ବେଇମାନ ଇଂଲଣ୍ଡ, ଶୁଭମନ ଗିଲଙ୍କୁ ଆଉଟ୍ କରିବାକୁ ରଚିଥିଲେ ଏହି ଘୃଣ୍ୟ ଚାଲ୍

ନୂଆଦିଲ୍ଲୀ: ବର୍ମିଂହାମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଯେପରି ବ୍ୟାଟିଂ କରିଥିଲେ, ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ମ୍ୟାଚ୍ ଆରମ୍ଭ ହେବା ପରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରି ୨୧୬ ବଲ୍ ର ସାମ୍ନା କରିଥିଲେ ଗିଲ୍।

ଏହାସହ ସେ ୫୨.୭୭ ଷ୍ଟ୍ରାଇକ୍ ରେଟ୍ ସହିତ ୧୧୫ ରନ୍ କରି ଏବେବି ଅପରାଜିତ ରହିଛନ୍ତି। ହେଲେ ଏହି ମ୍ୟାଚ୍ ସମୟରେ ଇଂଲଣ୍ଡର ଖେଳାଳିମାନଙ୍କର ନିଚ୍ଚ ହରକତ ସାମ୍ନାକୁ ଆସିଛି।

ମ୍ୟାଚ୍ ସମୟରେ ବିପକ୍ଷ ଦଳର ବୋଲରମାନେ ଖୁଭମନ ଗିଲଙ୍କୁ ଏକ କଠିନ ପରୀକ୍ଷାରେ ପକାଇ ଦେଇଥିଲେ।  କିନ୍ତୁ ଗିଲ୍ ସବୁ ପରୀକ୍ଷାକୁ ପାର୍ କରି ଇଂଲଣ୍ଡ ବୋଲର ମାନଙ୍କୁ ପାଣି ପିଆଇ ଦେଇଥିଲେ।

ଇଂଲଣ୍ଡ ଦଳର ନିଚ ହରକତ: ସୋନି ସ୍ପୋର୍ଟସ୍ ନେଟୱାର୍କ ଦ୍ୱାରା ସୋସିଆଲ ମିଡିଆରେ ମ୍ୟାଚ୍ ର ଏକ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବିପକ୍ଷ ଦଳର ଦ୍ରୁତ ବୋଲର ବ୍ରାଇଡନ୍ କାର୍ସେ ଶୁଭମନ ଗିଲଙ୍କ ଧ୍ୟାନ ହଟାଇବା ପାଇଁ ଏକ ନିଚ୍ଚ କାମ କରିଛନ୍ତି।

୩୪ତମ ଓଭରର ତୃତୀୟ ବଲ ବୋଲିଂ କରିବା ସମୟରେ, କାର୍ସେ ତାଙ୍କ ହାତକୁ ହଲାଇବା ଆରମ୍ଭ କରିଥିଲେ। ଯଦ୍ୱାରା ଗିଲ୍ ଙ୍କର ଧ୍ୟାନ ହଟିବ ଏବଂ ସେ ଶତକ ନମାରି ପାରି ଆଉଟ୍ ହେବେ।

ଏମିତି ପରିସ୍ଥିତିରେ ଏପରି ବି ହୋଇପାରିଥାନ୍ତା। ହେଲେ ଗିଲ୍ ବୁଦ୍ଧିମତାର ସହ କାମ କଲେ। ବଲ୍ ନଖେଳି ଛାଡ଼ିଦେଲେ। ଯଦ୍ୱାରା ଇଂଲଣ୍ଡର ନିଚ ପ୍ଲାନ୍ ଫେଲ୍  ମାରିଲା।

ଇଂଲଣ୍ଡ ଖେଳାଳିଙ୍କୁ ନିନ୍ଦା: ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଇଂଲଣ୍ଡର ଖେଳାଳିଙ୍କ ଏହି କାର୍ଯ୍ୟକୁ ଘୋର ନିନ୍ଦା କରାଯାଉଛି। କ୍ରିକେଟ ପ୍ରେମୀମାନେ ବିଶ୍ୱାସ କରନ୍ତି ଯେ ସେ ଶୁଭମନ ଗିଲଙ୍କୁ ଆଉଟ୍ କରିବା ପାଇଁ ଏହି ବୋଲର ଚେଷ୍ଟା କରୁଥିଲେ।

କିନ୍ତୁ ସେ ଏଥିରେ ସଫଳ ହୋଇନଥିଲେ। ପ୍ରଥମ ଦିନରେ କାର୍ସ ମୋଟ ୧୬ ଓଭର ବୋଲିଂ କରିଥିଲେ। ଏହି ସମୟରେ, ସେ ୪୯ ରନ ଦେଇ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ। କାର୍ସଙ୍କ ଶିକାର ଆଉ କେହି ନୁହଁନ୍ତି ବରଂ ତୃତୀୟ କ୍ରମର ବ୍ୟାଟ୍ସମ୍ୟାନ୍ କରୁଣ ନାୟାର ହୋଇଥିଲେ।