fbpx

Video; ପାଣ୍ଡିଆନ-ନବୀନଙ୍କୁ ନେଇ ଭାଇରାଲ ହେଉଛି ଯାତ୍ରା ସିନ୍, ସୋସିଆଲ ମିଡିଆ ହୁଲସ୍ତୁଲ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ‘ଏଠି କଷ୍ଟ ସହି ସୀତା କିନ୍ତୁ ମନ୍ଦିରର ନାଁ ରାମ ମନ୍ଦିର । ଏଠି ଭୁଲ କରେ ପାଣ୍ଡିଆନ କିନ୍ତୁ ବଦନାମ ହୁଏ ନବୀନା । ଏଠି ରାତି ସାରା କାନ୍ଦେ ନମୀତା କିନ୍ତୁ ନାଟକର ନାଁ କେତେ କାନ୍ଦିବୁରେ ଗୌର ଦାସ ।’ ଏହି ଡାଇଲଗ ଗୁଡ଼ିକ ବର୍ତ୍ତମାନ ସୋମିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ପାଠକ ମାନଙ୍କ ଅବଗତି ନିମନ୍ତେ ଏଠାରେ କହିରଖୁଛୁ ଆପଣ ପଢ଼ୁଥିବା ଏହି ସବୁ ଡାଇଲଗ୍ ଓଡ଼ିଶା ଯାତ୍ରା ଜଗତର ଚର୍ଚ୍ଚିତ ପାର୍ଟି ଯାତ୍ରା ସ୍ୱପ୍ନମହଲର । ଏଥିରେ ଅଭିନୟ କରିଛନ୍ତି ଯାତ୍ରା ଅଭିନେତ୍ରୀ ଟିକିନା ସ୍ବାଇଁ । ନାଟକର ନାଁ ‘ଜବାବ ମାଗୁଛି ଉଦଣ୍ଡି ସୀତା’ରେ ଏହି ଏକ ସିନ୍ ରେ ପରିବେଶଣ ହୋଇଛି । ପ୍ରଥମ ଥର ପାଇଁ ମଞ୍ଚସ୍ଥ ହେଉଥିବା ନାଟକର ଏହି ସିନ୍ କୁ ଅଧିକ ଲୋକପ୍ରିୟତା ମିଳିଛି ।

ଭାଇରାଲ ହେଉଥିବା ଭିଡିଓଟି ମାତ୍ର ୪୦ ସେକେଣ୍ଡର । ଯାହା ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁଛି । ହେଲେ ସବୁଠୁ ବଡ଼କଥା ହେଉଛି ନାଟକର ଏହି ଗୋଟାଏ ଡାଇଲଗ୍ ‘ଏଠି ଭୁଲ କରେ ପାଣ୍ଡିଆନ କିନ୍ତୁ ବଦନାମ ହୁଏ ନବୀନା’ ଡେଲିଭରି ବେଳେ ସେଠାରେ ଉପସ୍ଥିତ ଦର୍ଶକଙ୍କ ଭିତରେ ବଡ଼ ଧରଣର ଉତ୍ସାହ ଦେଖିବାକୁ ମିଳୁଛି । 

ତେବେ ଏଠାରେ କହି ରଖୁଛୁ, ଏହି ଖବରଟି କେବଳ ମନରଞ୍ଜନ ଉପରେ ଆଧାରିତ ଅଟେ । ଏଥିରେ କୌଣସି ରାଜନୈତିକ ଦୃଷ୍ଟିଭଙ୍ଗୀ ନାହିଁ  ।

Get real time updates directly on you device, subscribe now.