fbpx

୨୪ ବର୍ଷୀୟା ମହିଳା ହେଲେ ୨୧ ପିଲାଙ୍କ ମା’, ଏପରି ନେଉଛନ୍ତି ଯତ୍ନ

Advertisement

ନୂଆଦିଲ୍ଲୀ: ସାଧାରଣତଃ ଗୋଟିଏରୁ ଅଧିକ ପିଲାଙ୍କୁ ସମ୍ଭାଳିବା ମହିଳାଙ୍କ ପକ୍ଷେ କଷ୍ଟକର ହୋଇଥାଏ । କିନ୍ତୁ ରୁଷରେ ରହୁଥିବା ଜଣେ ମହିଳା ଏକା ସାଙ୍ଗରେ ୨୧ ପିଲାଙ୍କ ମା’ ହୋଇଛନ୍ତି । ମହିଳାଙ୍କ ନାଁ କ୍ରିଷ୍ଟିନା ଓଜଟର୍କ ହୋଇଥିବା ତାଙ୍କ ବୟସ ମାତ୍ର ୨୪ ବର୍ଷ । ସେ ୨୧ ପିଲାଙ୍କୁ ସମ୍ଭାଳିବା ପାଇଁ ୧୬ ଜଣ ନାନୀଙ୍କୁ କାମରେ ରଖିଛନ୍ତି ।

ଜର୍ଜିଆର ଜଣେ କୋଟିପତି ଗ୍ୟାଲିପଙ୍କ ପତ୍ନୀ କ୍ରିଷ୍ଟିନା ଗତବର୍ଷ ମାର୍ଚ୍ଚରୁ ଚଳିତ ବର୍ଷ ଜୁଲାଇ ମଧ୍ୟରେ ସରୋଗେଟ୍ ମାଧ୍ୟମରେ ପିତାମାତା ହେବା ପାଇଁ ୧୪୨,୦୦୦ ପାଉଣ୍ଡ ଅର୍ଥାତ୍ ୧,୪୬,୭୮,୧୫୬ ଟଙ୍କା ଖର୍ଚ୍ଚ କରିଥିଲେ । ପିଲାଙ୍କ ଯତ୍ନ ନେବାକୁ ଥିବା ୧୬ ଜଣ ନାନୀଙ୍କ ପିଛା ବର୍ଷକୁ ୯୬,୦୦୦ ଡଲାର ଅର୍ଥାତ୍ ୭୨,୦୮,୨୬୫ ଟଙ୍କା ଖର୍ଚ୍ଚ କରୁଛନ୍ତି କ୍ରିଷ୍ଟିନା । ପିଲାଙ୍କ ଦେଖାଶୁଣା କରିବାକୁ ନାନୀମାନେ ୨୪ ଘଣ୍ଟା କାମ କରୁଛନ୍ତି ।

ନିଜ ସ୍ୱାମୀଙ୍କ ପ୍ରଥମ ପତ୍ନୀଙ୍କର ଥିବା ୨ ସନ୍ତାନଙ୍କୁ ମିଶାଇ ମୋଟ ୨୩ ପିଲା ଗୋଟିଏ ଘରେ ରହୁଛନ୍ତି । କ୍ରିଷ୍ଟିନା ସବୁ ସମୟରେ ପିଲାଙ୍କ ସହ ରହୁଛନ୍ତି । ସାଧାରଣ ମା’ମାନେ ଯାହା କରନ୍ତି, ସେସବ ମୁଁ କରୁଛି ବୋଲି କିଷ୍ଟ୍ରିନ କହିଛନ୍ତି । ଏହା ସହ ପିଲାଙ୍କ ସହିତ ଭିଡିଓ କରି ସେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ ବି କରନ୍ତି ।

Get real time updates directly on you device, subscribe now.