fbpx

ଇଂଲଣ୍ଡର ମୁଖ୍ୟ କୋଚ ଭାବେ ଦାୟିତ୍ୱ ନେବେ KKRର ଏହି ସୁପରଷ୍ଟାର: ଖୁବ ଶୀଘ୍ର ଘୋଷଣା କରିପାରେ ବୋର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ ବୋର୍ଡର ନୂଆ ନିଷ୍ପତ୍ତି ଏବେ ସମସ୍ତଙ୍କୁ ଚକିତ କରି ଦେଇଛି । ଏବେ ସୀମିତ ଓଭର କ୍ରିକେଟ ଏବଂ ଟେଷ୍ଟ ପାଇଁ ଦୁଇ ଜଣ କୋଚ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ଇସିବି । ଅର୍ଥାତ କ୍ରିକେଟର ଉଭୟ ଫର୍ମାଟରେ ଅଲଗା ଅଲଗା କୋଚ ଦାୟିତ୍ୱ ନେବାକୁ ଯାଉଛନ୍ତି । ତେବେ ଏହା ମଧ୍ୟରେ ଟେଷ୍ଟ ଟିମର ମୁଖ୍ୟ କୋଚ ଭାବେ ନ୍ୟୁଜିଲାଣ୍ଡର ପୂର୍ବତନ ଖେଳାଳିଙ୍କୁ ଦାୟିତ୍ୱ ଦିଆଯିବ ।

ଇଂଲଣ୍ଡ କ୍ରିକେଟ ବୋର୍ଡ ଏବଂ ବ୍ରେଣ୍ଡନ ମ୍ୟାକୁଲମଙ୍କ ମଧ୍ୟରେ ଚୁକ୍ତି ଶେଷ ହୋଇସାରିଛି । ଖୁବ ଶୀଘ୍ର ସେ ଇଂଲଣ୍ଡ ଟେଷ୍ଟ ଟିମର କୋଚ ପଦରେ ନିଯୁକ୍ତ ହେବେ ବୋଲି ଜଣାଯାଇଛି । ତେବେ ଏ ନେଇ ଇସିବି ଆସନ୍ତା ଦିନ ମଧ୍ୟରେ ଅଫିସିଆଲ ଘୋଷଣା କରିପାରେ । ତେବେ ଇଂଲଣ୍ଡର ସୀମିତ ଓଭର କ୍ରିକେଟ ପାଇଁ ପାଲ୍ କଲିଙ୍ଗଉଡଙ୍କୁ ଦାୟିତ୍ୱ ଦିଆଯାଇଛି ।

Brendon McCullum: Former New Zealand captain favourite for England Test coach role | The Independent

ଇଂଲଣ୍ଡ ଟେଷ୍ଟ ଟିମର କୋଚ ପଦ ପାଇଁ ବ୍ରେଣ୍ଡନ ମ୍ୟାକୁଲମଙ୍କ ବ୍ୟତୀତ ଗୈରି କର୍ଷ୍ଟନ, ସାଇମନ କେଟିଚ ଏବଂ ଗ୍ରାହମ ଫୋର୍ଡ ମଧ୍ୟ ଆବେଦନ କରିଥିଲେ । କିନ୍ତୁ ଇସିବି ମ୍ୟାକୁଲମଙ୍କ ଉପରେ ଭରଷା କରି ତାଙ୍କୁ ନିଯୁକ୍ତ କରିଛି । ଏବେ IPL-୨୦୨୨ରେ କୋଲକାତାର ନାଇଟ ରାଇଡର୍ସର କୋଚ ଦାୟିତ୍ୱରେ ରହିଛନ୍ତି ବ୍ରେଣ୍ଡନ ମ୍ୟାକୁଲମ ।

Get real time updates directly on you device, subscribe now.