ଓଡିଶା ଭାସ୍କର; ୬୧ ବର୍ଷର ପରେ ଭାରତକୁ ମିଳିଛି ଏକ ଐତିହାସିକ ସଫଳତା । ଚନ୍ଦ୍ର ପୃଷ୍ଠରେ ପାଦ ଥାପି ଆଜି ସାରା ବିଶ୍ୱରେ ଇତିହାସ ରଚିଛି ଭାରତ । ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରି ବିଶ୍ୱର ପ୍ରଥମ ଦେଶ ହୋଇ ପାରିଛି ଭାରତ । ତେବେ ଏହି ବୃହତ ସଫଳତା ପଛରେ ବିକ୍ରମ ଅମ୍ବାଲାଲ୍ ସାରାଭାଇଙ୍କ ଅବଦାନ ଅନେକ ରହିଛି । ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଯୋଗୁଁ ଦେଶ ଆଜି ତାଙ୍କୁ ମନେ ପକାଉଛି।
୧୯୧୯ ମସିହା ଅଗଷ୍ଟ ୧୨ ତାରିଖରେ ଅହମ୍ମଦାବାଦରେ ଜନ୍ମ ଗ୍ରହଣ କରିଥିଲେ ବିକ୍ରମ ଅମ୍ବାଲାଲ୍ ସାରାଭାଇ। କେମ୍ବ୍ରିଜରେ ପାଠ ପଢ଼ାପରେ ୧୯୪୭ ସେ ଭାରତ ଫେରିଥିଲେ। ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଅନ୍ୟ ଦେଶ ତୁଳନାରେ ବହୁତ ପଛରେ ଥିଲା । ବିଜ୍ଞାନ ଓ ମହାକାଶ କ୍ଷେତ୍ରରେ ଭାରତକୁ ବିଶ୍ୱର ଅନ୍ୟତମ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ତାଙ୍କର ଏକ ସ୍ୱପ୍ନ ଥିଲା। ୧୯୬୯ରେ ଇସ୍ରୋ ପ୍ରତିଷ୍ଠା କରିବାରେ ତାଙ୍କର ବଡ଼ ଅବଦାନ ରହିଥିଲା। କେବଳ ଇସ୍ରୋ ନୁହେଁ ଦେଶର ବିଭିନ୍ନ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାରେ ତାଙ୍କର ଭୂମିକା ମଧ୍ୟ ରହିଛି।
ଆମର ଲକ୍ଷ୍ୟ ବିଷୟରେ ଆମର କୌଣସି ସନ୍ଦେହ ନାହିଁ । ଆମେ ଚନ୍ଦ୍ର ଏବଂ ଉପଗ୍ରହ ଅନୁସନ୍ଧାନ କ୍ଷେତ୍ରରେ ବିକଶିତ ଦେଶମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାର ସ୍ୱପ୍ନ ଦେଖୁନାହୁଁ, କିନ୍ତୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମାନବ ସମାଜର ଅସୁବିଧା ସମାଧାନ କରିବାରେ ଜାତୀୟ କିମ୍ବା ଆନ୍ତର୍ଜାତୀୟ ସ୍ତରରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ କାହାଠାରୁ ପଛରେ ରହିବାକୁ ଚାହୁଁନାହିଁ । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ର ଜନକ ଡକ୍ଟର ବିକ୍ରମ ସରାବାଇ ଏହା କହିଛନ୍ତି । ଗତ ୬୧ ବର୍ଷ ମଧ୍ୟରେ, ଭାରତୀୟ ମହାକାଶ ଗବେଷଣା ସଂଗଠନ ମହାକାଶ କ୍ଷେତ୍ରରେ ସଫଳତାର ଏକ ନୂଆ କାହାଣୀ ଲେଖିଛି ।
ସ୍ୱତନ୍ତ୍ର ରୂପେ କାର୍ୟ୍ୟ କରୁଥିବା ବୈଜ୍ଞାନିକମାନଙ୍କୁ ଏକତ୍ରିତ କରିବା ତଥା ବିଧିବଦ୍ଧ ଭାବେ ସୁସଙ୍ଗଠିତ କରେଇବାରେ ଦୁଇ ଜଣ ବୈଜ୍ଞାନିକ ବିକ୍ରମ ସରାଭାଇ ଓ ଜାହାଙ୍ଗୀର ହୋମିଭାବାଙ୍କ ପ୍ରମୁଖ ଭୂମିକା ରହିଛି । ୧୯୪୫ ମସିହା ପରଠାରୁ ଡାଃ. ସାରାଭାଇଙ୍କଦ୍ୱାରା ଅହମଦାବାଦଠାରେ ଭୌତିକ ଗବେଷଣାଗାର ଏବଂ ମୁମ୍ବାଇଠାରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନର ସ୍ଥାପନା କରାଗଲା । ପ୍ରାଥମିକ ଅବସ୍ଥାରେ ମହାକାଶ ଗବେଷଣା କାର୍ୟକ୍ରମ ମହାଜାଗତିକ ରଶ୍ମିର ଅଧ୍ୟୟନ, ଉପର ବାୟୁମଣ୍ଡଳରେ ବିବିଧ ଯନ୍ତ୍ରପାତିର ପରୀକ୍ଷା ନିରୀକ୍ଷା ଏବଂ କୋଲାରସ୍ଥିତ ଗଭୀର ଖଣି ଗୁଡିକର ଅଭ୍ୟନ୍ତର ପରିକ୍ଷା ଇତ୍ୟାଦି । ୧୯୫୦ରେ ଭାଭାଙ୍କ ନେତୃତ୍ୱରେ ପରମାଣୁଶକ୍ତି ବିଭାଗ ସ୍ଥାପିତହେଲା । ଏହା ପରମାଣୁ ଗବେଷଣାସହ ମହାକାଶ ଗବେଷଣାର ଦାୟିତ୍ୱ ମଧ୍ୟ ବହନ କଲା । ସେସମୟରେ ଜଳବାୟୁର ବିଭିନ୍ନ ଦିଗ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଆଦି ଉପରେ ଅନେକ ଅଧ୍ୟୟନ କରାଗଲା । ସେଥିପାଇଁ ୧୮୨୩ ମସିହାରେ କୋଲବାରଠାରେ ପ୍ରତିଷ୍ଠିତ ମାନମନ୍ଦିରକୁ ପୁର୍ନ ବିନ୍ୟାସ କରାଯିବା ସଙ୍ଗେ ସଙ୍ଗେ ୧୯୫୪ ମସିହାରେ ଉତ୍ତରପ୍ରଦେଶରେ ହିମାଳୟର ପାଦଦେଶରେ ଏବଂ ୧୯୫୭ ମସିହାରେ ଓସମାନିଆ ବିଶ୍ୱବିଦ୍ୟାଳୟ (ହାଇଦ୍ରାବାଦ)ଠାରେ ନୂତନ ମାନମନ୍ଦିରମାନ ସ୍ଥାପନ କରାଗଲା । ୧୯୫୭ ମସିହାରେ ତତକାଳିନ ସୋଭିଏତ୍ ୟୁନିୟନ୍ (ବର୍ତ୍ତମାନର ଋଷ୍)ଦ୍ୱାରା ସର୍ବପ୍ରଥମ କୃତ୍ରିମ ଉପଗ୍ରହ ସ୍ଫୁଟନିକର ଉତକ୍ଷେପଣ ବିଶ୍ୱରେ ଶିହରଣ ସୃଷ୍ଠିକଲା ତଥା ମହାକାଶ ଗବେଷଣା, ପ୍ରାଧାନ୍ୟଲାଭ କରିବାକୁ ଲାଗିଲା ।
ଏହାପରେ ଭାରତରେ ନିଜସ୍ୱ ଆଧୁନିକ ମହାକାଶ ଗବେଷଣାର ଭତ୍ତିପ୍ରସ୍ତର ବୈଜ୍ଞାନିକ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇଙ୍କ ନେତୃତ୍ୱରେ ୧୯୬୨ରେ ଆରମ୍ଭ ହୋଇଥିଲା । ଏହାକୁ ସଫଳ ରୂପାୟନ କରିବାଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଅକୁଣ୍ଠ ସହଯୋଗ ରହିଥିଲା । ୧୯୬୨ ମସିହାରେ, ବିକ୍ରମ ସାରଭାଇଙ୍କ ଅନୁରୋଧ କ୍ରମେ ତତ୍କାଳୀନ ଜବାହରଲାଲ ନେହେରୁ ସରକାର ମହାକାଶ ଅନୁସନ୍ଧାନ ପାଇଁ ଜାତୀୟ କମିଟି ଗଠନ କରିଥିଲେ । ୧୫ ଅଗଷ୍ଟ ୧୯୬୯ରେ, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (INCOSPAR)କୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଦ୍ୱାରା ସ୍ଥାନିତ କରାଯାଇଥିଲା । ପରିଣାମସ୍ୱରୁପ, ଥିରୁଅନନ୍ତପୁରମ୍ (ଥୁମ୍ବା)ଠାରେ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅନିଷ୍ଠାନ (Space Science and Technology)ର ପ୍ରତିଷ୍ଠା କରାଯାଇଥିଲା । ସେଠାରୁ ନାଇକ ଆପାଚେ ନାମକ ରକେଟର ପରୀକ୍ଷାମୂଳକ ଉତକ୍ଷେପଣ ମାଧ୍ୟମରେ ଆମ ଭାରତରେ ମହାକାଶ ଯୁଗର ଅୟମାରମ୍ବ ଘଟିଥିଲା ।
ସୂଚନା ଯୋଗ୍ୟ, ୨୦ ଡିସେମ୍ବର ୧୯୭୧ରେ ସେ ନିଜ ସାଥିମାନଙ୍କ ସହିତ ରକେଟ ପ୍ରକ୍ଷେପଣ ପାଇଁ ଥୁମ୍ବାରେ ଥିଲେ ମାତ୍ର ସେହି ରାତିରେ ହିଁ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା। ସାରାଭାଇଙ୍କ ମୃତ୍ୟୁପରେ ପରେ ୧୯ ଏପ୍ରିଲ ୧୯୭୫ରେ ଦେଶର ପ୍ରଥମ ସ୍ୟାଟେଲାଇଟ ଆର୍ୟ୍ୟଭଟ୍ଟ ଲଞ୍ଚ୍ କରାଯାଇଥିଲା । ଏହାର ନିର୍ମାଣ ପ୍ରସିଦ୍ଧ ବୈଜ୍ଞାନିକ ତଥା ଇସ୍ରୋର ପ୍ରତିଷ୍ଠାତା ବିକ୍ରମ ସାରାଭାଇ କରିଥିଲେ।