fbpx
BJD SKY
BJD SKY

ଏହି ରାଶି ଉପରେ ପଡିବ ଚନ୍ଦ୍ରଗ୍ରହଣର ପ୍ରଭାବ; ଜୀବନରେ ଆସିବ ଅନେକ ସମସ୍ୟା, ଜାଣନ୍ତୁ ଆପଣଙ୍କ ଭାଗ୍ୟ

BJD

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର ଗ୍ରହଣକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ସମୟରେ ଦେବ ନୀତି ଠାରୁ ଆରମ୍ଭ କରି ଅନେକ ପ୍ରକାର ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ । ଏଥି ସହିତ ଏହି ଗ୍ରହଣ ରାଶିମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଫଳରେ ଏହା କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହୋଇଥାଏ ତ ଆଉ କିଛି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ତେବେ ଚଳିତ ବର୍ଷ ଏହି ଚନ୍ଦ୍ର ଗ୍ରହଣ ନଭେମ୍ବର ୮ ତାରିଖ ଅର୍ଥାତ ଦେବ ଦୀପାବଳି ଦିନ ପଡୁଛି । ଯାହାକି ଭାରତର କେବଳ ପୂର୍ବଭାଗରେ ଦୃଶ୍ୟମାନ ହେବ । ଏହି ଦିନ କାର୍ତ୍ତିକ ପୂର୍ଣ୍ଣମା ପଡୁଥିବାରୁ ଏହି ଚନ୍ଦ୍ରଗ୍ରହଣକୁ ବହୁତ ଅଶୁଭ ବୋଲି କୁହାଯାଉଛି । ତେବେ ଚଳିତବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ ହୋଇଥିବାବେଳେ ଏହା ମୋଟ ୧୨ ଟି ରାଶିମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ । କିନ୍ତୁ ଖାସ କରି ୪ ଟି ରାଶି ଉପରେ ଅଧିକ ପ୍ରଭାବ ପକାଇବ , ଯେଉଁକାରଣରୁ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୪ ରାଶି ବିଷୟରେ…

ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଚନ୍ଦ୍ରଗ୍ରହଣ ବହୁତ ଅଶୁଭ ଫଳ ପ୍ରଦାନ କରିବ । ଯାହାଫଳରେ ଧନ ହାନୀ ଏବଂ ପ୍ରାଣପିଡାର ଯୋଗ ରହିଛି ଅର୍ଥାତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ ହେବା ସହିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେବ । ତେଣୁ ଏହି ଚନ୍ଦ୍ର ଗ୍ରହଣ ସମୟରେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଅନେକ ଥର ଭାବିବା ଉଚିତ୍ ଏଥିସହିତ ସ୍ୱାସ୍ଥ୍ୟପ୍ରତି ମଧ୍ୟ ଯତ୍ନବାନ ହେବା ଆବଶ୍ୟକ ।

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ବ୍ୟକ୍ତିମାନେ ଚନ୍ଦ୍ରଗ୍ରହଣ ସମୟରେ ସତର୍କ ରହିବା ଆବଶ୍ୟକ । ନଚେତ୍ ଏହା ଆପଣଙ୍କୁ କୌଣସି ନା କୌଣସି ବିପଦରେ ପକାଇପାରେ । ଏତତ୍ ବ୍ୟତୀତ ଏହି ଚନ୍ଦ୍ରଗ୍ରହଣ ବୃଷ ରାଶିର ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ଅଶୁଭ ଫଳ ପ୍ରଦାନ କରିବ । ତେଣୁ ଏହି ଚନ୍ଦ୍ର ଗ୍ରହଣ ସମୟରେ ସତର୍କ ରହିବା ସହିତ ଭାବିଚିନ୍ତି କାମ କରିବା ଆବଶ୍ୟକ ।

କନ୍ୟା: ଚନ୍ଦ୍ର ଗ୍ରହଣ ସମୟରେ ଏହି ରାଶିର ବ୍ୟକ୍ତିମାନଙ୍କ ପାରିବାରିକ ସମସ୍ୟା ଦେଖାଦେବ । ଏଥିସହିତ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ତେଣୁ ଏହି ସମୟରେ ସତର୍କ ରହିବା ଏବଂ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହବେ ଆବଶ୍ୟକ ।

ମୀନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ମୀନ ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । ଯାହାଫଳରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ । ଏଥିସହିତ ଆର୍ଥିକ ସଙ୍କଟ ଦେଖାଦେଇପାରେ । ଏହି ସମୟରେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଏହା ।ପଣଙଅକୁ ସମସ୍ୟାରେ ପକାଇପାରେ । ତେଣୁ ଏହି ଚନ୍ଦ୍ରଗ୍ରହଣ ସମସୟରେ ମୀନ ରାଶଇର ବ୍ୟକ୍ତିମାନେ ଅଧିକ ସତର୍କ ରହିବା ଆବଶ୍ୟକ ।

Get real time updates directly on you device, subscribe now.