fbpx

ଦଶାହ କାର୍ଯ୍ୟରେ ଗାଁକୁ ଯାଇଥିଲେ ପରିବାର ଲୋକେ, ଫେରିବାର ବେଳକୁ ଘର ପୂରା ଖାଲି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଲୁଟ, ହତ୍ୟା, ଡକାୟତି ଭଳି ଭୟଙ୍କର ମାମଲା ବଢ଼ିବାରେ ଲାଗିଛି । କିଏ ଦିନ ଦ୍ୱିପ୍ରହରରେ କାହାକୁ ଖଣ୍ଡାରେ ହାଣି ଦେଲାଣି ତ ଆଉ କିଏ କଳାମୁଖା ପିନ୍ଧି ବ୍ୟାଙ୍କରେ ପଶି ଡକାୟତି କଲାଣି । ତେବେ ରାଜଧାନୀର ଏକ ପରିବାର ଦଶାହ କାର୍ଯ୍ୟରେ ଯୋଗଦେବାକୁ ଗାଁକୁ ଯାଇଥିବା ବେଳେ ଫେରିବା ବେଳକୁ ଯାହା ଘଟିଥିଲା ତାହା କେହି ବିଶ୍ୱାସ କରିପାରିନଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଚାଲାକ ଚୋରମାନେ ଘରୁ ସମସ୍ତ ଟଙ୍କା ପଇସା, ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ।

ରାଜଧାନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏହି ଅଘଟଣ ଘଟିଛି । ସମେଇଗାଡ଼ି ଅଞ୍ଚଳରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ନିଜ ପରିବାର ସହ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଗାଁକୁ ଯାଇଥିଲେ । ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ଘରର ଚାବି ଭାଙ୍ଗି ପଶିଥିଲେ । ଚୋରମାନେ ୨୬ ହଜାର ଟଙ୍କା ୧୮ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଗହଣା ଲୁଟି ନେଇଥିଲେ । ପରିବାର ଲୋକେ ଗାଁରୁ ଫେରି ଦେଖନ୍ତି ତ ଘରେ ଆଉ କିଛି ନାହିଁ । ନିଜର ସମସ୍ତ କଷ୍ଟୋପାର୍ଜିତ ଧନକୁ ଆଜି ଚୋରି ନେଇଯାଇଛି । ଏହି ଚିନ୍ତାରେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ପରିବାରବର୍ଗ । ଅଭିଯୋଗ ପାଇ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ରାଜଧାନୀରେ ଚୋରି, ରାହାଜାନୀ ଭଳି ଘଟଣା ଦିନକୁ ଦିନ ବଢ଼ି ଚାଲିଥିବାରୁ ସେଥିପ୍ରତି ସତର୍କ ରହିବାକୁ ଅନୁରୋଧ କରାଯାଉଛି ।

Get real time updates directly on you device, subscribe now.