fbpx

ଆଜି ଡେବ୍ୟୁ କରି ପାରନ୍ତି ଏହି ଷ୍ଟାର ଖେଳାଳି: ବହୁ ପ୍ରତୀକ୍ଷାରେ ପଡିପାରେ ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ: ଆୟରଲାଣ୍ଡ ବିପକ୍ଷରେ ଆଜିଠୁ ୨ଟିକିଆ ଟି-୨୦ ସିରିଜ ଖେଳିବାକୁ ଯାଉଛି ଟିମ ଇଣ୍ଡିଆ । ଏହି ସିରିଜ ପାଇଁ ଅନେକ ନୂଆ ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ଦଳର ନେତୃତ୍ୱ ନେଉଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଆଜିର ମ୍ୟାଚରେ ଭାରତୀୟ ଦଳରେ ଏକ ନୂଆ ଚେହେରା ଦେଖିବାକୁ ମିଳିପାରେ ବୋଲି ଆଶା ରହିଛି ।

Don't Know Why They're Holding Him Back": Former Pakistan Captain On Umran  Malik | Cricket News

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦଳରେ ଚୟନ ହେବା ପରେ ମଧ୍ୟ ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଇ ନଥିଲେ । କିନ୍ତୁ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏହି ସିରିଜରେ ଡେବ୍ୟୁ କରିବା ନେଇ ଆଶା ରଖିଛନ୍ତି ଦ୍ରୁତ ବୋଲର ଉମରାନ ମଲିକ । ଆଇପିଏଲରୁ ପ୍ରସିଦ୍ଧିଲାଭ କରିଥିବା ଉମରାନ ୧୫୦ରୁ ଅଧିକ ଗତିରେ ବୋଲିଂ କରିପାରନ୍ତି । ସନରାଇଜର୍ସ ହାଇଦ୍ରାବାଦ ତରଫରୁ ୧୪ ମ୍ୟାଚରୁ ମୋଟ ୨୨ଟି ୱିକେଟ ହାସଲ କରି ସାରିଛନ୍ତି ଉମରାନ । ତେବେ ଏଥି ମଧ୍ୟରେ ଗୋଟିଏ ମ୍ୟାଚରେ ୪ଟି ଏବଂ ଆଉ ଏକ ମ୍ୟାଚରେ ୫ଟି ୱିକେଟ ହାସଲ କରିଥିଲେ ।

Next Generation Speedster' Umran Malik Bowls Fastest Ball Of IPL 2022 To MS  Dhoni: Watch

ଆଇପିଏଲ ୨୦୨୨ରେ ତାଙ୍କର ଦମଦାର ପ୍ରଦର୍ଶନ ଦେଖି ବିସିସିଆଇ ମଧ୍ୟ ତାଙ୍କୁ ସାଉଥ ଆଫ୍ରିକା ସିରିଜ ପାଇଁ ଦଳରେ ସାମିଲ କରିଥିଲା । ତେବେ ସେ କୌଣସି ମ୍ୟାଚ ଖେଳିବାକୁ ସୁ ଯୋଗ ପାଇ ନଥିଲେ । କିନ୍ତୁ ଆଜି ଆୟରଲାଣ୍ଡ ବିପକ୍ଷ ସିରିଜରେ ମାରତ ପାଇଁ ସେ ନିଜ ଡେବ୍ୟୁ ମ୍ୟାଚ ଖେଳିପାରନ୍ତି ବୋଲି ଆଶା କରିଛନ୍ତି କ୍ରିକେଟପ୍ରେମୀ ।

Get real time updates directly on you device, subscribe now.