକୁ ମିଳିଥାଏ, ମାତ୍ର ବାସ୍ତବ ଦୁନିଆରେ ଚୋରମାନେ ସମସ୍ତଙ୍କୁ ଚକମା ଦେଇ ଫେରାର ହେବାରେ ସଫଳ ହୋଇଛନ୍ତି ।

ତେବେ ଏହି କଣ୍ଟେନର ଚୋରି ହେବାକୁ ଏହା ମଧ୍ୟରେ ୩ ଦିନି ବିତିଯାଇଥିଲେ ସୁଦ୍ଧା ଚୋରର ପତ୍ତା ମିଳିପାରି ନାହିଁ । ଏହି କଣ୍ଟେନରକୁ ବିମାନରୁ ବାହାର କରାଯାଇଥିବା ବେଳେ ତାହା ଚୋରି କିପରି ହୋଇଗଲା ତାହା କେହି କହିପାରୁ ନାହାନ୍ତି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ ମଧ୍ୟ କରାଯାଇ ନାହିଁ । ଚୋରି ହୋଇଥିବା ସୁନାର ଓଜନ ୩୬୦୦ ପାଉଣ୍ଡ ହେବ ବୋଲି ଜଣାପଡ଼ିଛି । ତେବେ ଚୋର ଏହି ସୁନାକୁ ଅନ୍ୟ ଏକ ଗୋଦାମକୁ ନେଇଯାଇଥିବା ଏୟାରପୋର୍ଟ ଅର୍ଥରିଟି ପକ୍ଷରୁ ଅନୁମାନ କରାଯାଉଛି ।

Get real time updates directly on you device, subscribe now.