fbpx

ବାଙ୍ଗାଲୋରକୁ ଲାଗିଲା ଝଟକା: IPL ପୂର୍ବରୁ ଦଳରୁ ବାହାର ହେଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ମେଗା ଅକ୍ସନ ପରେ ଏବେ ସମସ୍ତଙ୍କ ନଜର IPL ୨୦୨୨ ଟ୍ରଫି ଉପରେ । ସେଥିପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବିରାଟ କୋହଲିଙ୍କ ଦଳ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଷ୍ଟାର ଖେଳାଳି ଏବେ ଅଧା ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ଜଣା ପଡିଛି । ୨୦୨୨ ସିଜନର ପ୍ରଥମ ହାଫରେ ଖେଳିବେନି ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ।

Glenn Maxwell IPL 2021 Interview for RCB - YouTube

ଗତବର୍ଷ ବାଙ୍ଗାଲୋରର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ତେଣୁ ଚଳିତ ବର୍ଷ ଦଳ ଅଧିନାୟକ ପଦ ପାଇଁ ଜଣେ ଖେଳାଳିଙ୍କୁ ଚୟନ କରିବା ନିହାତି ଦରକାର ହୋଇ ପଡିଛି । ବିରାଟଙ୍କ ବଦଳରେ ଚଳିତ ସିଜନରେ ମ୍ୟାକ୍ସୱେଲଙ୍କୁ ନେତୃତ୍ୱ ଭାର ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଟୁର୍ଣ୍ଣାମେଣ୍ଟ ସମୟରେ ସେ ବିବାହ ବନ୍ଧନରେ ବାନ୍ଧି ହେବେ । ତେଣୁ ସେ ଓଚଖ ର ପ୍ରଥମ ପର୍ଯ୍ୟାୟ ପାଇଁ ନିଜକୁ ଅନୁପସ୍ଥିତ ରଖିଛନ୍ତି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ସେ ଦଳ ସହିତ ଯୋଡି ହେବେ । କିନ୍ତୁ ପ୍ରଥମ ପର୍ଯ୍ୟାୟରେ କିଏ ଦଳର ନେତୃତ୍ୱ ନେବେ ସେ ନେଇ ଏବେ ଉଠିଛି ପ୍ରଶ୍ନ ।

Royal Challengers Bangalore Players List after IPL Auction 2022: Check RCB Team New Squad, Price, Name of Sold and Unsold Players | Cricket News | Zee News

ତେବେ ଫାଫ ଡୁପ୍ଲେସିସ ଏବଂ ଦିନେଶ କାର୍ତ୍ତିକ ଅଧିନାୟକ ପାଇଁ ଭଲ ବିକଳ୍ପ ହୋଇ ପାରନ୍ତି । କିନ୍ତୁ ନେତୃତ୍ୱ କିଏ ନେବେ ସେ ନେଇ ଏଯାବତ କୌଣସି ସ୍ପଷ୍ଟ ହୋଇ ପାରିନାହିଁ । ସେପଟେ ଶ୍ରେୟସ ଅୟରଙ୍କୁ ଦଳରେ ସାମିଲ କରିବା ପରେ ଡେରୀ ନ କରି ତାଭ୍କୁ ଅଧିନାୟକ ପଦ ଦେଇଛି କୋଲକାତା ନାଇଟ ରାଇଡର୍ସ ।

Get real time updates directly on you device, subscribe now.