fbpx
BSKY
BJD MS SKY
BJD YOUTH SKY

ଅଫିସ କି ଘରେ ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି କାମ କରୁଥିଲେ ହୋଇପାରେ ଏହି ରୋଗ

ଆଧୁନିକ ଜୀବନଶୈଳୀର ପ୍ରଭାବ ଯୋଗୁ ଶାରୀରିକ ଗତିବିଧି ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି କହିଲେ ଚଳେ। ଏହାରି ଫଳସ୍ବରୂପ ଭବିଷ୍ୟତରେ ଜଣେ ସୁସ୍ଥ ମଣିଷ ବସି ବସି ଭିନ୍ନକ୍ଷମ ଆଡ଼କୁ ଗତି କରିପାରେ ବୋଲି ଗବେଷଣାରୁ ଜଣାପଡ଼ିଛି। ବିଶେଷକରି କାର୍ଯ୍ୟାଳୟରେ ସିଟ୍‌ରେ ବସି ଦୀର୍ଘସମୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା କର୍ମଚାରୀମାନେ।

ଏହାଦ୍ୱାରା କେବଳ ମାନସିକ ବ୍ୟାୟାମ୍‌ ହୋଇଥାଏ, କିନ୍ତୁ ଶାରୀରିକ ବ୍ୟାୟାମ୍‌ର ଆଦୌ ପ୍ରଶ୍ନ ଉଠୁନାହିଁ। ଗବେଷଣାରୁ ଜଣାପଡ଼ିଛି, ଭାରତରେ ପ୍ରତି ୧୦ଜଣଙ୍କ ମଧ୍ୟରୁ ୪ଜଣ ପର୍ଯ୍ୟାପ୍ତ ରୂପେ ସକ୍ରିୟ ନୁହଁନ୍ତି। କିଛି ଗବେଷଣାରୁ ଏହାମଧ୍ୟ ଜଣାପଡ଼ିଛି ଯେ, ପ୍ରାୟ ୫୨ ପ୍ରତିଶତ ଭାରତୀୟ ଶାରୀରିକ ରୂପେ ସମ୍ପୂର୍ଣ୍ଣ ନିଷ୍କ୍ରିୟ।

ଗବେଷକଙ୍କ ମତରେ, ଗତିହୀନ ଜୀବନଶୈଳୀ ଧୂମପାନ, ମଧୁମେହ ଏବଂ ହୃଦ୍‌ରୋଗଠୁ ମଧ୍ୟ ବିପଜ୍ଜନକ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହି କାର୍ଯ୍ୟ କରିବା ଦ୍ୱାରା ମଣିଷ ବିକଳାଙ୍ଗ ହୋଇପାରେ। ସମୟ ପୂର୍ବରୁ ଏଭଳି ଅଭ୍ୟାସଠୁ ନିଜକୁ ଦୂରେଇ ରଖିଲେ ଏକ ସୁସ୍ଥ ଏବଂ ନିରୋଗ ଜୀବନ ପାଇପାରିବେ। ଲୋକଙ୍କୁ ପ୍ରତି ୧୫୦ ମିନିଟ୍‌ ଅବଧିରେ ବ୍ୟାୟାମ୍‌ କରିବା ଉଚିତ୍‌ ।

Get real time updates directly on you device, subscribe now.