fbpx

Video : ସାପକୁ କିସ କରୁଥିଲେ ଏହି ବ୍ୟକ୍ତି, ଆଉ ତା’ପରେ…..

ନୂଆଦିଲ୍ଲୀ : ସାପର ନାମ ଶୁଣିବା ମାତ୍ରେ ଆମେ ଭୟରେ ଥରି ଉଠୁ । କିନ୍ତୁ, କିଛି ସାହସୀ ଲୋକ ଅଛନ୍ତି ଯେଉଁମାନେ ଏହି ସରୀସୃପମାନଙ୍କୁ ଭୟ କରନ୍ତି ନାହିଁ ବରଂ ସେମାନେ ପିଲାମାନଙ୍କ ପରି ସେମାନଙ୍କ ସହିତ ଖେଳନ୍ତି । ଏଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ସାପକୁ କିସ ଦେଉଥିବାର ଦେଖାଯାଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଭୂମିରେ ଥିବା କିଙ୍ଗ କୋବ୍ରାର ନିକଟକୁ ଯାଇ କିସ ଦେବାକୁ ଚେଷ୍ଟା କରୁଛି । କିନ୍ତୁ, ହଠାତ୍ କୋବ୍ରା କ୍ଷୀପ୍ର ବେଗରେ ବ୍ୟକ୍ତିକୁ ଆକ୍ରମଣ କରୁଛି ଏବଂ ବ୍ୟକ୍ତି ଜଣକ ଡେଇଁ ଚିତ୍କାର କରୁଛନ୍ତି । ଆପଣ ଭିଡିଓରେ ଚିତ୍କାର କରୁଥିବା ବ୍ୟକ୍ତିଙ୍କୁ ସ୍ପଷ୍ଟ ଭାବରେ ଶୁଣିପାରିବେ । ଏହାପରେ ବ୍ୟକ୍ତି ଅତି ଶୀଘ୍ର ସାପକୁ ନିଜ ହାତରେ କାଢି ଦେଲେ । ଯେତେବେଳେ ସାପ ତାଙ୍କଠାରୁ ଦୂରେଇ ଯିବା ଆରମ୍ଭ କରିଲା, ସେତେବେଳେ ସେ ସାପର ଲାଞ୍ଜକୁ ଧରିଦେଲେ ।

ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏବେ ପର୍ଯ୍ୟନ୍ତ ଭିଡିଓଟିକୁ 4 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଲୋକମାନେ ଏହି ଭିଡିଓରେ ବହୁତ କମେଣ୍ଟ ବି କରିଛନ୍ତି । ଜଣେ ବ୍ୟକ୍ତି କମେଣ୍ଟରେ ଲେଖିଛନ୍ତି – ସେମାନଙ୍କ ଜୀବନ ସହିତ କେହି ଖେଳିବା ଉଚିତ୍ ନୁହେଁ । ଏହି ଭଳି ଅନେକ ଲୋକ ଅନେକ କମେଣ୍ଟ ଦେଇଛନ୍ତି ।

 

p;

Get real time updates directly on you device, subscribe now.