fbpx

ଚଳିତବର୍ଷ ଚନ୍ଦ୍ରରେ 4G ନେଟୱାର୍କ ହେବ ଲଞ୍ଚ: ଏହି କମ୍ପାନୀ ଦେବ ସୁବିଧା

ମୁମ୍ବାଇ: ଦେଶରେ ବର୍ତ୍ତମାନ ୫ଜି ଇଣ୍ଟରନେଟକୁ ନେଇ ଖୁବ କ୍ରେଜ ଦେଖିବାକୁ ମିଳିଛି । ଯୁବପୀଢିଙ୍କୁ ଇଣ୍ଟରନେଟର ୫ଜି ହାଇସ୍ପିଡ େସେବା ଖୁବ ପ୍ରଭାବିତ କରିଛି । ତେବେ ବର୍ତ୍ତମାନ ଏହି ଇଣ୍ଟରନେଟକୁ ନେଇ ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ମଧ୍ୟ ହାଇ ସ୍ପିଡ ଇଣ୍ଟରନେଟ ଉପଲବ୍ଧ ହେବାକୁ ଯାଉଛି । ଚନ୍ଦ୍ରରେ ଖୁବଶୀଘ୍ର ୪ଜି ନେଟୱାର୍କ ସ୍ଥାପନ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଲୋକପ୍ରିୟ ମୋବାଇଲ କମ୍ପାନୀ ନୋକିଆ ଚନ୍ଦ୍ରପୃଷ୍ଠରେ ୪ଜି ନେଟୱାର୍କ ଲଞ୍ଚ କରିବାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ତେବେ ଚଳିତବର୍ଷ ଶେଷ ସୁଦ୍ଧା ଏହି ଯୋଜନାରେ ସଫଳତାର ସ୍ୱାଦ ଚାଖିପାରେ ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି । ତେବେ ଚନ୍ଦ୍ରରେ ନୋକିଆ ୪ଜି ନେଟୱାର୍କ ଲଞ୍ଚ କରିବାରେ ସଫଳତା ପାଇଲେ ଆଉ ଏକ ଆଶା ଏବଂ ଆକାଂକ୍ଷା ମଧ୍ୟ ସତରେ ପରିଣତ ହୋଇପାରେ । ଇଣ୍ଟରନେଟ ସେବା ଉପଲବ୍ଧ ହେବା ପରେ ସେଠାରେ ଜନବସତି ହେବା ମଧ୍ୟ ସମ୍ଭବ ହୋଇପାରେ ବୋଲି ଆଲୋଚନା ହେଉଛି । ଚଳିତବର୍ଷ ଶେଷ ସୁଦ୍ଧା ୪ଜି ନେଟୱାର୍କ ଏଷ୍ଟାବ୍ଲିସ କରିବାର ଯୋଜନା ରଖିଛି ଫିନାଲାଣ୍ଡର ଟେଲିକମ୍ୟୁନିକେସନ ଗ୍ରୁପ । ରକେଟ ଜରିଆରେ ଆଗାମୀ କିଛି ବର୍ଷ ମଧ୍ୟରେ ଏହି ନେଟୱାର୍କ ଲଞ୍ଚ କରାଯିବା ନେଇ ସୂଚନା ମିଳିଛି ।

ଖୁବଶୀଘ୍ର ସ୍ପେସ ଏକ୍ସ ରକେଟ ଜରିଆରେ ଏହି ନେଟୱାର୍କ ଲଞ୍ଚ ହେବ ବୋଲି କହିଛନ୍ତି ନୋକିଆର ପ୍ରିନ୍ସପାଲ ଇଞ୍ଜିନିୟର ଲୁଇସ ମେଷ୍ଟ୍ରୋ ରୁଇଜ ଦେ ଟେମିନୋ । ଏ ନେଇ ସେ ଗତମାସ ହୋଇଥିବା ମୋବାଇଲ ୱାର୍ଲଡ କଂଗ୍ରେସରେ ସୂଚନା ଦେଇଥିଲେ । ତେବେ ନୋକିଆ ପ୍ରାୟତଃ ମୋବାଇଲ କମ୍ପାନୀ ଭାବେ ପରିଚୟ ପାଇଥିବା ବେଳେ ବର୍ତ୍ତମାନ ନେଟୱାର୍କ ଏଷ୍ଟାବ୍ଲସମେଣ୍ଟ ଉପରେ ମଧ୍ୟ କାମ କରୁଛି ।

Get real time updates directly on you device, subscribe now.