fbpx
BSKY SKY
BSKY SKY

ଅତୃପ୍ତ ଆତ୍ମାକୁ ଶାନ୍ତି କରେ ଏହି ଜିନିଷ : ଜାଣନ୍ତୁ କ’ଣ ରହିଛି ଏହାର ରହସ୍ୟ

BSKY

ଓଡ଼ିଶା ଭାଷ୍କର : ହଜାର ହଜାର ବର୍ଷ ପୁରୁଣା ଉତ୍ତର ପ୍ରଦେଶର ବାରଣାସୀ ସହରରେ ଏକ ବୃକ୍ଷ ଅଛି । ଆଧ୍ୟାତ୍ମିକ ଦୃଷ୍ଟିରୁ ଏହାର ଅନେକ ମହତ୍ତ୍ୱ ରହିଛି । ଏହି ପୂରାତନ ସହରରେ ବହୁତ ରସ୍ୟମୟ ଜିନିଷ ରହିଛି । ତାହା ମଧ୍ୟରୁ ଗୋଟିଏ ହେଉଛି ଅଶ୍ୱତ୍ଥ ଗଛ । ଏହି ଗଛଟି ପିଶାଚ ମୋଚନ ତୀର୍ଥରେ ରହିଛି । ଲୁହାକଣ୍ଟା, ମୁଦ୍ରା ଓ ଫଟୋରେ ଏହି ବୃକ୍ଷ ଆଚ୍ଛାଦିତ ଅଟେ । କୁହାଯାଉଛି ଯେ, ଏହି ଗଛରେ ଲୁହାକଣ୍ଟା, ମୁଦ୍ରା ଆଦି ପୋତି ଅତୃପ୍ତ ଆତ୍ମାକୁ ଶାନ୍ତ କରାଯାଏ ।

ବାରଣାସୀରେ ଏକ ଅଶ୍ୱତ୍ଥ ବୃକ୍ଷ ରହିଛି । ଏହି ଗଛରେ ଲୁହାକଣ୍ଟା ଓ ମୁଦ୍ରା ପୋତିବା ଦ୍ୱାରା ଅତୃପ୍ତ ଆତ୍ମାକୁ ଶାନ୍ତି ମିଳେ ବୋଲି ମନେକରାଯାଏ । କେବଳ ଏତିକି ନୁହେଁ, ଅତୃପ୍ତ ଆତ୍ମାକୁ ଶାନ୍ତି କରିବା ପାଇଁ ଏଠାରେ ପୂଜା ମଧ୍ୟ କରାଯାଏ । ପୂଜାପରେ ଲୋକେ ଏହି ଗଛରେ ଲୁଚିଛପି ଅତୃପ୍ତ ଆତ୍ମାର ଫୋଟକୁ ଲୁହାକଣ୍ଟା କିମ୍ବା ମୁଦ୍ରାରେ ଟାଙ୍ଗି ଦିଅନ୍ତି । ଏହା କରିବା ଦ୍ୱାରା ଅତୃପ୍ତ ଆତ୍ମା ଏହି ଗଛରେ ରହିଯାଆନ୍ତି ବୋଲି ବିଶ୍ୱାସ କରାଯାଏ । ଏଥିଯୋଗୁଁ ରାତିରେ ଏହି ଗଛ ପାଖ ଦେଇ ଯିବା ଆସିବା କରିବା ପାଇଁ ଲୋକମାନେ ଭୟ କରନ୍ତି ।

ସ୍ଥାନୀୟ ଅଞ୍ଚଳରେ ପ୍ରଚଳିତ ଏକ ଲୋକ କଥା ଅନୁସାରେ, ଏହି ଗଛରେ ବନ୍ଦି ହୋଇ ରହିଥିବା ଏକ ବ୍ରହ୍ନରାକ୍ଷାସକୁ ବହୁ ବର୍ଷ ତଳେ, ବାଲ୍ନୀକି ଋଷିଙ୍କ ବରଦାନରୁ ମୁକ୍ତି ମିଳିଥିଲା । ସେତେବେଳେ ରାକ୍ଷାସାଟି ଋଷିଙ୍କୁ ପଚାରିଥିଲା ଯେ, ବର୍ତ୍ତମାନ ତାକୁ ମୁକ୍ତି ମିଳିଗଲା କିନ୍ତୁ କଳିଯୁଗରେ ଅନ୍ୟ ଅତୃପ୍ତ ଆତ୍ମାକୁ କିପରି ମୁକ୍ତି ମିଳିବ । ସେଠାରେ ବାଲ୍ନୀକି କହିଥିଲେ, ଏଠାରେ ହିଁ ଅତୃପ୍ତ ଆତ୍ମାକୁ ମୁକ୍ତି ମିଳିବ ।

Get real time updates directly on you device, subscribe now.