fbpx

ତୃତୀୟ ପର୍ଯ୍ୟାୟ ଗଣତି ଜାରି: ନବରଙ୍ଗପୁର ଓ ସମ୍ବଲପୁରରୁ କିଏ ବିଜୟୀ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ତୃତୀୟ ଦିନ । ୨୩୦ ଜିଲ୍ଲା ପରିଷଦ ଜୋନର ଆଜି ଆସିବ ଫଳାଫଳ । କଡ଼ା ସୁରକ୍ଷାରେ ଚାଲିଛି ଭୋଟ ଗଣତି । ପ୍ରଥମ ଓ ଦ୍ୱିତୀୟ ଦିନରେ ବାଜିମାତ କରିଛି ବିଜେଡି । ତେବେ ଆସନ୍ତୁ ଜାଣିବା ତୃତୀୟ ପର୍ଯ୍ୟାୟ ଗଣତିରେ ନବରଙ୍ଗପୁର ଓ ସମ୍ବଲପୁରରୁ କିଏ ବିଜୟୀ ହୋଇଛନ୍ତି…

ନବରଙ୍ଗପୁର ଜିଲ୍ଲା ପରିଷଦ ବିଜୟୀ ପ୍ରାର୍ଥୀ:
ନବରଙ୍ଗପୁର ଜୋନ୍-୧୭ରେ ବିଜେଡିର ପରିଜା ଭତରା ବିଜୟୀ ।
ନନ୍ଦାହାଣ୍ଡି ଜୋନ୍-୧୯ରେ ବିଜେଡିର ଅରୁଣ ମିଶ୍ର ବିଜୟୀ ।
କୋଷାଗୁମୁଡା ଜୋନ୍-୫ରେ ବିଜେଡିର ଦନାଏ ଭତରା ବିଜୟୀ ।
ପାପଡ଼ାହାଣ୍ଡି ଜୋନ୍-୨୧ରେ କଂଗ୍ରେସର ଲିପିକା ମାଝୀ ବିଜୟୀ ।
ତେନ୍ତୁଳିଖୁଣ୍ଟି ଜୋନ୍-୧୫ରେ ବିଜେଡିର ରତିକାନ୍ତ ପଣ୍ଡା ବିଜୟୀ ।
ଡାବୁଗାଁ ଜୋନ୍-୧୬ରେ ବିଜେଡିର ଗୁପ୍ତ ବିଷୋୟୀ ବିଜୟୀ ।
ଉମରକୋଟ ଜୋନ୍-୨ରେ ବିଜେଡିର ଛାୟା ବିଶ୍ୱାସ ବିଜୟୀ ।
ଝରିଗାଁ ଜୋନ୍-୧୦ରେ ବିଜେଡିର ଶ୍ୟାମସୁନ୍ଦର ନାୟକ ବିଜୟୀ ।
ରାଇଘର ଜୋନ୍-୨୪ରେ ବିଜେଡିର ନାନାରା ଖରା ବିଜୟୀ ।
ଚନ୍ଦାହାଣ୍ଡି ଜୋନ୍-୮ରେ ବିଜେଡିର କେତକୀ ମଲ୍ଲି ଗୌଡ଼ ବିଜୟୀ ।

ସମ୍ବଲପୁର ପଞ୍ଚାୟତ ନିର୍ବାଚନରେ ମୋଟ୍ ୧୮ ଆସନରୁ ବିଜେଡି ୧୬ ଓ ବିଜେପି ୨ଟି ଆସନରେ ବିଜୟୀ ହୋଇଛି । ଆସନ୍ତୁ ଦେଖିବା ଲିଷ୍ଟ…

ବାମରା ଜୋନ୍-୨ରେ ବିଜେଡିର କୁମୁଦିନି ନାୟକ ବିଜୟୀ ।
କୁଚିଣ୍ଡା ଜୋନ୍-୨ରେ ବିଜେପିର ଦିବ୍ୟରାଜ କିଷାନ ବିଜୟୀ ।
ଜମେନକିରା ଜୋନ୍-୨ରେ ବିଜେଡିର ତନୟା ଧୁରୁଆ ବିଜୟୀ ।
ରେଙ୍ଗାଲି ଜୋନ୍-୨ରେ ବିଜେଡିର ଦେବ ନାରାୟଣ ତିୱାରୀ ବିଜୟୀ ।
ଧନକଉଡା ଜୋନ୍-୨ରେ ବିଜେଡିର ସୁଦର୍ଶନ ହରିପାଲ ବିଜୟୀ ।
ମାନେଶ୍ୱର ଜୋନ୍-୨ରେ ବିଜେଡିର ଗୀତାଞ୍ଜଳି ପାଣ୍ଡେ ବିଜୟୀ ।
ଯୁଜୁମୁରା ଜୋନ୍-୨ରେ ବିଜେଡିର ମାଧବ ମିର୍ଧା ବିଜୟୀ ।
ରେଢ଼ାଖୋଲ ଜୋନ୍-୨ରେ ବିଜେପିର ଶରତ କୁମାର ପ୍ରଧାନ ବିଜୟୀ ।
ନାକଟିଦେଉଳ ଜୋନ୍-୨ରେ ବିଜେଡିର ଟିକେଶ୍ୱରୀ ମେହେର ବିଜୟୀ ।

Get real time updates directly on you device, subscribe now.