fbpx

ସଂସଦରେ ମାଇକ ON OFF କିଏ କରନ୍ତି, ସ୍ୱତନ୍ତ୍ର ଅଟେ ଏ ନିୟମ

Advertisement

ଓଡିଶା ଭାସ୍କର: ଲୋକସଭାର ଅଧିବେଶନ ସମୟରେ ବିପକ୍ଷ ନେତା ରାହୁଲ ଗାନ୍ଧୀ ଯେତେବେଳେ ପରି ମୁଦ୍ଦା ଉପରେ ଆଲୋଚନାର ପ୍ରସ୍ତାବ ରଖୁଥିଲେ ସେହିସମୟରେ ହଠାତ ତାଙ୍କର ମାଇକ ବନ୍ଦ ହୋଇ ଯାଇଥିଲା । ଏହାକୁ ନେଇ ବାଚସ୍ପତି କହିଥିଲେ ଯେ, ଏହା ଏମିତି ବଟନ ନୁହେଁ ଯେ ମାଇକକୁ ବନ୍ଦ କରି ଦିଆଯିବ । ପରେ ଆଉ ଏକ ମାଇକ ବନ୍ଦ ହେବାର ଆରୋପ ଆସିବାରୁ ଏହା ଉପରେ ଆରୋପ ପ୍ରତ୍ୟାରୋପ ଲାଗି ରହିଲା ସଂସଦରେ । କଂଗ୍ରେସର ରାଜ୍ୟସଭାରେ ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହୁଥିଲେ ଯେ ଗତ ୭ ବର୍ଷ ମଧ୍ୟରେ ୭୦ ଥର ପ୍ରଶ୍ନପତ୍ର ଲିକ ହୋଇଛି । ଠିକ ସେହି ସମୟରେ ହଠାତ ତାଙ୍କର ବି ମାଇକ ବନ୍ଦ ହୋଇଯାଇଥିଲା । ସେହି ସମୟରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧନଖଡ କହିଥିଲେ ଯେ କିଛି ବି ରେକର୍ଡକୁ ଯିବ ନାହିଁ । ଫଳରେ ବିପକ୍ଷ ଏହାକୁ ମୁଦ୍ଦା କରି ସଂସଦରେ ହଙ୍ଗାମା କରିଥିଲା । ତେବେ ଆପଣ ଜାଣନ୍ତି କି ସଂସଦରେ ମାଇକ ଚଲେଇବା ଓ ବନ୍ଦ କରିବାର ଅଧିକାର କାହା ପାଖରେ ଥାଏ ।

ପ୍ରକାଶଥାଉ ଯେ, ସଂସଦର ନୂଆ ସଦନର ଉଭୟ ଗୃହର ମାଇକ କଣ୍ଟ୍ରୋଲ କରିବାର ଅଲଗା ଅଲଗା ପୈନଲ ତିଆରି ହୋଇଛି । ଯେଉଁଠାରେ ସାଉଣ୍ଡ ଇଞ୍ଜିନିୟର ସଭାପତିଙ୍କ ଆସନ ଉପରେ, ମାନେ ପ୍ରଥମ ତଳଠାରେ ଆସୀନ ଥା’ନ୍ତି । ଯିଏ ରିୟଲ ଟାଇମ ସିସିଟିଭି ଓ ପୈନଲରେ ଲାଗିଥିବା ସ୍କ୍ରିନରେ ସଦସ୍ୟଙ୍କୁ ଦେଖୁ ଥାଆନ୍ତି । ତାହାକୁ ଦେଖି ସେ କୌଣସି ସାଂସଦଙ୍କ ମାଇକ ବନ୍ଦ କିମ୍ବା ଚଲାଇବା କାର୍ଯ୍ୟ କରନ୍ତି । ମାତ୍ର ୧୮ ତମ ଲୋକସଭାରେ କିନ୍ତୁ ସାଂସଦମାନଙ୍କୁ ଡିଭିଜନ ନମ୍ବର ମିଳି ନାହିଁ । ଫଳରେ ସେମାନେ ସ୍କ୍ରିନକୁ ଦେଖି ନିଜର ମାଇକ ବନ୍ଦ କିମ୍ବା ଚଲେଇ ଥାଆନ୍ତି । ଯଦି ସମସ୍ତ ସାଂସଦଙ୍କୁ ଏହି ନମ୍ବର ମିଳିବ, ତେବେ ସାଉଣ୍ଡ ଇଞ୍ଜିନିୟରଙ୍କ କାମ ମଧ୍ୟ ସହଜ ହୋଇଯିବ । ତେବେ ଏ ଡିଭିଜନ ନମ୍ବର କ’ଣ ।
ଡିଭିଜନ ନମ୍ବର ହେଉଛି ସାଂସଦମାନଙ୍କର ସିଟ ନମ୍ବର । ଯଦି ଏହି ସିଟ ନମ୍ବର ଜଣକୁ ମିଳିଯାଏ, ତେବେ ତାଙ୍କୁ ସିଟରୁ କହିବା ସହଜ ହୋଇଥାଏ । ଫଳରେ ଯେଉଁ ସାଂସଦଙ୍କୁ କହିବାକୁ କୁହାଯାଏ, ତାଙ୍କର କେବଳ ମାଇକ ଚାଲୁ ହୁଏ । ସଦନରେ ପ୍ରତ୍ୟେକ ସାଂସଦଙ୍କ ସିଟ ସାମ୍ନାରେ ଗୋଟିଏ ମାଇକ ଲାଗିଥାଏ ଓ ତାହାର ପରିଚାଳନା ଦାୟିତ୍ୱ ସାଉଣ୍ଡ ଇଞ୍ଜିନିୟରଙ୍କ ପାଖରେ ଥାଏ । ତେବେ ଏହା କରିବା ପାଇଁ ମଧ୍ୟ କେତେକ ନିୟମ ରହିଛି । ନିୟମାନୁସାରେ, ଶୂନ୍ୟକାଳରେ ପ୍ରତ୍ୟେକ ସାଂସଦଙ୍କୁ କହିବା ପାଇଁ ମାତ୍ର ୩ ମିନିଟ ସମୟ ମିଳିଥାଏ । ସାଂସଦଙ୍କ ସମୟ ପୁରା ହେଲା ପରେ ତାଙ୍କର ମାଇକ ବନ୍ଦ ହୋଇଯାଏ । ଆସନରୁ ଯାହାଙ୍କ ନାମ ଡକାଯାଏ ତାଙ୍କର ମାଇକ ଚଲେଇ ଦିଆଯାଏ । ମାତ୍ର ଯେତେବେଳେ ଆସନ କୁହେ କି ଏହା ରେକର୍ଡରେ ଯିବ ନାହିଁ, ସେହି ସମୟରେ ତାଙ୍କର ମାଇକ ବନ୍ଦ କରି ଦିଆଯାଇଥାଏ ।

Get real time updates directly on you device, subscribe now.