fbpx

ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା : IMD

Advertisement

ଭୁବନେଶ୍ୱର(ଓଡିଶା ଭାସ୍କର): ଦକ୍ଷିଣ ପଶ୍ଚିମ ମୌସୁମୀ ନେଇ ପାଣିପାଗ ବିଭାଗ ବା ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଏଥର ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ଆଇଏମଡି ଆକଳନ କରିଛି । ଜୁନରୁ ସେପ୍ଟମ୍ବର ମଧ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୧୦୧% ବର୍ଷା ହେବାର ଆକଳନ କରାଯାଇଛି ।

ତେବେ ସାରା ଦେଶରେ ସ୍ୱାଭାବିକ ମୌସୁମୀ ଥିଲେ ବି ଉତ୍ତର ପୂର୍ବାଞ୍ଚଳରେ ଏହାର ପ୍ରଭାବ କମ୍ ପଡିବ । ଉତ୍ତର-ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ସ୍ୱାଭାବିକ ବର୍ଷା ରହିବ । ଅନ୍ୟପଟେ ଉତ୍ତର ପୂର୍ବାଞ୍ଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ଏହା ସହ ଜୁନ୍ ୩ ତାରିଖରେ କେରଳ ଛୁଇଁବ ମୌସୁମୀ ବାୟୁ । ଆସନ୍ତା ୧୩ରୁ ୧୭ ତାରିଖ ମଧ୍ୟରେ ଏହି ମୌସୁମୀ ବାୟୁ ଓଡିଶା ଛୁଇଁବ ।

ଏହା ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଏହି ବର୍ଷା ସମ୍ଭାବନା ରହିଛି । ତେଣୁ ଏ ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.