fbpx

ଅଜବ ସୃଷ୍ଟି! ଏହି ଜୀବ ପାଖରେ ରହିଛି ୨୪ଟି ଆଖି, ମାତ୍ର ୩ ମିନିଟରେ ନେଇପାରେ ଜୀବନ

ନୂଆଦିଲ୍ଲୀ: ଭଗବାନଙ୍କ ଏହି ସୃଷ୍ଟିରେ ଅନେକ ପ୍ରକାରର ଜୀବଜନ୍ତୁ ରହିଛନ୍ତି । ଏହାପରେ ଆଜି ବିଜ୍ଞାନ ମଧ୍ୟ ବିଭିନ୍ନ ପ୍ରଜାତିର ଜୀବ ଆବିଷ୍କାର କରିବା ପାଇଁ ସକ୍ଷମ ହୋଇପାରିଛି । ତେବେ ଏହି ବିଜ୍ଞାନ ବଳରେ ଏକ ନୂଆ ଜୀବ ଆବିଷ୍କାର କରାଯାଇଛି । ଏହା ବକ୍ସ ଜେଲି ଫିସ ଭଳି ଦେଖାଯାଉଥିବା ନୂଆ ପ୍ରଜାତି ବୋଲି ଜାଣିବାକୁ ମିଳିଛି । ହଂକଂର ଏକ ବିଶ୍ୱବିଦ୍ୟାଳୟରେ ଆବିଷ୍କାର ହୋଇଥିବା ଏହି ଅଦ୍ଭୁତ ଜୀବକୁ ତ୍ରିପେଡାଲିଆ ମାଇପୋଏନ୍ସିସ ନାଁ ଦିଆଯାଇଛି ।

Team discovers new box jellyfish species in Hong Kong

ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ନୂଆ ପ୍ରଜାତି ବିଷୟରେ ଆହୁରି ଅନେକ କିଛି ଜାଣିବା ପାଇଁ ଗବେଷକମାନେ କମ କରୁଛନ୍ତି । ତେବେ ଏହି ଜୀବର ଦୁଇଟି ନୁହେଁ, ୨୪ଟି ଆଖି ଥିବାରୁ ଏହାକୁ ଏକ ଅଦ୍ଭୁତ ଜୀବ ବୋଲି କୁହାଯାଉଛି । ୪ଟି ଗ୍ରୁପରେ ଏହାର ୨୪ଟି ଆଖି ରହିଥିବା କହିଛନ୍ତି ବୈଜ୍ଞାନିକ । କିନ୍ତୁ ଏସବୁ ଭିତରୁ ମାତ୍ର ୨ଟି ଆଖିରେ ସେ ଦେଖିପାରେ ଏବଂ ଅନ୍ୟ ୪ଟି ଆଖି ଏହାକୁ ଆଲୋକ ଅନୁଭବ କରିବାରେ ସାହାଯ୍ୟ କରେ । ଜେଲିଫିସ ପରି ଏଥିରେ ମଧ୍ୟ ୧୦ ସେ.ମି ପର୍ଯ୍ୟନ୍ତ ୩ଟି ଟେଣ୍ଟ ତିଆରି ହୋଇଛି । ଏହା ଦେଖିବାକୁ ନାବର ପେଡାଲ ପରି ହୋଇଥାଏ । ତେବେ ଏହି ଟେଣ୍ଟ ଏହି ପ୍ରଜାତିର ଶରୀର ଆକୃତିକୁ ଦୃଢତା ପ୍ରଦାନ କରିଥାଏ ।

Box jellyfish | Size, Habitat, Venom, & Facts | Britannica

ରିସର୍ଚ୍ଚରେ କୁହାଯାଇଛି ଯେ, ଅନ୍ୟ ଡେଲିପିସ ତୁଳନାରେ ଏହି ପ୍ରଜାତି ପାଣି ଭିତରେ ଖୁବ ଜୋରରେ ପହଞ୍ଚିପାରେ । ତ୍ରିପେଡାଲିଆ ମାଇପୋଏନ୍ସିସର ଆବିଷ୍କାର ପରେ ସମୁଦ୍ରରେ ଜୈବ ବିବିଧତା ବଢିବାର ଆଶଙ୍କା କରାଯାଉଛି । ତେବେ ଏହା ଖୁବ ବିଷାକ୍ତ ବୋଲି ରିସର୍ଚ୍ଚରେ କୁହାଯାଇଛି । କୌଣସି ମଣିଷକୁ ମାରିବା ପାଇଁ ଏହି ପ୍ରଜାତିର ଜୀବକୁ ମାତ୍ର ୩ ମିନିଟ ସମୟ ଲାଗିଥାଏ ।

Get real time updates directly on you device, subscribe now.