fbpx

ଖଲିସ୍ତାନର ଅଣ୍ଟା ଭାଙ୍ଗିବେ ମୋଦୀ ସରକାର: କାନାଡାକୁ କହିଲେ- ‘ଭାରତ ବିରୋଧୀ କାର୍ଯ୍ୟକଳାପକୁ ବନ୍ଦ କରନ୍ତୁ’

ନୂଆଦିଲ୍ଲୀ: ଖଲିସ୍ତାନର ଦାବି ସମ୍ବନ୍ଧ କାନାଡାରେ ତଥାକଥିତ ଜନମତ ସଂଗ୍ରହର ଯୋଜନା କରୁଥିବା କିଛି ଶକ୍ତିଶାଳୀ ବାହିନୀ ଉପରେ ଗୁରୁବାର ଦିନ ଭାରତ ନିଜର ଉଦ୍ୱେଗକୁ ଦୋହରାଇଛି ଓ ସେଠାରେ ଥିବା ଲୋକ ତଥା ଗୋଷ୍ଠୀ ଭାରତ ବିରୋଧୀ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଆହ୍ୱାନ ଦେଇଛି । ଭାରତର ଆଇନ ଅନୁସାରେ ଯେଉଁମାନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି, ସେମାନଙ୍କୁ ନିଜ ଆଇନ ଅନୁସାରେ ଆତଙ୍କବାଦୀ ଘୋଷଣା କରିବା ପାଇଁ କାନାଡକୁ କହିଛି ଭାରତ ।

କାନାଡାରେ ତଥାକଥିତ ଖାଲିସ୍ତାନ ସମ୍ବନ୍ଧ ଜନମତ ସଂଗ୍ରହ ପ୍ରସଙ୍ଗରେ ପଚରାଯିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ‘ମୁଁ ଭାବୁଛି ଯେ ଆମେ ଅନେକଥର ଆମର ସ୍ଥିତି ବିଷୟରେ ସ୍ପଷ୍ଟ କରିଛୁ । ଭାରତ ବିରୋଧୀ ତତ୍ତ୍ୱ ଦ୍ୱାରା ତଥାକଥିତ ଖଲିସ୍ତାନ ଜନମତ ସଂଗ୍ରହର ପ୍ରୟାସ ଉପରେ ଆମର ଆଭିମୁଖ୍ୟ ଜଣାଶୁଣା । କାନାଡା ସରକାରଙ୍କୁ ଉଭୟ ନୂଆଦିଲ୍ଲୀ ଏବଂ କାନାଡାରେ ଜଣାଇ ଦିଆଯାଇଛି ।

ବାଗଚି କହିଛନ୍ତି ଯେ, ‘କାନାଡା ସରକାର ସୂଚନା ଦେଇଛନ୍ତିି କି ଏହା ଭାରତର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରେ ଓ କାନାଡାରେ ଦୁଇ ପର୍ଯ୍ୟାୟ ହେବାକୁ ଥିବା ତଥାକଥିତ ଜନମତ ସଂଗ୍ରହକୁ ମାନ୍ୟତା ଦେବ ନାହିଁ ।’ସେ କହିଛନ୍ତି ଯେ, “ଏଠାରେ ଥିବା କାନାଡାର ହାଇ କମିଶନର ଏବଂ ତାଙ୍କ ଉପ-ବୈଦେଶିକ ମନ୍ତ୍ରୀ ଏହି ସପ୍ତାହ ଆରମ୍ଭରୁ ଅଲଗା ଅଲଗା ବୟାନରେ ଏହି ମତକୁ ଦୋହରାଇଛନ୍ତି ।’

Get real time updates directly on you device, subscribe now.