fbpx

୪୮ଥର ବଳତ୍କାର କଲା ଏହି ପୋଲିସ ଅଫିସର, ୧୨ ଜଣ ମହିଳାଙ୍କୁ କଲା ଶିକାର

ନୂଆଦିଲ୍ଲୀ: ଜଣେ ପୋଲିସ ଅଫିସର ଅନେକ ମହିଳାଙ୍କ ସଂଗେ ବଳତ୍କାର ଏବଂ ଯୌନ ଅପରାଧର ଆରୋପକୁ ସ୍ୱୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଛି । ସେ ରେପ ସହିତ ୭୧ ଥର ଯୌନ ଅପରାଧରେ ସମ୍ପୃକ୍ତ ଥିବା କଥା ମାନି ନେଇଛନ୍ତି । ୪୮ ବର୍ଷିୟ ଏହି ଆଧିକାରୀ ବୟଫ୍ରେଣ୍ଡ ହୋଇ ୧୨ ଜଣ ମହିଳାଙ୍କୁ ନିଜ ଜାଲରେ ଶିକାର କରିଛି । ତାଙ୍କ ଉପରେ ୪୮ଥର ରେପ କରିବା ସହ ଅନେକ ଅରୋପ ଲଗାଯାଇଛି । ଏହି ମାମଲା ବ୍ରିଟେନ ଦେଶର ଘଟଣା ଅଟେ ।

ସେ ୨୦ ବର୍ଷ ଧରି ଜଣକ ପରେ ଜଣଙ୍କ ସାଙ୍ଗେ ଅପରାଧ କରିଆସୁଥିଲା ହେଲେ ତାକୁ ଧରାଯାଉ ନଥିଲା । ଡେଲି ମେଲ ରିପୋର୍ଟ ଅନୁସାରେ, ଏହି ବ୍ୟକ୍ତିର ନାମ ହେଉଛି ଡେବିଡ, ସେ ମହିଳା ମାନଙ୍କୁ ରେପ କରିଛନ୍ତି, ବେଲ୍ଟରେ ମାରନ୍ତି, ଆଲମାରୀରେ ମହିଳା ମାନଙ୍କୁ ବନ୍ଦ କରିଦିଅନ୍ତି, ମହିଳା ମାନଙ୍କୁ ବିନା ବସ୍ତ୍ରରେ ଘର ସଫା କରିବାକୁ ବାଧ୍ୟ କରନ୍ତି ଏବଂ ସେମାନଙ୍କୁ କେତେବେଳେ ଖାଇବାକୁ ହେବ ସେ ନିଷ୍ପତ୍ତି କରନ୍ତି ।

ଏହି ରାକ୍ଷସ ପୋଲିସ, ମହିଳା ମାନଙ୍କ ସହ ଡେଟିଙ୍ଗ ସାଇଟରେ କଥାବାର୍ତ୍ତା ହୁଅନ୍ତି । ସେ ନିଜକୁ ପୋଲିସ କହି ମହିଳା ମାନଙ୍କ ଭରଷା ଜିତି ନିଅନ୍ତି ଏବଂ ପରିସ୍ଥିତି ବିଗିଡ଼ିବା ପରେ କୁହନ୍ତି, ମୁଁ ହେଉଛି ପୋଲିସ, ମୋର କେହି କିଛି ବିଗାଡ଼ି ପାରିବେନି । କହିବାକୁ ଗଲେ ଡେବିଡ୍ ପ୍ରଥମେ ସେନାରେ ଥିଲେ ଏବଂ ଏହାପରେ ସେ ପୋଲିସରେ ଭର୍ତ୍ତି ହୋଇଥିଲେ ।

ଡେବିଡ୍ ୧୨ଜଣ ମହିଳାଙ୍କୁ ୪୮ଥର ରେପ କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି । ସେ ୨୦୦୩ ମସିହାରୁ ୨୦୨୦ ପର୍ଯ୍ୟନ୍ତ ଏପରି ଅପରାଧ କରିଆସୁଥିଲେ । ସେ ମହିଳା ମାନଙ୍କୁ ଚାକର ବୋଲି ଡାକୁଥିଲେ । ସେ ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ନିଜ ଉପରେ ନିର୍ଭର କରି ତାଙ୍କର ଫାଇଦା ଉଠାଉଥିଲେ । ପିଡିତ ମହିଳାଙ୍କୁ ତାଙ୍କ ସାଙ୍ଗ ସାଥୀ ଏବଂ ପରିବାର ଠାରୁ ଦୂର କରି ଦେଉଥିଲେ । ଘରୋଇ ହିଂସା ଏବଂ ବଳତ୍କାର ଅଭିଯୋଗରେ ୯ଥର ପୋଲିସଙ୍କ ହାତକୁ ଆସିଛନ୍ତି ହେଲେ ତାଙ୍କୁ ନେଇ କୌଣସି ଆକ୍ସନ ନିଆଯାଇ ନଥିଲା । ହେଲେ ଶେଷ ଥର ସେ ଧରା ପଡ଼ିଯାଇଛନ୍ତି । ବର୍ତ୍ତମାନ ଡ଼େବିଡ୍ ଙ୍କୁ ଦଣ୍ଡ ଦେବା ପାଇଁ ୨ ଦିନ ଶୁଣାଣି କରାଯିବ । ଯାହାର ଆରମ୍ଭ ଫେବୃଆରୀ ୬ତାରିଖରେ କରାଯିବ ।

Get real time updates directly on you device, subscribe now.