ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ଜିଲ୍ଲାର ସୁଦୂର ଅଞ୍ଚଳରେ ଆଦିବାସୀ ବହୁଳ ପଡିୟାଲ ଗାଁ ‘ଅଫିସରଙ୍କ ଗାଁ’ ନାମରେ ପ୍ରସିଦ୍ଧ। ଏଠାରେ ପ୍ରତି ପିଲା ସିଭିଲ ସେବକ, ଇଞ୍ଜିନିୟରିଂ ବା ଡାକ୍ତର। ୫ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଆଦିବାସୀ ବହୁଳ ଗାଁରେ ୧୦୦ରୁ ଅଧିକ ଲୋକେ ଭାରତର ଭିନ୍ନ ଭିନ୍ନ ସ୍ଥାନରେ ଆଡମିନିଷ୍ଟ୍ରେଟିଭ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି।
ଗାଁର ପାଖାପାଖି ୯୦ ପ୍ରତିଶତ ଜନସଂଖ୍ୟା ଭିଲ ଜନଜାତିର ଅଟନ୍ତି। ଭିଲ ଏକ ଜାତୀୟ ସମୁଦାୟ, ଯାହା ମଧ୍ୟପ୍ରଦେଶେର ଧାର, ଝାବୁଆ ଏବଂ ପଶ୍ଚିମ ନିମାଡ ଜିଲ୍ଲା ଏବଂ ମହାରାଷ୍ଟ୍ରର ଧୁଲିୟା ଏବଂ ଜଳଗାଁ ସମେତ ମଧ୍ୟ ଭାରତର ରାଜ୍ୟରେ ବସବାସ କରନ୍ତି। ତେବେ ମଧ୍ୟପ୍ରଦେଶ ସରକାରଙ୍କ ଦାବି ମୁତାବକ, ପଡିୟାଲ ଗାଁର ସାକ୍ଷରତା ହାର ୯୦ ପ୍ରତିଶତରୁ ଅଧିକ। ମଧ୍ୟପ୍ରଦେଶ ସରକାରଙ୍କ ମୁତାବକ, ଦୁଇ ବର୍ଷ ପୂର୍ବରୁ ଏହି ଗାଁରେ ଅଡମିନିଷ୍ଟ୍ରେଟିବ ଅଫିସରର ସଂଖ୍ୟା ୭୦ ଥିଲା, ଯାହ ୨୦୨୪ରେ ୧୦୦କୁ ଛୁଇଁଛି। ଏଥିରେ ନିମ୍ନ ଅଦାଲତର ଜଜ, ଭାରତୀୟ ପୋଲିସ ସେବାର ଅଧିକାରୀ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ଭାରତୀୟ ଇଞ୍ଜିନିୟରିଂ ସେବାର ଅଧିକାରୀ, ଡାକ୍ତର, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ବନ ଅଧିକାରୀ ସାମିଲ ଅଛନ୍ତି।
ଏହି ଭିଲ ଜନଜାତି ବହୁଳ ଗାଁ ଶିକ୍ଷାର ମୂଲ୍ୟଙ୍କନ ବା ସାକ୍ଷରତା ଦର ବିଷୟରେ ସେତେବେଳେ ଜଣାପଡିଥିଲା, ଯେତେବେଳେ ୭ ଜଣ ଛାତ୍ରଙ୍କ ମଧ୍ୟରୁ ୪ଜଣଙ୍କ ଚୟନ ନୀଟ ପରୀକ୍ଷାରେ ପାସ ହୋଇଛନ୍ତି ଏବଂ ଅନ୍ୟ ୩ଜଣ ଏହି ବର୍ଷ JEE Mains ପରୀକ୍ଷା ପାସ କରିଛନ୍ତି।
ରାଜ୍ୟ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ଗାଁରେ ପ୍ରତି ଘରେ ଜଣେ ଜଣେ ସରକାରୀ କର୍ମଚାରୀ ଅଛନ୍ତି, ଯାହାର ସମୁଦାୟ ସଂଖ୍ୟା ୩୦୦ ଅଟେ। କୁହାଯାଉଛି ଯେ, ଏଠାରେ ଯୁବକମାନେ ସ୍ୱାଧୀନତା ପରେ ହିଁ ପ୍ରତିଯୋଗୀ ପରୀକ୍ଷାରେ ଭାଗ ନେବାକୁ କମ୍ପିଟ କରିବା ଆରମ୍ଭ କରିଦେଇଥିଲେ।
ଗାଁର ଏହି ସଫଳତାର କାହାଣୀ ଜଣେ ଗ୍ରାମବାସୀ ମନୋଜ ଦୁବେ କହିଥିଲେ। ସେ କହିଛନ୍ତି ଯେ, ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନେ ପ୍ରଶାସନିକ ସେବା, ଟେକ୍ନୋଲୋଜୀ ବା ଅନ୍ୟ ଫିଲ୍ଡ, ଯେଉଁଥିରେ ମଡେିସିନ ଏବଂ ଇଞ୍ଜିନିୟରିଂରେ ସାମିଲ ହେବା ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି। ଏହି ଗାଁ ରେ ଅନେକ ଲୋକେ ବଡ ବଡ ପଦବୀରୁ ଅବସର ନେଇ ସାରିଲେଣି, କିନ୍ତୁ ଏମାନଙ୍କୁ ଦେଖି ପିଲାମାନେ ହାୟର ଏଜୁକେସନକୁ ଫୋକସ କରୁଛନ୍ତି।
ଏଠାରେ ଯୁବ ଇଞ୍ଜିନିୟର ଏବଂ ବ୍ୟବସାୟୀ ହୋଇସାରିଛନ୍ତି ଏବଂ ଆମେରିକା ଏବଂ ମାଲେସିୟା ଭଳି ଦେଶରେ ବସବାସ କରୁଛନ୍ତି। ଗାଁରଏ କ ହାୟର ସେକେଣ୍ଡାରୀ ସ୍କୁଲ ଅଛି, ଯେଉଁଠାରେ ୨୩ ଜଣ ଶିକ୍ଷକ ୭୦୨ ଛାତ୍ରଛାତ୍ରୀଙ୍କୁ ପଢାନ୍ତି।