କମାଲ୍…ପାଣି ଭିତରେ ଫଟୋ ଏବଂ ଭିଡିଓ ସୁଟ୍ କରିପାରିବ ଏହି ଫୋନ୍, ଦାମ୍ ମାତ୍ର…

ପାଣି ଭିତରେ ଫଟୋ ସୁଟ୍ କରିବାକୁ ଚାହୁଁଥିଲେ କିଣନ୍ତୁ ଏହି ଫୋନ

ନୂଆଦିଲ୍ଲୀ: ଯଦି ଆପଣ ପାଣି ଭିତରେ ଫଟୋଗ୍ରାଫି କରିବାକୁ ଚାହାଁନ୍ତି, ତେବେ ଏହି Vivo ସ୍ମାର୍ଟଫୋନ୍ ଆପଣଙ୍କର ଆବଶ୍ୟକତା ପୂରଣ କରିପାରିବ । Vivoର Vivo 50e 5G ସ୍ମାର୍ଟଫୋନରେ ଏକ 50-ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ପାଇବେ । ସବୁଠାରୁ ଭଲ କଥା ହେଉଛି ଏହି ଫୋନଟି ଏକ ୱାଟରପ୍ରୁଫ୍ IP68/69 ରେଟିଂ ବିଶିଷ୍ଟ ଫୋନ୍ ।

Vivo V50e 5G ରେ ଆଇ-ଅଟୋଫୋକସ୍ ସହିତ ଏକ ଗ୍ରୁପ୍ ସେଲଫି କ୍ୟାମେରା ଅଛି । ଏହାର ପ୍ରାଥମିକ କ୍ୟାମେରା Sony Multifocal Pro Portrait କ୍ଲିକ୍ କରିପାରିବ । ଏହା ବ୍ୟତୀତ ଏଥିରେ Wedding Portrait Studio Film Camera ମୋଡ୍ ମଧ୍ୟ ଦିଆଯାଇଛି ।

ଫୋନର ଦାମ୍ କେତେ- ଏହି ଫୋନର ମୂଲ୍ୟ ବିଷୟରେ କହିବାକୁ ଗଲେ, ଏହି ଫୋନଟି ଇ-କମର୍ସ ପ୍ଲାଟଫର୍ମ Amazon ରେ ୨୮,୯୯୯ ଟଙ୍କାରୁ ଆରମ୍ଭିକ ମୂଲ୍ୟରେ ଉପଲବ୍ଧ । ଏହି ମୂଲ୍ୟରେ, ଆପଣ ୮ଜିବି ରାମ୍ ସହିତ ୧୨୮ଜିବି ଷ୍ଟୋରେଜ୍ ମଡେଲ ସହଜରେ କିଣିପାରିବେ ।

Vivo V50e 5G ଫୋନରେ, ଆପଣ ଏକ 6.77-ଇଞ୍ଚ କ୍ୱାଡ୍-କର୍ଭଡ୍ AMOLED ଡିସପ୍ଲେ ପାଇବେ । ଯାହା 120Hz ରିଫ୍ରେସ୍ ରେଟ୍ ଏବଂ 1800nits ପିକ୍ ବ୍ରାଇଟନେସ୍ ପ୍ରଦାନ କରେ ।

ଏହି ଫୋନରେ 5600mAh ବ୍ୟାଟେରୀ ଅଛି । ଯାହା 90W ଦ୍ରୁତ ଚାର୍ଜିଂକୁ ସମର୍ଥନ କରେ। ଫୋନଟି MediaTek Dimensity 7300 ଚିପସେଟ୍ ସହିତ ସଜ୍ଜିତ । ଏହାର ପଛ ଭାଗରେ, ଏକ 50-ମେଗାପିକ୍ସେଲ Sony IMX882 ପ୍ରାଥମିକ କ୍ୟାମେରା ଏବଂ 8 ମେଗାପିକ୍ସେଲ ସହିତ ଏକ ଅଲ୍ଟ୍ରା-ୱାଇଡ୍ କ୍ୟାମେରା ଅଛି ।