fbpx

ICC ଜାରି କଲା ଟି-୨୦ ରାଙ୍କିଙ୍ଗ: ଟପ ଟେନ ତାଲିକାରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଲେ ଏହି ଖେଳାଳି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଓଉଉ) ପକ୍ଷରୁ ଜାରି ହୋଇଛି ଟି-ଟ୍ୱେଣ୍ଟି ରାଙ୍କିଙ୍ଗ । ନୂଆ ତାଲିକା ଅନୁସାରେ ଶ୍ରେଷ୍ଠ ୧୦ ଖେଳାଳିଙ୍କ ମଧ୍ୟରେ ମାତ୍ର ଜଣେ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିପାରିଛି । ଭାରତର ଷ୍ଟାଇଲିସ କ୍ରିକେଟର କେ.ଏଲ ରାହୁଲ ତାଲିକାର ଦଶମ ସ୍ଥାନରେ ରହିଛନ୍ତି । ତେବେ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା କିମ୍ବା ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ତାଲିକାରୁ ବଞ୍ଚିତ ହୋଇଛନ୍ତି । ରୋହିତ ୧୪ ତମ ସ୍ଥାନରେ ରହିଥିବା ବେଳେ ବିରାଟଙ୍କ ମିଳିଛି ୧୬ତମ ସ୍ଥାନ । ଏହି ତାଲିକାର ନେତୃତ୍ୱ କରୁଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ । ସେହିପରି ତୃତୀୟରେ ସାଥୀ ମହମ୍ମଦ ରିଜୱାନ ନିଜ ସ୍ଥାନ ପକ୍କା କରିଛନ୍ତି ।

ଅନ୍ୟ ପକ୍ଷରେ ବୋଲିଂ ବିଭାଗରେ ପାକିସ୍ତାନର ଶାହୀନ ଆଫ୍ରିଦି ୪ ସ୍ଥାନ ଉପରକୁ ଉଠି ୧୦ମ ସ୍ଥାନରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟି-୨୦ରେ ୨ ୱିକେଟ ହାସଲ କରି ସେ ଏହି ଉପଲବ୍ଧି ନିଜ ନାମରେ କରିଛନ୍ତି । ତେବେ ଜୋସ ହାଜେଲଉଡ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ଦ୍ୱିତୀୟ ସ୍ଥାନ ଦଖଲ କରିଛନ୍ତି ଇଂଲଣ୍ହର ଆଦିଲ ରାଶିଦ ।

ଟି-ଟ୍ୱେଣ୍ଟିରେ ବ୍ୟାଟ୍ସମ୍ୟାନ ତାଲିକାରେ ପଛରେ ରହିଯାଇଥିବା ଭାରତ କିନ୍ତୁ ଟେଷ୍ଟ ରାଙ୍କିଙ୍ଗରେ ଦବଦବା ବଜାୟ ରଖିଛି । ଅଲରାଉଣ୍ଡର ତାଲିକାର ଶ୍ରେଷ୍ଠ ସ୍ଥାନରେ ରବିନ୍ଦ୍ର ଜାଡେଜା ରହିଥିବା ବେଳେ ରବି ଅଶ୍ୱୀନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେପଟେ ବୋଲିଂରେ ଅଶ୍ୱୀନ ଏବଂ ବୁମରାହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଅନ୍ୟ ପକ୍ଷରେ ବ୍ୟାଟିଂ ତାଲିକାରେ ମଧ୍ୟ ରୋହିତ ଶର୍ମା ଅଷ୍ଟମ ଏବଂ ୧୦ମ ସ୍ଥାନରେ ମହଜୁଦ ଅଛନ୍ତି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ।

Get real time updates directly on you device, subscribe now.