ମୁମ୍ବାଇ : ଚଳିତ ଆଇପିଏଲର ଲିଗ ପର୍ଯ୍ୟାୟ ଶେଷ ସୁଦ୍ଧା ୧୦ ଫ୍ରାଞ୍ଚରଇଜର ଅଧିନ଼ାୟକଙ୍କ ମଧ୍ୟରେ ସବୁଠାରୁ ସଫଳ ସାବ୍ୟସ୍ତ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ । କାରଣ ଚଳିତ ବର୍ଷ ଆଇପିଏଲରେ ସାମିଲ ହୋଇ ଥିବା ଦୁଇ ନୂଆ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପ୍ଳେ ଅଫ ପର୍ଯ୍ୟାୟରେ ପହଞ୍ଚାଇବା ଦିଗରେ ଉଭୟ ଅଧିନାୟକ ସଫଳ ହୋଇଛନ୍ତି । ଗୁଜରାଟ ଦଳ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂରେ ସଫଳ ହୋଇ ୪ ଅର୍ଦ୍ଧଶତକ ସହିତ ୪୧୩ ରନ ସଂଗ୍ରହ କରିଛନ୍ତି । ଏଥିରେ ୪୧ଚୌକା ଓ ୧୧ ଛକା ସାମିଲ ହୋଇ ଥିବା ବେଳେ ବୋଲିଂରେ ବିଶେଷ ସଫଳ ନ ହୋଇ ୪ ୱିକେଟ ଅକ୍ତିଆର କରିଛନ୍ତି ।
ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ପ୍ଳେ ଅଫରୁ ବଞ୍ଚିତ ହୋଇ ଥିବା ବେଳେ ୧୦ ପରାଜୟ ସହିତ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଲା ମୁମ୍ବାଇ । ରୋହିତ ମଧ୍ୟ ବିନା ଶତକ ଓ ଅର୍ଦ୍ଧଶତକରେ ମୋଟ ୨୬୮ ରନ କରିଛନ୍ତି । ସେ ପ୍ରଥମ ମ୍ୟାଚରେ ୪୧ ରନ କରିଥିବା ବେଳେ ଅନ୍ୟ ମ୍ୟାଚରେ ୧୦,୩,୨୬,୨୮.୬,୦,୩୯,୨,୪୩,୨,୧୮,୪୮,ଓ ୨ ରନ କରିଛନ୍ତି । ଏଥିରେ ୨୮ ଚୌକା ଓ ୧୩ ଛକା ସାମିଲ ଥିଲା ।
ସେହିପରି ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ୧୪ ମ୍ୟାଚରେ ୪୨୧ ରନ କରିଥିବା ବେଳେ ଏଥିରେ ୨ ଅର୍ଦ୍ଧଶତକ ,୩୫ ଚୌକା ଓ ୨୧ ଛକା ସାମିଲ ହୋଇଛି । କେଏଲ ରାହୁଲ ୧୪ ମ୍ୟାଚରେ ୨ ଶତକ ,୪୨ ଚୌକା ଓ ୨୫ ଛକା ବଳରେ କରିଛନ୍ତି ୫୪୭ ରନ । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ଫାଫ୍ ଡୁ ପ୍ଳେସିସ ୧୪ ଲିଗ ମ୍ୟାଚ ଖେଳି ୪୪୩ ରନ କରିଥିବା ବେଳେ ଏଥିରେ ୨ ଅର୍ଦ୍ଧଶତକ ଓ ୪୬ ଚୌକା ଏବଂ ୧୩ ଛକା ରହିଛି ।
କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟାର ୧୪ ମ୍ୟାଚରେ ୩ ଅର୍ଦ୍ଧଶତକ ସହିତ ୪୧ ଚୌକା ଓ ୧୧ ଛକା ମାରିଥିବା ବେଳେ ୪୦୧ ରନ ସଂଗ୍ରହ କରିଛନ୍ତି । ସେହିପରି ପଞ୍ଜାବ କିଙ୍ଗସର ଅଧିନାୟକ ମୟଙ୍କ ଅଗ୍ରୱାଲ ୧୩ ମ୍ୟାରେ ୨୩ ଚୌକା ଓ ୬ ଛକା ମାରି ଥିବା ବେଳେ ମୋଟ ୧୯୬ ରନ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ୧୪ ମ୍ୟାଚରେ ୧ ଅର୍ଦ୍ଧଶତକ ସହିତ ୨୧ ଚୌକା ଓ ୧୦ ଛକା ମାରି ଥିବା ବେଳେ ୨୩୨ ରନ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଏହି ଦଳର ନେତୃତ୍ୱ ନେିଥିବା ରବିନ୍ଦ୍ର ଜାଡେଜା ୧୦ ମ୍ୟାଚରେ ୧୧୬ ରନ କରିଥିବା ବେଳେ ୫ ୱିକେଟ ଅକ୍ତିଆର କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଭେ ପନ୍ତ ୧୪ ମ୍ୟାଚ ଖେଳି ବିନା ଅର୍ଦ୍ଧଶତକ ଓ ଶତକରେ କରିଛନ୍ତି ୩୪୦ ରନ । ଏଥିରେ ୩୫ ଚୌକା ଓ ୧୬ ଛକା ସାମିଲ ଥିଲା । ସେହିପରି ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ ୱିଲିୟମସନ ବିନା ଅର୍ଦ୍ଧଶତକ ଓ ଶତକରେ ୨୧୬ ରନ କରିଥିବା ବେଳେ ୧୬ ଚୌକା ଓ ୮ ଛକା ମାରିଥିଲେ ।