fbpx

ସିଂହ ସହ ଡିନର କରୁଛନ୍ତି ଏହି ଝିଅ : ଗୋଟିଏ ଥାଳିରେ ଖାଆନ୍ତି ଖାଦ୍ୟ

Advertisement

ନୂଆଦିଲ୍ଲୀ : ସୋଶିଆଲ ମିଡିଆରେ ଏକ ଭିଡିଓ ବହୁତ ଜୋରରେ ଭାଇରାଲ ହେଉଛି । ସେହି ଭିଡିଓରେ ଜଣେ ମହିଳା ସିଂହ ସହ ବୁଲା ବୁଲି କରିବା ସହ ତା ସହ ଡିନର ମଧ୍ୟ କରୁଛନ୍ତି । ଏହି ଭିଡିଓଟି ସମସ୍ତ ଇନଷ୍ଟଗ୍ରାମ ବ୍ୟବହାରକାରୀଙ୍କୁ ଝଟକା ଦେଇ ଦେଇଛି । ଏହି ଭିଡିଓଟି ଆରବ ଏମିରେଟ୍ସର ରସ ଅଲ ଖିଆମାରେ ସୁଟିଂ କରାଯାଇଥିଲା ।

ଭିଡିଓଟି ଅପଲୋଡ ହେବା ପରେ ଏହି ପୋଷ୍ଟଟି ଭାଇରାଲ ହୋଇଥିଲା । ଏହାକୁ ୪ମିଲିୟନ ଲୋକ ଦେଖିସାରିଥିଲେ ଏହା ସହ ଅନେକ ଏହି ଭିଡିଓରେ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ । ଦର୍ଶକ ଏହି କ୍ଲିପକୁ ଦେଖିବାପରେ ଆଶ୍ଚର୍ଯ୍ୟ ହୋଇ ରହିଗଲେ ଏବଂ ଅନ୍ୟ କେତେକ ଲୋକ କହିଲେ ଜଙ୍ଗଲର ସିଂହକୁ ପୋଷା ସିଂହ କହିଥିଲେ । ଏହି ଭିଡିଓରେ ଦେଖିଥିବେ ଯେ, ମହିଳା ଜଣଙ୍କ ସିଂହ ପାଖରେ ବସି, ସିଂହର ଥଳିରେ ନିଜର ଖାଦ୍ୟ ରଖି ସେ ଖାଉଥିଲେ । ଯେତେବେଳେ କି ସେହି ଥାଳିରେ ସିଂହ ପାଇଁ କଞ୍ଚା ମାଂସ ରଖାଯାଇଥିଲା । ସିଂହଟି ଖାଇବା ସମୟରେ ନିଜର ଧ୍ୟାନ କେବଳ ଖାଇବା ଉପରେ ଲଗାଇଥିଲା । ଏହି ଭିଡିଓଟିକୁ ଦେଖି ନେଟିଜନ୍ସ ଆଶ୍ଚର୍ଯ୍ୟ ହୋଇଗଲେ ।

ଏହି ଭିଡିଓଟି ଉପରେ ଅନେକ ଲୋକ ନିଜର ପ୍ରତିକ୍ରିୟା  ଦେଇଛନ୍ତି । ଜଣେ ବ୍ୟକ୍ତି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “କ’ଣ ଏହି ସିଂହର ଦାନ୍ତ ନାହିଁ ?”, ଅନ୍ୟ ଜଣେ ଏହାକୁ ନେଇ ସତର୍କ କରି କହିଛନ୍ତି, “ ସିଂହ ସହ ଏପରି ବ୍ୟବହାର କରନ୍ତୁ ନାହିଁ, କାରଣ ଆପଣ ମଧ୍ୟ ଏହାର ଶୀକାର ହୋଇପାରିବେ ।

Get real time updates directly on you device, subscribe now.