fbpx

ଏଥର ଜନ୍ମାଷ୍ଟମୀରେ ଦ୍ୱାପର ଯୁଗର ଅଦ୍ଭୁତ ସଂଯୋଗ: ଏମିତି ପାଳନ କରନ୍ତୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ

ଓଡ଼ିଶା ଭାସ୍କର: ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀକୁ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭାରତ ସମେତ ପୃଥିବୀର ବିଭିନ୍ନ ଦେଶରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ଏହିଦିନ ଶ୍ରୀକୃଷ୍ଣ ଅବତାରରେ ଭଗବାନ ବିଷ୍ଣୁଙ୍କ ଜନ୍ମକୁ ଏକ ମହାନ୍ ପର୍ବ ଭାବରେ ପାଳନ କରାଯାଏ । ତେବେ ଚଳିତର୍ବେର ଜନ୍ମାଷ୍ଟମୀ ଖୁବ ସ୍ୱତନ୍ତ୍ର ହେବ । କାରଣ ଚଳିତବର୍ଷ ଏକ ଅତ୍ୟନ୍ତ ଶୁଭ ମୁହୂର୍ତ୍ତରେ ପାଳନ କରାଯିବ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ଚଳିତବର୍ଷ ପାଳନ କରାଯିବ ପବିତ୍ର ଜନ୍ମାଷ୍ଟମୀ ।

ଚଳିତବର୍ଷ ଜନ୍ମାଷ୍ଟମୀର ଖୁବ ବିଶେଷତ୍ୱ ରହିଛି । ଦ୍ୱାପର ଯୁଗରେ ନନ୍ଦଲାଲାଙ୍କ ଜନ୍ମ ସମୟରେ ହୋଇଥିବା ସଂଯୋଗ ଚଳିତବର୍ଷ ମଧ୍ୟ ଦେଖିବାକୁ ମିଳିଛି । ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ରାତି ୧୨ଟାରେ ଜନ୍ମଗ୍ରହଣ କରିଥିଲେ ବାଳ ଗୋପାଳ । ଏହାସହିତ ସୂର୍ଯ୍ୟ, ସିଂହ ରାଶିରେ ଏବଂ ଚନ୍ଦ୍ରମା ବୃଷ ରାଶିରେ ଅବସ୍ଥାନ କରିଥିଲେ । ଏହି ଉଭୟ ସଂଯୋଗ ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ମଧ୍ୟ ରହିଥିଲା । ଚଳିତର୍ବେ ଅଗଷ୍ଟ ୨୬ ତାରିଖରେ ହର୍ଷଣ ଯୋଗ ଏବଂ ଜୟନ୍ତ ଯୋଗ ମଧ୍ୟ ରହିଛି । ଏହା ଦର୍ଶାଉଛି ଯେ, ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣଙ୍କ ଆରାଧନା କରିବା ଦ୍ୱାରା ମନୋବାଞ୍ଛା ପୂରଣ ହେବା ସହ ଶୁଭ ଫଳ ମିଳିପାରେ । ଏହା ଖୁବ ଦୁର୍ଲଭ ଯୋଗ ଏବଂ ଖୁବ କମ୍ ସମୟରେ ଏଭଳି ସଂଯୋଗ ସୃଷ୍ଟି ହୋଇଥାଏ ।

ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତଥିରେ ପାଳନ ହୋଇଥାଏ ଜନ୍ମାଷ୍ଟମୀ । ତେବେ ଚଳିତବର୍ଷ ଅଷ୍ଟମୀ ତିଥି ଅଗଷ୍ଟ ୨୬ ତାରିଖରୁ ସକାଳ ୩.୪୦ରୁ ଆରମ୍ଭ ହେଉଥିବା ବେଳେ ୨୭ ତାରିଖ ସକାଳ ୨.୨୦ ସମୟ ପର୍ଯ୍ୟନ୍ତ ରହିବ । ରକ୍ଷାବନ୍ଧନ ପରି ଚନ୍ମାଷ୍ଟମୀ ମଧ୍ୟ ତିଥି ଏବଂ ଯୋଗର ଖୁବ ମହତ୍ତ୍ୱ ରହିଛି । ଚଳିତବର୍ଷ ଜନ୍ମାଷ୍ଟମୀ ପୂଜାର ମୁହୂର୍ତ୍ତ ଅଗଷ୍ଟ ୨୭ ତାରିଖ ୧୧.୫୯ରୁ ଆରମ୍ଭ ହୋଇ ୧୨.୪୩ ମିନିଟ ପର୍ଯ୍ୟନ୍ତ ରହିବ । ଚଳିତବର୍ଷ ପୂଜା ପାଇଁ ମୋଟ ଅବଧି ୪୪ ମିନିଟ ରହିଛି । ରୋହିଣୀ ନକ୍ଷତ୍ରର ଆରମ୍ଭ ଅଗଷ୍ଟ ୨୬ ତାରିଖ ଅପରାହ୍ନ ୩.୫୫ରେ ଆରମ୍ଭ ହୋଇ ଅଗଷ୍ଟ ୨୭ ଅପରାହ୍ନ ୩.୩୮ ମିନିଟ ପର୍ଯ୍ୟନ୍ତ ରହିବ ।

Get real time updates directly on you device, subscribe now.