fbpx

ଘରକୁ ଫେରିଲେ ନବଜୋତ, ଜେଲ ରୁ ବାହାରିବା ପରେ ସିଧାସଳଖ କରିଲେ ସରକାରଙ୍କୁ ଟାର୍ଗେଟ

ନୂଆଦିଲ୍ଲୀ: ସରିଲା ଅପେକ୍ଷା। ଫେରିଲେ ସିଦ୍ଧୁ। କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ୧୦ ମାସ ପରେ ଜେଲରୁ ବାହାରିଛନ୍ତି। ଗତ ବର୍ଷ ମେ ୧୯ ରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ନବଜୋତ ସିଂ ସିଦ୍ଧୁଙ୍କର ଭଲ ଆଚରଣ ଯୋଗୁଁ ଦୁଇ ମାସ ପୂର୍ବରୁ ତାଙ୍କୁ ମୁକ୍ତ କରାଯାଇଛି।

ସିଦ୍ଧୁ ପଟିଆଲା ଜେଲରୁ ବାହାରିବା ମାତ୍ରେ ଗଣମାଧ୍ୟମକୁ କଥା ହୋଇଥିଲେ। ସିଦ୍ଧୁ ମୁକ୍ତ ହେବା ପୂର୍ବରୁ ଅନେକ କଂଗ୍ରେସ କର୍ମୀ ପଟିଆଲା ଜେଲ ବାହାରେ ପହଞ୍ଚିଥିଲେ। ସିଦ୍ଧୁଙ୍କୁ ପଟିଆଲା ଜେଲ ବାହାରେ ଡ୍ରମ୍ ଓ ବାଜା ବଜାଇ ସ୍ୱାଗତ କରାଯାଇଥିଲା।
ସେ ଜେଲରୁ ବାହାରିବା ମାତ୍ରେ କଂଗ୍ରେସ ନେତା ସିଦ୍ଧୁ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ। ସେ କହିଛନ୍ତି, ଗଣତନ୍ତ୍ର ଭଳି କିଛି ବାକି ନାହିଁ। ପଞ୍ଜାବରେ ରାଷ୍ଟ୍ରପତିଙ୍କ ଶାସନ ଆଣିବାକୁ ଏକ ଷଡଯନ୍ତ୍ର କରାଯାଉଛି , ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ସିଦ୍ଧୁ ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଯେ ଯଦି ଆପଣ ପଞ୍ଜାବକୁ ଦୁର୍ବଳ କରିବାକୁ ଚେଷ୍ଟା କରନ୍ତି ତେବେ ଆପଣ ନିଜେ ଦୁର୍ବଳ ହୋଇଯିବେ।

ସୂଚନାମୁତାବକ ଗତ ବର୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରା ୧୯୮୮ ରୋ ଡ୍ ରାଗ ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ଦଣ୍ଡିତ କରାଯାଇଥିଲା। ସେ ଗତ ୧୦ ମାସ ଜେଲରେ ଥିଲେ। ଆଜି ତାଙ୍କୁ ମୁକ୍ତ କରାଯାଇଥିଲା।

Get real time updates directly on you device, subscribe now.