fbpx

(Video) ଏଥର ଭାରତ ଜିତିବ ଟି-୨୦ ବିଶ୍ୱକପ! କହୁଛି ସମୀକରଣ, ନାହାନ୍ତି ଅଶୁଭ ଅମ୍ପାୟାର….

Advertisement

ନୂଆଦିଲ୍ଲୀ: ଆଜି ଟି-୦ ବିଶ୍ୱକପରେ ହେବ ଫାଇନାଲ ମୁକାବିଲା । ଟୁର୍ଣ୍ଣାମେଣ୍ଟର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଘମାଘୋଟ ଲଢେଇ । ସମସ୍ତ ବାଧାବିଘ୍ନ ସବୁ ଦଳକୁ ପଛରେ ପକାଇ ଫାଇନାଲରେ ପ୍ରବେଶର କରିଛନ୍ତି ଉଭୟ ଦଳ । ବର୍ତ୍ତମାନ ସୁଦ୍ଧା କୌଣସି ମ୍ୟାଚରେ ୨ ଦଳ ପରାସ୍ତ ହୋଇ ନଥିବା ବେଳେ ଆଜିର ପ୍ରଥମ ପରାଜୟ ହିଁ ଗୋଟିଏ ଦଳକୁ ବିଶ୍ୱକପ ଟ୍ରଫିରୁ ଦୂରେଇ ଦେବ? ତେବେ କିଏ ଜିତିବ ବିଶ୍ୱକପ? ଅନେକ ସମୀକରଣ ଏବଂ ସଂଯୋଗକୁ ଦେଖିଲେ ଟିମ ଇଣ୍ଡିଆ ନୂଆ ଚମ୍ପିଆନ୍ ଭାବରେ ଟ୍ରଫି ଉଠାଇପାରେ ବୋଲି ଆଶା କରାଯାଉଛି । କାରଣ ଆଜିର ମ୍ୟାଚରେ ପଡ଼ିଆରେ ନାହାନ୍ତି ଅଶୁଭ ଅମ୍ପାୟାର ।

ବିଶ୍ବକପ ଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଛି ବଡ଼ ଖୁସି ଖବର । ଅଧିନାୟକ ରୋହିତ ଶର୍ମାଙ୍କ ଅଧା ଟେନ୍ସନ୍ ଏବେ ଗଲା । ଏବେ ୧୭ବର୍ଷର ସ୍ୱପ୍ନକୁ ସଫଳ କରିବ ଟିମ ଇଣ୍ଡିଆ । ହେଲେ କିଏ ସେହି ଅଶୁଭ ଅମ୍ପାୟାର? କାହା ପାଇଁ ସବୁବେଳେ ଟିମ୍ ଇଣ୍ଡିଆ ସବୁ ବେଳେ ହାରି ଅସୁଥିଲା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ ମୁକାବିଲା ପାଇଁ ଅନ୍ ଫିଲ୍ଡ ଅମ୍ପାୟାରଙ୍କ ନାମ ଘୋଷଣା ହୋଇସାରିଛି । ଆଉ ବାରବାଡୋସର ବ୍ରିଜେଟାଉନ୍ କ୍ରିକେଟ୍ ଷ୍ଟାଡିୟମରେ ଟି -୨୦ ବିଶ୍ୱକପର ଅନ୍ତିମ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର କ୍ରିସ୍ ଗାଫାନି ଏବଂ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗୱର୍ଥ ଟି-୨୦ ବିଶ୍ୱକପ ଫାଇନାଲରେ ଅନ୍-ଫିଲ୍ଡ ଅମ୍ପାୟାର ହେବେ । ଆଉ ରିଚାର୍ଡ କେଟଲବୋରୋ ଥାର୍ଡ ଅମ୍ପାୟାର ହୋଇଛନ୍ତି ।

ଅମ୍ପାୟାରଙ୍କ ନାମ ଘୋଷଣା ହେବା ସହିତ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ହୋଇଯାଇଛନ୍ତି । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ରିଚାର୍ଡ କେଟଲବୋରୋଙ୍କୁ ଟିମ୍ ଇଣ୍ଡିଆ ପାଇଁ ଅନଲକି ଅମ୍ପାୟାର କହନ୍ତି । ଯେତେବେଳେ ବି ରିଚାର୍ଡ କେଟଲବୋରୋ ଟିମ୍ ଇଣ୍ଡିଆର ବଡ଼ ମ୍ୟାଚରେ ଫିଲ୍ଡ ଅମ୍ପାୟାର ଭୂମିକାରେ ନଜର ଆସିଛନ୍ତି, ସେତେବେଳେ ସେ ସେହି ମ୍ୟାଚରେ ହାରିଛି ଟିମ୍ ଇଣ୍ଡିଆ । ଗତବର୍ଷ ତାଙ୍କରି ପାଇଁ ଭାରତ ହାରିଥିଲା ବୋଲି ଚର୍ଚ୍ଚା ହେଉଥିଲା । ଆଉ ଚଳିତ ବର୍ଷ ଭାରତ ପାଇଁ ଲକି । କାରଣ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ରିଚାର୍ଡ କେଟଲବୋରୋ ପଡ଼ିଆରେ ନଥିଲେ ଆଉ ଭାରତ ଏହି ମ୍ୟାଚ୍ ଜିତିଥିଲା । ଆଉ ଫାଇନାଲେର ବି ଅମ୍ପାୟାର ବଦଳିଛନ୍ତି । ବିଶ୍ୱକପ ଫାଇନାଲରେ ରିଚାର୍ଡ କେଟଲବୋରୋ ପଡ଼ିଆରେ ନ ରହି ଟିଭି ଅମ୍ପାୟାର ହେବେ । ସେଥିପାଇଁ ଭାରତ ଏଥର ଟ୍ରଫି ହାତେଇବ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.