fbpx

କଟ୍ରିନାଙ୍କ ବିବାହ ତାଲିକାରେ ନଥଇଲା ଏହି ଅଭିନେତାଙ୍କ ନାମ: କଫି ୱିଥ କରଣରେ କହିଲେ ଏପରି କଥା…

ମୁମ୍ବାଇ: କରଣ ଜୋହରଙ୍କ ରିଆଲିଟି ଶୋ କଫି ୱିଥ୍ କରଣ ସିଜନ ୭ର ୧୦ମ ଏପିସୋଡରେ ନିଜ ଫିଲ୍ମ ଫୋନ ଭୁତ୍ (Phone Bhoot) ର କୋ ଷ୍ଟାର ସିନ୍ଧାନ୍ତ ଚତୁର୍ବେଦୀ ଏବଂ ଇସାନ ଖଟ୍ଟରଙ୍କ ସହିତ ନଜର ଆସିବେ ବଲିଉଡ କୁଇନ୍ କଟ୍ରିନା କେଫ୍ । ଯାହାର ପ୍ରମୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ତେବେ ଏହି ଶୋ ରେ ବଲିଉଡ କୁଇନ୍ କଟ୍ରିନା କେଫ୍ ତାଙ୍କ ଚତୁର୍ଥୀ ରାତି ବିଷୟରେ କହିଥିବା ଦେଖିବାକୁ ମିଳିଛି । ଏଥିସହିତ କଟ୍ରିନା ଅଭିନେତା ଭିକି କୌଶଲ ସହ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

ଅଭିନେତ୍ରୀ କଟ୍ରିନା କେଫ୍ କଫି ୱିଥ କରଣ ଶୋ ରେ ଏପରି କିଛି କଥାର ଖୁଲାସା କରିଥଇଲେ ଯାହାକୁ ଜାଣିବା ପରେ ସେଠାରେ ଥିବା ସମସ୍ତ ଅତିଥି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ବିୟୁଟିଫୁଲ୍ ଅଭିନେତ୍ରୀ କଟ୍ରିନା କହିଥିଲେ ଯେ ସେ ଭିକି କୌଶଲଙ୍କୁ ଜାଣି ନଥିଲେ କି ତାଙ୍କୁ ଚିହ୍ନି ନଥିଲେ । ସେ କେବଳ ତାଙ୍କ ନା ଶୁଣିଥିଲେ । କିନ୍ତୁ ତାଙ୍କୁ ଯେତେେତେଳ ଦେଖିଲେ ସେ ଜୀବନରେ ସବୁ ଜିତିଗଲେ ବୋଲି ଅନୁଭବ କରିଥିଲେ । ଏଥି ସହିତ କଟ୍ରିନା ଭିକି କୌଶଲ ସହ ତାଙ୍କ ସମ୍ପର୍କ ବିଷୟରେ କଥା ହୋଇଥିଲେ ।

କଟ୍ରିନା କହିଥିଲେ ଯେ ଭିକିଙ୍କୁ ବିବାହ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା । ଏଥିସହିତ ତାଙ୍କ ବିବାହ ତାଲିକାରେ ତାଙ୍କ ନାଁ ମଧ୍ୟ ନଥିଲା । କିନ୍ତୁ ଉପୟ ପରସ୍ପର ସହ ମିଶିବା ପରେ ବିବାହ କରିବାର ନିଷ୍ପତି ନେଇଥିଲେ । ଏହା ପରେ ଉଭୟ ବିଗତ ବର୍ଷ ଡିସେମ୍ବର ୯ ତାରିଖରେ ରାଜସ୍ଥାନରେ ବିବାହ କରିଥିଲେ ।

Get real time updates directly on you device, subscribe now.