fbpx

ଗୁଗଲରେ ଯୌନ କଣ୍ଟେଟ ସର୍ଚ୍ଚ କରିବାରେ ଏହି ଦେଶର ଲୋକେ ରହିଛନ୍ତି ଆଗୁଆ; ଜାଣନ୍ତୁ ଦେଶର ନାମ

ନୂଆଦିଲ୍ଲୀ: ଆଜିର ଆଧୁନିକ ଯୁଗରେ ସମସ୍ତଙ୍କ ପାଖରେ ମୋବାଇଲ ଫୋନ ରହିଛି । ଏହି ମୋବାଇଲ ଫୋନ ଦ୍ୱାରା ଲୋକମାନଙ୍କ ଜୀବନଶୈଳୀ ସରଳ ହୋଇଛି । ଲୋକମାନେ ନିଜ ସନ୍ଦେହ ଦୂର କରିବା ପାଇଁ ବର୍ତ୍ତମାନ ଗୁଗଲର ବ୍ୟବହାର କରୁଛନ୍ତି । ତେବେ ଅନେକ ଲୋକ ଅଛନ୍ତି ଯେଉଁମାନେ ଯୌନ ସମ୍ବନ୍ଧୀୟ କଣ୍ଟେଟ ମଧ୍ୟ ଗୁଗଲରେ ସର୍ଚ୍ଚ କରିଥାନ୍ତି । କିନ୍ତୁ କେଉଁ ଦେଶରେ ଲୋକେ ଏହି କଣ୍ଟେଟକୁ ଗୁଗଲରେ ଅଧିକ ଖୋଜିଥାନ୍ତି, ତାହା ଆପଣମାନେ ହୁଏତ ଜାଣି ନଥିବେ । ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ ଲୋକମାନେ ଏହି କଣ୍ଟେଟକୁ ଗୁଗଲରେ ଅଧିକ ଖୋଜିଥାନ୍ତି । ସୋମବାର ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ ଶ୍ରୀଲଙ୍କା ନାଗରିକମାନେ ଇଣ୍ଟରନେଟରେ ସେକ୍ସ ଶବ୍ଦକୁ ଅଧିକ ଖୋଜିଥାନ୍ତି ।

ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ ଏପରି କଣ୍ଟେଟ ଖୋଜିବାରେ ଶ୍ରୀଲଙ୍କା ପରେ ଭିଏତନାମ ଦ୍ୱିତୀୟ ଏବଂ ବାଂଲାଦେଶ ତୃତୀୟ ସ୍ଥାନରେ ରହିଛି । ଇକୋନୋମିନେକ୍ଟର ରିପୋର୍ଟ ଅନୁଯାୟୀ, ଗୁଗଲ ଟ୍ରେଣ୍ଡ ଟ୍ରାକିଂ ତଥ୍ୟ କହିଛି ଯେ ଶ୍ରୀଲଙ୍କାରେ ସେକ୍ସ ଶବ୍ଦ ସବୁଠାରୁ ଅଧିକ ଖୋଜା ଯାଇଛି । ଗୁଗଲ ଟ୍ରେଣ୍ଡସ୍ ଅନୁଯାୟୀ, ଶ୍ରୀଲଙ୍କା ସେକ୍ସ ଶବ୍ଦର ସନ୍ଧାନରେ ଇଥିଓପିଆକୁ ପଛରେ ପକାଇଛି । ୨୦୧୯ ଏବଂ ୨୦୨୦ ମସିହାରେ ସେକ୍ସ ଶବ୍ଦ ଖୋଜିବାରେ ଇଥୋପିଆ ପ୍ରଥମ ସ୍ଥାନ ଅଧିକାର କରିଥିଲା ।

କିନ୍ତୁ ଏଥର ଭିଏତନାମ ଦ୍ୱିତୀୟ ସ୍ଥାନରେ ଏବଂ ବାଂଲାଦେଶ ତୃତୀୟ ସ୍ଥାନରେ ରହିଛି । ଏଭଳି ଏକ ଛୋଟ ଦେଶରେ ଯଦି ଏକ ନିର୍ଦ୍ଦିଷ୍ଟ ଶବ୍ଦର ସନ୍ଧାନ ଅଧିକ ହୁଏ, ତେବେ ଗୁଗଲ ଆନାଲିଟିକ୍ସ ଅନୁଯାୟୀ ଏହାର ଫଳାଫଳ ବଢିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.