fbpx
BSKY
BJD YOUTH SKY
BJD MS SKY

(Video) ଏଥର ଦିନେ ନୁହେଁ, ଦୁଇ ଦିନ ପଡ଼ୁଛି ପବିତ୍ର ଜନ୍ମାଷ୍ଟମୀ… କେବେ ପାଳିବେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ?

ଚଳିତ ବର୍ଷ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୬ ତାରିଖରେ ପଡୁଛି ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଜନ୍ମାଷ୍ଟମୀ । ସାରା ଦେଶ ଏହି ଦିନ ଜନ୍ମାଷ୍ଟମୀ ପାଳନ କରିବ । ହିନ୍ଦୁ ପାଞ୍ଜି ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷର ଯେଉଁ ମଧ୍ୟ ରାତ୍ରରେ ଅଷ୍ଟମୀ ତିଥି ହୋଇଥାଏ ସେହି ରାତି ଏବଂ ତାହାର ପରଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । କେବେ ପାଳିବେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ? ଦୁଇ ଦିନ ପାଳନକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଦ୍ୱନ୍ଦ୍ୱ ।

ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖରେ ପଡୁଛି ଜନ୍ମାଷ୍ଟମୀ । ସାରା ଦେଶ ଏହି ଦିନ ଜନ୍ମାଷ୍ଟମୀ ପାଳନ କରିବ । ହିନ୍ଦୁ ପାଞ୍ଜି ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷର ଯେଉଁ ମଧ୍ୟ ରାତ୍ରରେ ଅଷ୍ଟମୀ ତିଥି ହୋଇଥାଏ ସେହି ରାତି ଏବଂ ତାହାର ପରଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଏହି ଦୁଇଟିଯାକ ଦିନକୁ ହିଁ କୃଷ୍ଣଙ୍କ ଜନ୍ମଦିନ ବୋଲି ବିବେଚନା କରାଯାଏ । ଏହି ଦିନ ଭକ୍ତମାନେ କୃଷ୍ଣଙ୍କ ପାଇଁ ଉପାସ ରଖି ପୂଜାର୍ଚ୍ଚନା କରିଥାନ୍ତି । ଏବର୍ଷ ଅଧିକାଂଶ ଲୋକ ସେପ୍ଟେମ୍ବର ୬ ତାରିଖରେ ଜନ୍ମାଷ୍ଟମୀ ମନାଉଥିବା ବେଳେ କେହି କେହି ସେପ୍ଟେମ୍ବର ୭ ତାରିଖରେ ବି କୃଷ୍ଣ ଜନ୍ମ ପାଳନ କରୁଛନ୍ତି ।

ତେବେ ଜନ୍ମାଷ୍ଟମୀ ଉପବାସ କେବେ ପାଳନ କରାଯିବ । ଅଷ୍ଟମୀ ତିଥି ପରଦିନ ୭ ସେପ୍ଟେମ୍ବର ଗୁରୁବାର ଦିନ ସନ୍ଧ୍ୟା ୪ଟା ୧୪ ମିନିଟରେ ପାଳନ ହେବ । କ୍ୟାଲେଣ୍ଡର ଅନୁଯାୟୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀଙ୍କୁ ଭାଦ୍ରପଦ ମାସର କୃଷ୍ଣପକ୍ଷ ଅଷ୍ଟମ ଦିନରେ ପାଳନ କରାଯାଏ । ଜନ୍ମାଷ୍ଟମୀ ୨ ଦିନ ପଡିବାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.