fbpx

ଶସ୍ତା ପ୍ଲାନରେ ୫୦ଜିବି ଅଧିକ ଡାଟା ଫ୍ରି: ବର୍ଷେ ପର୍ଯ୍ୟନ୍ତ ଓଟିଟି ପ୍ଲାଟଫର୍ମ ସବସକ୍ରିପ୍ସନ ବି ମିଳିବ

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ଭୋଡାଫୋନ-ଆଇଡିଆ ୟୁଜର୍ସମାନଭ୍କୁ ଅନେକ ପ୍ରକାର ପ୍ରିପେଡ ପ୍ଲାନ ପ୍ରଦାନ କରୁଛି । ସେହିପରି କମ୍ପାନୀର ପୋର୍ଟଫୋଲିଓରେ କିଛି ଜବରଦସ୍ତ ପୋଷ୍ଟପେଡ ପ୍ଲାନ ମଧ୍ୟ ସାମିଲ ରହିଛି । ଏହି ପ୍ଲାନରେ ଖୁବ ସାରା ଡାଟା ଏବଂ ଅନଲିମିଟେଡ କଲିଙ୍ଗ ସହିତ ଆହୁରି ଅନେକ କିଛି ଫାଇଦା ମିଳିପାରିବ । ସ୍ୱଳ୍ପ ମୂଲ୍ୟରେ ଲାଭଦାୟକ ପୋଷ୍ଟପେଡ ପ୍ଲାନ ଚାହୁଁଥିଲେ, ଆପଣଙ୍କୁ ୪୦୧ ଟଙ୍କାର ପ୍ଲାନ ଖୁବ ଫାଇଦା ଦେଇପାରେ । ଏହା କମ୍ପାନୀର ସବୁଠୁ ଶସ୍ତା ପୋଷ୍ଟପେଡ ପ୍ଲାନ, ଯେଉଁଥିରେ ୫୦ଜିବି ଅଧିକ ଡାଟା ମିଳିବା ସହ ସୋନି ଲିଭର ସବସ୍କ୍ରିପସନ ମଧ୍ୟ ମିଳିବ ।

ଏହି ପ୍ଲାନରେ କ’ଣ ରହିଛି ଫାଇଦା?

ଭୋଡାଫୋନ-ଆଇଡିଆର ଏହି ପ୍ଲାନ ସହ ଆଡିସନାଲ ଫାଇଦା ମଧ୍ୟ ଉପଲବ୍ଧ ରହିଥାଏ । ଏହି ପ୍ଲାନରେ ଗୋଟିଏ ବର୍ଷକ ସୋନି ଲିଭ ମୋବାଇଲର ଫ୍ରି ସବସ୍କ୍ରିପ୍ସନ ମଧ୍ୟ ମିଳିପାରିବ । ଏହାବ୍ୟତୀତ ଏହି ପ୍ଲାନ ଜି-ଫାଇଭ ପ୍ରିମିୟମର ଆକ୍ସେସ ମଧ୍ୟ ମିଳିଥାଏ । ଏହି ଶସ୍ତା ପ୍ଲାନରେ ୟୁଜର୍ସମାନଙ୍କୁ ଭିଆଇ ମୋଭିଜ୍ ଏବଂ ଟିଭି ଆପର ମଧ୍ୟ ଆକ୍ସେସ ଦେଉଛି କମ୍ପାନୀ ।

ଏହା ପରେ ୫୦୧ ଟଙ୍କାରେ ମଧ୍ୟ ଏକ ଶସ୍ତା ପ୍ଲାନ ଅଫର କରୁଛି ଭୋଡାଫୋନ-ଆଇଡିଆ । ଏହି କମ୍ପାନୀର ଏ ପୋଷ୍ଟପେଡ ପ୍ଲାନ ୯୦ଜିବି ଡାଟା ସହିତ ଆସିଥାଏ । ଏହି କମ୍ପାନୀ ୨୦୦ଜିବି ପର୍ଯ୍ୟନ୍ତ ଡାଟା ରୋଲ ଓଭର ମଧ୍ୟ ଦିଆଯାଇଥାଏ । ଏହି ପ୍ଲାନରେ ରାତି ୧୨ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ୟୁଜର୍ସମାନେ ଅନଲିମେଟଡ ଡାଟାର ଫାଇଦା ପାଇପାରିବେ । ଅନଲିମିଟେଡ କଲିଙ୍ଗ ଏବଂ ୩ ହଜାର ମାସିକ ଏସଏମଏସଥିବା ଏହି ପ୍ଲାନରେ କମ୍ପାନୀ ୬ ମାସ ପାଇଁ ଆମାଜନ୍ ପ୍ରାଇମର ସବସ୍କ୍ରିପ୍ସନ ମଧ୍ୟ ମିଳିଥାଏ । ଏହା ବ୍ୟତୀତ ପ୍ଲାନରେ ୟୁଜର୍ସଙ୍କୁ ବର୍ଷକର ଡିଜନୀ+ ହଟଷ୍ଟାର ମୋବାଇଲ ସବସ୍କ୍ରିପ୍ସନ ସହିତ ଜି-ଫାଇଭର ମାଗଣା ଆକ୍ସେସ ମଧ୍ୟ ଦେଇଥାଏ କମ୍ପାନୀ ।

Get real time updates directly on you device, subscribe now.