fbpx

ବିବାହ ପରେ ପାର୍ଟନରଙ୍କ ସହ ବିଶ୍ୱାସଘାତକତା କରିବାରେ ଏହି ଦେଶ ସବୁଠାରୁ ଆଗୁଆ

ବିଭିନ୍ନ ଦେଶରେ ବିବାହ ଉତ୍ସବ ଭିନ୍ନ ଭିନ୍ନ ଧରଣର ହୋଇଥାଏ । ପରମ୍ପରା ଓ ପ୍ରଥା ଦୃଷ୍ଟିରୁ ଲୋକମାନେ ଅଲଗା ଅଲଗା ଢଙ୍ଗରେ ବିବାହ କରିଥାନ୍ତି । କେତେକଙ୍କର ବିବାହ ପରେ ଦାମ୍ପତ୍ତ୍ୟ ଜୀବନ ସୁଖମୟ ହୋଇଥାଏ ତ ଆଉ କେତେକଙ୍କର ଖୁବ୍ କମ୍ ସମୟରେ ଛାଡ଼ପତ୍ର ହୋଇଥାଏ । ବିଭିନ୍ନ ଦେଶରେ ଏହି ଛାଡ଼ପତ୍ରର ସଂଖ୍ୟା ଅଲଗା ଅଲଗା ହୋଇଥାଏ । କାନାଡ଼ାର ଏକ ମ୍ୟାରେଡ୍ ଡେଟିଂ ସାଇଟ୍ ଏନେଇ ଏକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛି ।


ବିବାହ ପରେ ପାର୍ଟନରଙ୍କୁ ଧୋକ୍କା ଦେବାରେ ସବୁଠାରୁ ଆଗରେ ରହିଛି ଆୟର୍ଲାଣ୍ଡ । ଆୟର୍ଲାଣ୍ଡର ୨୦ ପ୍ରତିଶତ ଲୋକ ନିଜ ପାର୍ଟନରଙ୍କ ସହ ବିଶ୍ୱାସଘାତକତା କରିଥାନ୍ତି । ଧୋକ୍କା ଦେବା ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି ଜର୍ମାନୀ । ଜର୍ମାନୀରେ ୧୩ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ଯେ, ସେମାନେ ପ୍ରତ୍ୟେକ ଦିନ ନିଜ ପାର୍ଟନରଙ୍କୁ ଧୋକ୍କା ଦିଅନ୍ତି । ଏହି ମାମଲାରେ ତୃତୀୟ ସ୍ଥାନରେ ଥିବା କଲମ୍ବିଆର ୮ ପ୍ରତିଶତ, ଚତୁର୍ଥ ସ୍ଥାନରେ ଥିବା ଫ୍ରାନ୍ସର ୬ ପ୍ରତିଶତ ଓ ପଞ୍ଚମ ସ୍ଥାନରେ ଥିବା ବ୍ରିଟେନର ୫ ପ୍ରତିଶତ ଲୋକ ଧୋକ୍କା ଦେଇଥାନ୍ତି ।

ତେବେ ସର୍ଭେରୁ ଜଣାପଡ଼ିଛି ଯେ, ନିଜ ପାର୍ଟନରଙ୍କ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର ବିଷୟରେ ଅବଗତ ହେବା ପରେ ମଧ୍ୟ ଅନେକ ତାଙ୍କୁ କ୍ଷମା କରିଦେଇଥାନ୍ତି । ମହିଳାଙ୍କ ତୁଳନାରେ ପୁରୁଷମାନେ ନିଜ ସାଥୀଙ୍କୁ ଅଧିକାଂଶ କ୍ଷେତ୍ରରେ କ୍ଷମା କରି ଦିଅନ୍ତି । ଧୋକ୍କା ପାଇଥିବା ମହିଳାମାନେ ପୂର୍ବ ପରି ଆଉ ନିଜ ପୁରୁଷ ସାଥୀଙ୍କୁ ବିଶ୍ୱାସ କରନ୍ତି ନାହିଁ । ୮୬ ପ୍ରତିଶତ ପୁରୁଷ ନିଜ ପାର୍ଟନରଙ୍କୁ ମାଫ୍ କରିଦେଉଥିବା ବେଳେ ୮୨ ପ୍ରତିଶତ ମହିଳା ମାଫ୍ କରନ୍ତି ନାହିଁ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.