fbpx

ସ୍ୱାସ୍ଥ୍ୟ ଲାଗି ଅମୃତ ହୋଇଥାଏ ଈଶ୍ୱରଙ୍କ ପାଖରେ ଭୋଗ ଲାଗୁଥିବା ଏହି ପ୍ରସାଦ, ଜାଣନ୍ତୁ କ’ଣ ମିଳିଥାଏ ସ୍ୱାସ୍ଥ୍ୟଗତ ଲାଭ

Advertisement

ଓଡ଼ିଶା ଭାସ୍କର: ଯେତେବେଳେ ବି ଆପଣ ନିଜ ଘରେ କିମ୍ବା ମନ୍ଦିରରେ ପୂଜା ପାଠ କରିଥାନ୍ତିସେତେବେଳେ ଆପଣ ପ୍ରସାଦ ରୂପରେ ପଞ୍ଚାମୃତ ନିଶ୍ଚୟ ଗ୍ରହଣ କରିଥିବେ । ଏହି ପଞ୍ଚାମୃତ ପ୍ରସ୍ତୁତ କରିବା ବହୁତ ସହଜ । ପାଞ୍ଚ ପବିତ୍ର ଜିନିଷରେ ପ୍ରସ୍ତୁତ ହୋଇଥାଏ ଏହି ପଞ୍ଚାମୃତ । ପଞ୍ଚାମୃତ ବିନା ପୂଜା ପାଠ ଅଧୁରା ରହିଥାଏ । ଏହାକୁ ପ୍ରସାଦ ରୂପରେ ଭଗବାନଙ୍କୁ ଚଢା ଯାଇଥାଏ ଓ ପୂଜା ଶେଷ ହେବା ପରେ ଲୋକମାନେ ଏହାକୁ ପ୍ରସାଦ ଭାବରେ ଗ୍ରହଣ କରିଥାନ୍ତି । ତେବେ ପଞ୍ଚାମୃତ ପ୍ରସ୍ତୁତ କରିବାକୁ କେଉଁ ୫ ଜିନିଷର ଆବଶ୍ୟକ ପଡିଥାଏ ତାହା ବହୁ ଲୋକଙ୍କୁ ଠିକ୍ ଭାବରେ ଜଣା ନ ଥାଏ । ଏହି ପଞ୍ଚାମୃତ ସେବନ କରିବା ସ୍ୱାସ୍ଥ୍ୟ ଲାଗି ବହୁତ ଲାଭଦାୟକ ।

ଏହି ପଞ୍ଚାମୃତ କ୍ଷୀର, ଦହି, ମହୁ, ଘିଅ ଓ ସୂତା ଲାଗିଥିବା ମିଶ୍ରିରେ ତିଆରି ହୋଇଥାଏ । ଏହା ସ୍ୱାସ୍ଥ୍ୟ ଲାଗି ବହୁତ ଉପକାରୀ । କାରଣ ଏଥିରେ ମିଶା ଯାଉଥିବା ସମସ୍ତ ୫ ଜିନିଷ ବହୁତ ପୁଷ୍ଟିକାରକ ହୋଇଥାଏ । ଏହି ୫ ଜିନିଷ ସଠିକ୍ ମାତ୍ରାରେ ମିଶାଇବା ପରେ ଏହାର ଗୁଣବତ୍ତା ବଢିଯାଏ । ଏହା ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ହୋଇଥାଏ । ଏହା ଆମ ଶରୀରକୁ କ୍ଷତି ପହଞ୍ଚାଉଥିବା ଫ୍ରି ରେଡିକାଲ୍ସରୁ ଶରୀରକୁ ସୁରକ୍ଷିତ ରଖିଥାଏ । ଏହା ପ୍ରଜନନ କ୍ଷମତାକୁ ବି ବୃଦ୍ଧି କରିଥାଏ । ଏହା ଏକ ବ୍ରେନ୍ ଟନିକ୍ ଭାବରେ କାମ କରିଥାଏ । ସ୍ମରଣ ଶକ୍ତିକୁ ମଜଭୁତ କରିବା ସହିତ ହାଡ ଓ ମାଂସପେଶୀକୁ ବି ମଜଭୁତ କରିଥାଏ । ଏହା ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ବ୍ୟତିତ ଆମ ପାଚନ ତନ୍ତ୍ରକୁ ବି ଏହା ସୁସ୍ଥ ରଖିଥାଏ ।

Get real time updates directly on you device, subscribe now.