fbpx

T20I ଦଳରେ ହେଲା ଏଣ୍ଟ୍ରି: ୟର୍କର କିଙ୍ଗ ବୁମରାହଙ୍କ ସ୍ଥାନରେ ଖେଳିବେ ଏହି ଖେଳାଳି

ନୂଆଦିଲ୍ଲୀ: ବଦଳିଲା ଟିମ ଇଣ୍ଡିଆର ସ୍କ୍ୱାଡ । ଷ୍ଟାର ବୋଲର ଜଶପ୍ରୀତ ବୁମରାହଙ୍କ ବିକଳ୍ପ ଖୋଜି ପାଇଛି ବିସିସିଆଇ । ଏବେ ଟିମ ଇଣ୍ଡିଆରେ ଅଚାନକ ଜବରଦସ୍ତ ଏଣ୍ଟ୍ରି ମାରିଛନ୍ତି ଜଣେ ଫାଷ୍ଟ ବୋଲର । ତେବେ କେବଳ ବୁମରାହ ନୁହେଁ, ଦୀପକ ହୁଡ୍ଡାଙ୍କ ବିକଳ୍ପ ମଧ୍ୟ ଖୋଜି ପାଇଛି ଭାରତ । ଶାର୍ଦ୍ଦୁଳ ଠାକୁର କିମ୍ବା ଉମେଶ ଯାଦବ ସ୍କ୍ୱାର୍ଡରେ ସୁଯୋଗ ପାଇବା ପାଇଁ ବଡ ଦାବିଦାର ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଉଟ ଅଫ ବକ୍ସରୁ ଖେଳାଳିଙ୍କୁ ସ୍ଥାନ ଦେଇଛି ବିସିସିଆଇ । ବୁମରାହଙ୍କ ସ୍ଥାନରେ ମହମ୍ମଦ ସିରାଜ ଏବଂ ଦୀପକ ହୁଡ୍ଡାଙ୍କ ସ୍ଥାନରେ ଶହବାଜ ଅହମଦ ଦକ୍ଷିଣ ଆଫ୍ରିକା ଟି-୨୦ ଟିମରେ ସୁଯୋଗ ମିଳିଛି ।

ସୂଚନା ଅନୁସାରେ, ବିସିସିଆଇ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଟିମରେ ପରିବର୍ତ୍ତନ କରିଛି । ଜଶପ୍ରୀତ ବୁମରାହଙ୍କ ପିଠିରେ ଆଘାତ ଲାଗିବାରୁ ଏହି ସିରିଜ ସହ ସେ ଆସନ୍ତା ଟି-୨୦ ବିଶ୍ୱକପରୁ ମଧ୍ୟ ବାଦ ପଡିଛନ୍ତି । ତେବେ ଏହାପରେ ବୁମରାହଙ୍କ ବିକଳ୍ପ ଖୋଜି ପାଇଛି ବିସିସିଆଇ । ବୁମରାହଙ୍କ ସ୍ଥାନରେ ଏବେ ମହମ୍ମଦ ସିରାଜଙ୍କୁ ସୁଯୋଗ ଦେଇଛି ଟିମ ଇଣ୍ଡିଆ । ବୁମରାହଙ୍କ ବ୍ୟତୀତ ଆଘାତ ଯୋଗୁଁ ଦୀପକ ହୁଡ୍ଡା ମଧ୍ୟ ଦଳରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ ଶହବାଜ ଅହମଦଙ୍କୁ ଦଳରେ ସୁଯୋଗ ମିଳିଛି । ତେବେ ଉଭୟ ଖେଳାଳି ବିଶ୍ୱକପରୁ ବାଦ ପଡିଥିବା ବେଳେ ସିରାଜ ଏବଂ ଶହବାଜଙ୍କୁ ଦଳରେ ସାମିଲ କରାଯିବ କି ନାହିଁ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଟିମ ଇଣ୍ଡିଆ ପାଇଁ ବିଶ୍ୱକପ ପୂର୍ବରୁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି ଆହତ ସମସ୍ୟା । ପ୍ରଥମେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବିଶ୍ୱକପ ଦଳରୁ ବାଦ ପଡିଥିଲେ । ଏହାପରେ ମହମ୍ମଦ ଶାମୀଙ୍କ ଖେଳିବାକୁ ନେଇ ଆଶଙ୍କା ରହିଥିବା ବେଳେ ଏବେ ବୁମରାହ ଏବଂ ଦୀପକ ହୁଡ୍ଡାଙ୍କ ଅନୁପସ୍ଥିତି ଦଳ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଉଭୟଙ୍କ ପରିବର୍ତ୍ତେ ଏବେ ସିରାଜ ଏବଂ ଶହବାଜ ଅହମ୍ମଦଙ୍କୁ ବିଶ୍ୱକପରେ ଖେଳିବାକୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.