fbpx

କେନ୍ଦ୍ର ସରକାର ଦେଲେ ଦଶହରା ଭେଟି: ଏଣିକି ଗ୍ରାହକଙ୍କୁ ପୋଷ୍ଟ ଅଫିସ ସ୍କିମରେ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ କେନ୍ଦ୍ର ସରକାର ଜନସାଧାରଣଙ୍କୁ ଦଶହରା ଭେଟି ଦେଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଲଗାତର ରେପୋ ରେଟ ବୃଦ୍ଧି କରୁଥିବା ବେଳେ ପୋଷ୍ଟାଲ ସେଭିଙ୍ଗସ ସ୍କିମର ସୁଧ ହାର ବୃଦ୍ଧି କରାଯାଇଛି । ପୋଷ୍ଟ ଅଫିସର ପପୁଲାର ସ୍କିମ କିସାନ ବିକାଶ ପାତ୍ର (କେଭିପି)ର ଦୁଇଟି ପରିବର୍ତ୍ତନ କରାଯାଇଛି । କେଭିପି ସ୍କିମ ୧୨୪ ମାସ ବଦଳରେ ଏବେ ୧୨୩ ମାସ ପର୍ଯ୍ୟନ୍ତ ମାଚ୍ୟୁର ରହିବ । ଏହି ଜମା ଉପରେ ଗ୍ରାହକଙ୍କୁ ୭.୦ ପ୍ରତିଶତ ସୁଧ ମିଳିବ ।

କେନ୍ଦ୍ର ସରକାରଙ୍କ ଏହି ଘୋଷଣାର ଫାଇଦା ସମସ୍ତ ନିବେଶକଙ୍କୁ ମିଳିବ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨-୨୩ ଶିକ୍ଷା ବର୍ଷର ତୃତୀୟ ତିନି ମାସ ପାଇଁ ଏହି ଯୋଜନାର ନୂଆ ସୁଧ ହାର ଜାରି କରାଯାଇଛି । ତୃତୀୟ ତ୍ରୈୟମାସ ଅକ୍ଟୋବର ୧ରୁ ଆରମ୍ଭ ହୋଇ ଡିସେମ୍ବର ୩୧ରେ ସମାପ୍ତ ହେବ । କିଛି ସ୍ମଲ ସେଭିଙ୍ଗସ ସ୍କିମର ସୁଧ ହାର ୦.୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦୀର୍ଘ ୨୭ ମାସ ପରେ ସରକାର ସ୍ମଲ ସେଭିଙ୍ଗସ ସ୍କିମର ସୁଧ ହାର ବୃଦ୍ଧି କରିଛନ୍ତି ।

ନୂଆ ରେଟ୍ ଅନୁଯାୟୀ, ତିନି ବର୍ଷ ପାଇଁ ପୋଷ୍ଟାଲ ଜମା ରାଶି ଉପରେ ୫.୮ ପ୍ରତିଶତ ସୁଧ ମିଳିବ । ପୂର୍ବରୁ ଏହା ୫.୫ ପ୍ରତିଶତ ଥିଲା । ଦୁଇବର୍ଷର ଜମାରାଶି ଉପରେ ଥିବା ସୁଧ ଦରକୁ ୫.୫ରୁ ୫.୭ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିପରି ସିନିୟର ସେଭିଙ୍ଗ ସ୍କିମ ଉପରେ ଏବେ ୭.୬ ପ୍ରତିଶତ ସୁଧ ମିଳିବ । ପୂର୍ବରୁ ଏହି ସ୍କିମରେ ନିବେଶକଙ୍କୁ ୭.୪ ପ୍ରତିଶତ ସୁଧ ମିଳୁଥିଲା ।

Get real time updates directly on you device, subscribe now.