fbpx
BSKY SKY
BSKY SKY

ଜୁଏଲେରୀ ଶୋ’ ରୁମରୁ କୋଟି କୋଟି ଟଙ୍କାର ଚୋରି, କାନ୍ଥ କଣା କରି ଦୋକାନ ଭିତରେ ପଶିଲେ ଚୋର

BSKY

ନୂଆଦିଲ୍ଲୀ : ଦିଲ୍ଲୀର ଜଙ୍ଗପୁରାରେ ଜୁଏଲରୀ ଶୋ’ରୁମରୁ କୋଟି କୋଟି ଟଙ୍କାର ଚୋରି ହୋଇଛି । ଶୋ’ରୁମ ମାଲିକ କହିବା ଅନୁସାରେ ଚୋରମାନେ ଦୋକାନରେ ପଶି ପାଖା ପାଖି ୨୫ କୋଟି ଟଙ୍କାର ସୁନା ଏବଂ ହୀରା ଅଳଙ୍କାର ଚୋରି କରିଛନ୍ତି । ସୋମବାର ଦିନ ଜଙ୍ଗପୁରା ମାକେର୍ଟ ବନ୍ଦ ରହିଥାଏ । ତେଣୁ ରବିବାର ରାତିରେ ମାଲିକ ଶୋ’ରୁମ ବନ୍ଦ କରି ଘରକୁ ଯିବା ପରେ ଏହି ଚୋରମାନେ ଲୁଟ କରିଥିଲେ । ଯେତେବଳେ ସୋମବାର ମାଲିକ ଆସି ଶୋ’ରୁମ ଦେଖିଥିଲେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଥିଲେ ।

ଏହା ପରେ ମାଲିକ ପୋଲିସରେ ଖବର ଦେଇଥିଲେ । ସୂଚନା ଅନୁସାରେ ଚୋରମାନେ କାନ୍ଥ କଣା କରି ଚୋରୀ କରିଥିଲେ । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି । ପୋଲିସ ପାଖ ଆଖରେ ଥିବା ଦୋକାନୀ ମାନଙ୍କୁ ମଧ୍ୟ ପଚରାଉଚରା କରୁଛି । ଖୁବଶିଘ୍ର ଚୋରମାନଙ୍କୁ ଧରା ଯିବ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.